Advertisment

ଲାଲୁ କହିଲେ ନରେନ୍ଦ୍ର ମୋଦି କିଏ?

ଆସନ୍ତାକାଲି ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବୈଠକ ବସିବ। ଏଥିରେ ବହୁ ବିରୋଧୀ ଦଳ ନେତା ଯୋଗ ଦେବା ପାଇଁ ଦିଲ୍ଲୀରେ ଡେରା ପକାଇଲେଣି। ଏହି କ୍ରମରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ଦିଲ୍ଲୀ ଯାଇଛନ୍ତି।

Lalu prasad Yadav

Lalu prasad Yadav

Advertisment

'ନରେନ୍ଦ୍ର ମୋଦି କିଏ? ଏଥର କେନ୍ଦ୍ରରେ ଆମେ ସରକାର ଗଢ଼ିବୁ।' ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେବା ପୂର୍ବରୁ ଏଭଳି କିଛି ଦୃଢ଼ୋକ୍ତି ବାଢ଼ିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ।

Advertisment

ଆସନ୍ତାକାଲି ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବୈଠକ ବସିବ। ଏଥିରେ ବହୁ ବିରୋଧୀ ଦଳ ନେତା ଯୋଗ ଦେବା ପାଇଁ ଦିଲ୍ଲୀରେ ଡେରା ପକାଇଲେଣି। ଏହି କ୍ରମରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ଦିଲ୍ଲୀ ଯାଇଛନ୍ତି। ତେବେ ଦିଲ୍ଲୀ ଯିବା ପୂର୍ବରୁ ସେ ଏକ ବଡ ବୟାନ ଦେଇଛନ୍ତି। ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ପୁଣି ଥରେ ସରକାର ଗଢ଼ିବାକୁ ଦେବେ ନାହିଁ ବୋଲି ଦିଲ୍ଲୀ ଯିବା ପୂର୍ବରୁ ପାଟନା ବିମାନ ବନ୍ଦରରେ ଗଣମାଧ୍ୟମକୁ ଏକ ସାକ୍ଷାତକାର୍‌ ଦେଇ ଏଭଳି କହିଛନ୍ତି ଲାଲୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ସାଧାରଣ ନିର୍ବାଚନରେ ପୁଣି ସତ୍ତାକୁ ଫେରିବେ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି। ଏହାକୁ ନେଇ ଲାଲୁଙ୍କୁ ପ୍ରଶ୍ନ ପଚାରିବା ପରେ ସେ ମୋଦିଙ୍କ ନାଁ ଶୁଣି ରାଗି ଯାଇଛନ୍ତି। ସେ କହିଛନ୍ତି, 'ନରେନ୍ଦ୍ର ମୋଦି କିଏ? ଭୋଟ ବଣ୍ଟନକୁ ରୋକିବା ପାଇଁ ଏଥର ଆମେ ଗୋଟିଏ ସିଟ୍‌, ଗୋଟିଏ ପ୍ରାର୍ଥୀ ଫର୍ମୁଲାରେ ନିର୍ବାଚନ ଲଢ଼ିବୁ। ଏଥର ଆମେ କେନ୍ଦ୍ରରେ ସରକାର ଗଢ଼ିବୁ ବୋଲି ସେ ଦାବି କରିଛନ୍ତି।

Advertisment

ଲାଲୁ ଯାଦବ କହିଛନ୍ତି ଯେ ଆମେ ଏହି ସଭାରେ ଯୋଗଦେବାକୁ ଯାଉଛୁ। ସେଠାରୁ ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ନିଷ୍ପତ୍ତି ନିଆଯିବ। ସମସ୍ତ ଆସନରେ ନିର୍ବାଚନ ଲଢିବୁ ଏବଂ ମୋଦି ସରକାରଙ୍କୁ ହଟାଇ ଦିଆଯିବ। 

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ବୈଠକ ବସିବ। ଏହି ବୈଠକରେ ଯୋଗଦେବା ପାଇଁ ଆଜି ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବ ନିଜ ସାନ ପୁଅ ତେଜସ୍ୱୀ ପ୍ରତାପ ଯାଦବଙ୍କ ସହ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଦିଲ୍ଲୀ ପହଞ୍ଚିଛନ୍ତି। ତେବେ ବୈଠକର କ'ଣ ଏଜେଣ୍ଡା ରହିଛି ସେ ନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ ସିଟ୍‌ ଭାଗବଣ୍ଟା ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ବୋଲି କୁହାଯାଉଛି।

PM Modi Lalu Prasad Yadav Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe