/odisha-reporter/media/post_attachments/uploadimage/library/16_9/16_9_0/IMAGE_1708924607.jpg)
President of india
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ଆଜି ସମ୍ବଲପୁରରେ ରାଷ୍ଟ୍ରପତିଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରରୁ ବାୟୁସେନା ହେଲିକପ୍ଟରରେ ଯାଇ ସମ୍ବଲପୁର ରେଢାଖୋଲ କଦଳିଗଡସ୍ଥିତ ହାଇସ୍କୁଲ ପଡିଆରେ ଓହ୍ଲାଇବେ ରାଷ୍ଟ୍ରପତି।
Advertisment
ଏହା ପରେ ସନ୍ଥ କବି ଭୀମଭୋଇ ଆବିର୍ଭାବ ପୀଠକୁ ଗସ୍ତ କରିବେ। ସେଠାରେ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହ ଧ୍ୱନି ମଣ୍ଡପ ଓ ସନ୍ଥ କବି ଭୀମଭୋଇ ଆଶ୍ରମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସମ୍ବଲପୁରରେ ରାଷ୍ଟ୍ରପତି ଆହୁରି ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ।
ସୂଚନାଯୋଗ୍ୟ, ଗତକାଲି ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଥିଲେ। ପରେ ସେଠାରୁ ଭଞ୍ଜବିହାର ଯାଇ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନରେ ଯୋଗଦେବେ।ଏ ଅବସରର ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ପଦକ ପ୍ରଦାନ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
