Advertisment

ଶେଷରେ ଜେଡିୟୁ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ, ପଦ ସମ୍ଭାଳିବେ ନୀତିଶ କୁମାର

ଜେଡିୟୁରେ ସବୁ କିଛି ଠିକ୍‌ ଚାଲି ନ ଥିବା ନେଇ କିଛି ଦିନ ହେବ ଆରମ୍ଭ ହୋଇଥିବା ଚର୍ଚ୍ଚାରେ ଲାଗିଛି ବିରାମ ।

author-image
Niharika Rout
Lalan Singh & Nitish Kumar

Lalan Singh & Nitish Kumar

ସାଧାରଣ ନିର୍ବାଚନ ପୂର୍ବରୁ ଜେଡିୟୁରେ ହୋଇଛି ବଡ଼ ପରିବର୍ତ୍ତନ । ଶେଷରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ। ତାଙ୍କ ବଦଳରେ ପାର୍ଟିର କମାଣ ସମ୍ଭାଳିବେ ନୀତୀଶ କୁମାର। ଆଜି ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀ ବୈଠକରେ ହୋଇଛି ଏପରି ବଡ଼ ପରିବର୍ତ୍ତନ ।

Advertisment

ଜେଡିୟୁରେ ସବୁ କିଛି ଠିକ୍‌ ଚାଲି ନ ଥିବା ନେଇ କିଛି ଦିନ ହେବ ଆରମ୍ଭ ହୋଇଥିବା ଚର୍ଚ୍ଚାରେ ଲାଗିଛି ବିରାମ । ତେଣୁ ଆଜି ବସିବାକୁ ଥିବା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଉପରେ ସମସ୍ତଙ୍କ ନଜର ଥିଲା।

ଲଲନ ସିଂ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସେ ନିଜ ପଦ ଛାଡ଼ିଛନ୍ତି। ଏଥିସହ ନିଜେ ହିଁ ନୀତୀଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ନୀତୀଶ କୁମାର ଏହି ପ୍ରସ୍ତାବକୁ ସ୍ୱୀକାର କରି ସାରିଛନ୍ତି। ତେବେ ପାର୍ଟିର ରାଷ୍ଟ୍ରୀୟ ପରିଷଦ ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ପରେ ସେ ସ୍ୱାଭାବିକ ରୂପେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।

Advertisment

ଇସ୍ତଫା ଦେବା ପୂର୍ବରୁ ଉଭୟ ଲଲନ ସିଂ ଓ ନୀତିଶ କୁମାର ଗୋଟିଏ ଗାଡ଼ିରେ ବୈଠକ ସ୍ଥଳରେ ପହଞ୍ଚିଥିଲେ। ବୈଠକ ପୂର୍ବରୁ ଜେଡିୟୁ କାର୍ଯ୍ୟକର୍ତ୍ତା ନୀତୀଶ କୁମାରଙ୍କ ସପକ୍ଷରେ ନାରାବାଜି କରିଥିଲେ।

ଏନେଇ ଲଲନ ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ମୁଁ ଏହି ପଦ ସ୍ୱୀକାର କରିଥିଲି। ଏବେ ଆସନ୍ତା ଲୋକସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବି। ଏଥିପାଇଁ ବ୍ୟସ୍ତତା ବଢ଼ି ଯିବା ସହ ନିର୍ବାଚନ କ୍ଷେତ୍ରକୁ ଅଧିକ ସମୟ ଦେବାକୁ ପଡ଼ିବ । ତେଣୁ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ସହ ପଦ ସ୍ୱୀକାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ସେ ଗଣମାଧ୍ୟମକୁ କହିଛନ୍ତି।

ଗତ ୨ ବର୍ଷ ହେଲା ଲଲନ ସିଂ ଜେଡିୟୁର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ବେଳେ ଆଜି ଇସ୍ତଫା ଦେଇଛନ୍ତି।

Bihar Nitish Kumar JDU