Advertisment

ରାସ୍ତା ପାଇଁ ହଟହଟା ହେଲେ ବିଜେଡି ବିଧାୟକ; ଗାଁ ଭିତରକୁ ପୂରାଇ ଦେଲେନି ଲୋକେ

ଗତକାଲି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ତ୍ରିଲୋଚପୁରରେ ହୋଇଥିବା ଛେଳି ହଷ୍ଟେଲ ଓ ପାର୍କର ଉଦଘାଟନ କରିବା ପାଇଁ ଯାଇଥିଲେ।

ଅଦ୍ୟତନ ହୋଇଛି
bjd Mla

bjd Mla

Advertisment

ପାର୍କ ଓ ହଷ୍ଟେଲ ଉଦଘାଟନ କରିବା ପାଇଁ ଯାଇ ହଟହଟା ହେଲେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ। ତାଙ୍କ ଗାଡ଼ିକୁ ଗାଁ ଭିତରକୁ ଛାଡ଼ିଲେ ନାହିଁ ଗ୍ରାମବାସୀ। ପ୍ରଥମେ ରାସ୍ତାର ମରାମତି କରାଯାଉ, ତା’ ପରେ ବିଧାୟକ ପାର୍କ ଓ ହଷ୍ଟେଲର ଉଦଘାଟନ କରିବେ ବୋଲି କହିଥିଲେ ଲୋକେ। ଶେଷରେ ବିଧାୟକ ଉଦଘାଟନ ନ କରିପାରି ଫେରି ଯାଇଥିଲେ।  

Advertisment

କଳାହାଣ୍ଡି ଜିଲ୍ଲା ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚପୁରର ଗାଁ ରାସ୍ତା ମରଣ ଯନ୍ତା ପାଲିଟିଛି। ଏହି ଖାଲ, ଢିପ ରାସ୍ତାରେ ଲୋକେ ଯିବା ଆସିବା କରିବାରେ ହଇରାଣ ହେଉଛନ୍ତି। ଅଞ୍ଚଳବାସୀ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକ ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ରାସ୍ତା ମରାମତି କରିବା ପାଇଁ ଦାବି କରିଥିଲେ। ହେଲେ କିଛି ସୁଫଳ ମିଳି ନଥିଲା। ଏହି ରାସ୍ତାରେ ଲକ୍ଷ୍ମୀ ବସ୍ ଚଳାଚଳ କରୁଥିଲା। କିନ୍ତୁ ରାସ୍ତା ଖରାପ ହୋଇଥିବା ଯୋଗୁ କିଛି ଦିନ ଚାଲିବା ପରେ ବନ୍ଦ ହୋଇଯାଇଥିଲା। 

ଗତକାଲି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ତ୍ରିଲୋଚପୁରରେ ନିର୍ମିତ ହୋଇଥିବା ଛେଳି ହଷ୍ଟେଲ ଓ ପାର୍କର ଉଦଘାଟନ କରିବା ପାଇଁ ଯାଇଥିଲେ। ହେଲେ ଗ୍ରାମବାସୀ ବିଧାୟକଙ୍କୁ ଗାଁ ଭିତରକୁ ପୂରାଇ ଦେଲେ ନାହିଁ। ରାସ୍ତା ଅବରୋଧ କରିବା ସହ ରାସ୍ତା ମରାମତି ହେଲେ ପାର୍କର ଉଦଘାଟନ କରାଯିବ ବୋଲି କହିଥିଲେ। ‘ଆଗ ରାସ୍ତା ଓ ପରେ ପାର୍କ...’ ସ୍ଲୋଗାନ ଦେଇଥିଲେ ସ୍ଥାନୀୟ ଲୋକେ। ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରି ନଥିଲେ ବିଧାୟକ ଶ୍ରୀ ଦିଶାରୀ । ତିନି ବର୍ଷ ହେଲା ଅଭିଯୋଗ ପରେ ବି ରାସ୍ତା ମରାମତି କାହିଁକି ହୋଇନି ବୋଲି ଲୋକେ ତାଙ୍କୁ ପ୍ରଶ୍ନ କରିଥିଲେ।

Advertisment

ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ହୋଇ ଶେଷରେ ଗାଁ ମୁଣ୍ଡରୁ ଫେରି ଯାଇଥିଲେ ବିଧାୟକ ପ୍ରଦୀପ ଦିଶାରୀ। ତେବେ ଏନେଇ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

BjD Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe