Advertisment

ଲଲନ-ନୀତୀଶ ଓ ବିବାଦ, ନିର୍ବାଚନ ପୂର୍ବରୁ ହଲଚଲ

ଲଲନ ସିଂହଙ୍କୁ ହଟାଇ ନୀତୀଶ କୁମାର ନିଜେ ଦଳର ଦାୟିତ୍ୱ ନେଇପାରନ୍ତି ବୋଲି କୁହାଯାଉଛି।

author-image
Madhupriya Mistry
Lalan and Nitish

Lalan and Nitish

ବିହାରରେ ଜୋର ଧରିଛି ରାଜନୈତିକ ହଲଚଲ। ଟଳମଳ ହେଉଛି ଶାସକ ଦଳ ଜେଡିୟୁ। ଇଣ୍ଡିଆ ମେଣ୍ଟ ବୈଠକରେ ନୀତୀଶ କୁମାରଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନମିଳିବା ପରେ ଜେଡିୟୁରେ କନ୍ଦଳ ଆରମ୍ଭ ହୋଇଥିବା କୁହାଯାଉଛି। ଡିସେମ୍ବର ୨୯ରେ ନୀତୀଶ କୁମାର ଜେଡିୟୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି। କିନ୍ତୁ ଏହାପୂର୍ବରୁ ଲଲନ ସିଂହ ଜେଡିୟୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଭିତରେ ଜେଡିୟୁ ଦଳରେ କିଛି ଠିକଠାକ ନାହିଁ ବୋଲି କୁହାଯାଉଛି। ସେପଟେ ଲଲନ ସିଂହ ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଛନ୍ତି। ଏହା କେବଳ ଏକ ଗୁଜବ ବୋଲି ସେ କହିଛନ୍ତି।

Advertisment

ଲଲନ ସିଂହଙ୍କୁ ହଟାଇ ନୀତୀଶ କୁମାର ନିଜେ ଦଳର ଦାୟିତ୍ୱ ନେଇପାରନ୍ତି ବୋଲି ମଧ୍ୟ ଖବର ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ଲଲନ ସିଂହଙ୍କ କାମରେ ସନ୍ତୁଷ୍ଟ ନାହାନ୍ତି। ସେପଟେ ଆରଜେଡି ସହ ଲଲନ ସିଂଙ୍କ ଭିତିରିଆ ସମ୍ପର୍କ ମଧ୍ୟ ଏହି ବିବାଦର କାରଣ ପାଲଟିଛି ବୋଲି କୁହାଯାଉଛି। ଡିସେମ୍ବର ୨୯ରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ଏବେ ଲଲନ ସିଂହଙ୍କ ବଦଳରେ କେ.ସି ତ୍ୟାଗୀ ଦିଲ୍ଲୀ ଏହି ବୈଠକର ଦାୟିତ୍ୱ ନେଇଛନ୍ତି। ତେବେ ବୈଠକର ଗୋଟିଏ ଦିନ ପୂର୍ବରୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ନୀତୀଶ।

ଲଲନ ସିଂହଙ୍କ ସହ ବିବାଦର କାରଣ

ନୀତୀଶ କୁମାର ଭାବୁଥିଲେ ତାଙ୍କ ନାଁକୁ ଇଣ୍ଡିଆ ମେଣ୍ଟ ବୈଠକରେ ଆବାହକ ଭାବେ ଲଲନ ପ୍ରସ୍ତାବ ରଖିବେ। କିନ୍ତୁ ସେ ଏପରି କଲେ ନାହିଁ। ଏହାପରେ ଲଲନ ଆରଜେଡି ଲିଙ୍କରେ ଥିବା ନୀତୀଶ ଆକଳନ କରୁଛନ୍ତି। ଲଲନ ସିଂହ କିଛି ବିଧାୟକଙ୍କୁ ନେଇ ଆରଜେଡିରେ ଜେଡିୟୁକୁ ମିଶ୍ରଣ କରିବାକୁ ଯୋଜନା କରୁଥିବା ନୀତୀଶ ହୃଦବୋଧ କରିଛନ୍ତି।

Advertisment

ଲାଲୁଙ୍କ ସହ ନୀତୀଶଙ୍କ ବିବାଦ?

ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଆରଜେଡି ସହ ମିଶି ନୀତୀଶ ସରକାର ଗଢିଛନ୍ତି। ମେଣ୍ଟ ଗଠନର ବର୍ଷକ ପରେ ଏବଂ ଲୋକସଭା ନିର୍ବାଚନ ପୂର୍ବରୁ ନୀତୀଶ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡିବା ନେଇ ଆଲୋଚନା ହୋଇଥିବା କୁହାଯାଉଛି। କିନ୍ତୁ ନୀତୀଶ ଏବେ ଚେୟାର ଛାଡୁନଥୁବାରୁ ଲାଲୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ଇଣ୍ଡିଆ ମେଣ୍ଟ ବୈଠକରେ ଆବାହକ ଭାବେ ନୀତୀଶଙ୍କ ନାଁ ଘୋଷଣା ନହେବା ପଛରେ ଲାଲୁ ଏବଂ ଲଲନଙ୍କ ଭିତିରଆ ସମ୍ପର୍କ ଥାଇପାରେ ବୋଲି କୁହାଯାଉଛି।

ଲଲନ ସିଂହ ଏବଂ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ ଅଶୋକ ଚୌଧୁରୀଙ୍କ ମଧ୍ୟରେ ମତଭେଦ ସମସ୍ତଙ୍କୁ ଜଣା। କୁହାଯାଉଛି ଯେ ଏକ ବୈଠରରେ ଝଗଡ଼ା ବେଳେ ଦୁହିଁଙ୍କ ସମ୍ପର୍କ ସମସ୍ତଙ୍କ ସାମ୍ନାକୁ ଆସିଥିଲା। ଏହା ସହ ଏନଡିଏ ମେଣ୍ଟରେ ରହି ନିର୍ବାଚନ ଜିତିଥିବା ନେତାମାନେ ମଧ୍ୟ ଲଲନ ସିଂହଙ୍କ ଉପରେ କ୍ଷୁବ୍ଧ ଅଛନ୍ତି। ଲଲନ ସିଂହ ମଧ୍ୟ ଆରଜେଡିର ଘନିଷ୍ଠ ବୋଲି ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଏବଂ ଡେପୁଟି ସିଏମ୍ ଭାବେ ଲଲନ ସିଂହଙ୍କୁ ମଧ୍ୟ ଆଲୋଚନା କରାଯାଇଥିଲା। ଯଦିଓ ଉଭୟ ଦଳ ଏଭଳି ଖବରକୁ ଖଣ୍ଡନ କରିଛନ୍ତି।

ଅନ୍ୟପକ୍ଷରେ ଜେଡିୟୁର ରାଷ୍ଟ୍ରୀୟ ସମ୍ପାଦକ ରାଜୀବ ରଞ୍ଜନ ପ୍ରସାଦ କହିଛନ୍ତି ଯେ ଲଲନଙ୍କ ଇସ୍ତଫା ଏକ ଗୁଜବ। ଲଲନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଏବେ ବି ରହିଛନ୍ତି। ଏହାକୁ ନେଇ ଏବେ ଆଲୋଚନା ହେବା ଉଚିତ ନୁହେଁ। ନୀତୀଶ ଏବଂ ଲଲନଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି। ବିଜେପି ଏପରି ଗୁଜବ ପ୍ରଚାର କରୁଛି।

Nitish Kumar JDU Lalan Singh