Advertisment

କୈଳାଶ କୁଲେଶିକାଙ୍କୁ ନେଇ ଲକ୍ଷ୍ମୀପୁର ବିଜେଡିରେ ଝଡ଼

‘ନିର୍ବାଚନ ସମୟରେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ସମସ୍ତ ୭ଟି ଜିଲ୍ଲା ପରିଷଦରେ ବିଜେଡି ଜିତିବ ବୋଲି ସେ କହିଥିଲେ। ଯଦି ସମସ୍ତ ପ୍ରାର୍ଥୀ ବିଜୟୀ ନ ହୁଅନ୍ତି, ତାହାହେଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।’

author-image
Manoranjan Sial
KAILASH CHANDRA KULESIKA

KAILASH CHANDRA KULESIKA

କଂଗ୍ରେସରୁ ଯାଇ ବିଜେଡିରେ ମିଶିଥିବା କୈଳାଶ ଚନ୍ଦ୍ର କୁଲେଶିକାଙ୍କୁ ନେଇ କୋରାପୁଟ୍‌ ଜିଲ୍ଲା ଲକ୍ଷ୍ମୀପୁରରେ ସୃଷ୍ଟି ହୋଇଛି ଝଡ଼। ବିଜେଡି ଯୁବ ନେତାମାନେ ତାଙ୍କୁ ଖୁଲମ୍‌ଖୋଲା ବିରୋଧ କରିଛନ୍ତି। ଆଜି ତାଙ୍କ ବିରୋଧରେ ସାମ୍ୱାଦିକ ସମ୍ମିଳନୀ କହି ମନଇଚ୍ଛା ବର୍ଷିଛନ୍ତି। କୁଲେଶିକାଙ୍କ ପାଇଁ ପଞ୍ଚାୟତ ନିର୍ବାଚନର ବିଜେଡିର ପରାଜୟ ବରଣ କରିଥିଲା ବୋଲି ଲକ୍ଷ୍ମୀପୁର ବ୍ଲକ ସଭାପତି କହିଛନ୍ତି।

Advertisment

କୋରାପୁଟ ପ୍ରେସ୍‌ କ୍ଲବରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଲକ୍ଷ୍ମୀପୁର ବ୍ଲକ୍‌ ବିଜେଡି ଯୁବ ସଭାପତି ରଞ୍ଜନ କୁମାର ଖରା କହିଛନ୍ତି, କୈଳାଶ ଚନ୍ଦ୍ର କୁଲେଶିକା ଜଣେ ଆମଦାନୀ ନେତା। ସେ କଂଗ୍ରେସରୁ ବିଜେଡିକୁ ଆସିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ନିଜ ସଂପର୍କୀୟଙ୍କ ପାଇଁ ଜିଲ୍ଲା ପରିଷଦ ଟିକଟ ନେଇଥିଲେ। ହେଲେ ସେମାନେ ପରାଜିତ ହୋଇଥିଲେ। ନିର୍ବାଚନ ସମୟରେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ସମସ୍ତ ୭ଟି ଜିଲ୍ଲା ପରିଷଦରେ ବିଜେଡି ଜିତିବ ବୋଲି ସେ କହିଥିଲେ। ଯଦି ସମସ୍ତ ପ୍ରାର୍ଥୀ ବିଜୟୀ ନ ହୁଅନ୍ତି, ତାହାହେଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ହେଲେ ୭ଟି ଜିଲ୍ଲା ପରିଷଦ ଆସନରୁ କେବଳ ୨ରେ ବିଜେଡି ଜିତିଥିଲା। ପଞ୍ଚାୟତ ନିର୍ବାଚନରେ ଶ୍ରୀଯୁକ୍ତ କୁଲେଶିକାଙ୍କ ପାଇଁ ଦଳ ପରାଜୟ ବରଣ କରିଥିଲା। ବର୍ତ୍ତମାନ ସେ ବିଧାୟକ ଆଶାୟୀ ବୋଲି କହି ବୁଲୁଛନ୍ତି। ତାଙ୍କର ନେତୃତ୍ୱ ନେବାର ଦକ୍ଷତା ନାହିଁ ବୋଲି ଯୁବ ସଭାପତି ରଞ୍ଜନ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡି ନେତା ରାଜେନ୍ଦ୍ର ନାଚିକା କହିଛନ୍ତି, ଶ୍ରୀଯୁକ୍ତ କୁଲେଶିକାଙ୍କ ସ୍ତ୍ରୀ ତଥା ଲକ୍ଷ୍ମୀପୁର ବ୍ଲକ୍‌ ଅଧ୍ୟକ୍ଷା ଶୁଆଇ କୁଲେଶିକା ଗତ ପଞ୍ଚାୟତ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦେଇଥିଲେ। ତାଙ୍କର ୪ଟି ସନ୍ତାନ ଥିବା ବେଳେ ୨ଟି ଥିବା ଦର୍ଶାଇ ଥିଲେ। ଏନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ନିକଟରେ ଏହି ମାମଲାର ଶୁଣାଣି କରି ଶୁଆଇଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ। କୋର୍ଟଙ୍କ ସେହି ରାୟ ବିରୋଧରେ ହାଇକୋର୍ଟକୁ ଯିବେ ବୋଲି ଶ୍ରୀଯୁକ୍ତ ନାଚିକା କହିଛନ୍ତି।

Advertisment

ଅଭିଯୋଗ ନେଇ କୈଳାଶ ଚନ୍ଦ୍ର କୁଲେଶିକା କିମ୍ୱା କୋରାପୁ ଜିଲ୍ଲା ବିଜେଡି ସଭାପତିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Odisha Politics Koraput Bjd Koraput