Advertisment

ସୂର୍ଯ୍ୟ ପାତ୍ରଙ୍କୁ ବିଜେଡିର ଏ କି ପ୍ରକାର ଶ୍ରଦ୍ଧାଞ୍ଜଳି? ଶଙ୍ଖ ଭବନକୁ ପୂରାଇ ଦିଆଗଲାନି ପାର୍ଥିବ ଶରୀର

ଶନିବାର ସନ୍ଧ୍ୟାରେ ଦିବଂଗତ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ପରଲୋକ ଘଟିଥିଲା।

ଅଦ୍ୟତନ ହୋଇଛି
Dead Body

Dead Body

Advertisment

ସୂର୍ଯ୍ୟ ନାରାୟଣ ପାତ୍ର ଥିଲେ ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ବିଧାୟକ। ସେ ୭ ଥର ବିଧାୟକ ହୋଇଥିଲେ। ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ତଥା ବିଧାନସଭାର ବାଚସ୍ପତି ପଦରେ ବସିଥିଲେ। ଏହା ସତ୍ତ୍ୱେ ତାଙ୍କ ପାର୍ଥିବ ଶରୀର ଯାଇ ପାରିଲା ନାହିଁ ଭୁବନେଶ୍ୱର ସ୍ଥିତ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ- ‘ଶଙ୍ଖ ଭବନ’କୁ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Advertisment

କାହିଁକି ସୂର୍ଯ୍ୟଙ୍କ ପାର୍ଥିବ ଶରୀର ଶଙ୍ଖ ଭବନକୁ ନିଆଗଲାନି? ସୂର୍ଯ୍ୟଙ୍କ ଭଳି ଦଳର ଜଣେ ବରିଷ୍ଠ ନେତାଙ୍କ କ୍ଷେତ୍ରରେ କାହିଁକି ଏଭଳି କରାଗଲା?ଦିବଙ୍ଗତ ସୂର୍ଯ୍ୟ ପାତ୍ରଙ୍କ ପ୍ରତି ଏ କି ପ୍ରକାର ଶ୍ରଦ୍ଧାଞ୍ଜଳି? ମରଶରୀର ଶଙ୍ଖ ଭବନକୁ ନନେବା ଲାଗି କାହାର ନିର୍ଦ୍ଦେଶ ଥିଲା କି? ସୂର୍ଯ୍ୟଙ୍କ ପାର୍ଥିବ ଶରୀର ଶଙ୍ଖ ଭବନକୁ ଯାଇଥିଲେ କ’ଣ ମାରା ହୋଇଯାଇଥାନ୍ତା କି? ଏପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି।

ଏ ସଂପର୍କରେ ବିଜେଡି ପକ୍ଷରୁ କିନ୍ତୁ ଏଯାଏଁ କୌଣସି ସ୍ପଷ୍ଟୀକରଣ ଦିଆଯାଇନି। ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ପ୍ରକ୍ରିୟା ମିଳିନାହିଁ।

Advertisment

ଗତକାଲି ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର ଦିଗପହଣ୍ଡିକୁ ନିଆଯିବା ପୂର୍ବରୁ ଶଙ୍ଖ ଭବନ ଓ ବିଧାନସଭା ପରିସରରୁ ନିଆଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ମରଶରୀରକୁ ଶଙ୍ଖ ଭବନ ନିଆନଯାଇ ଏହା ପାର୍ଶ୍ୱରେ ଥିବା ଏକ ସରକାରୀ କ୍ୱାର୍ଟର୍ସ ପରିସରରେ ଅଟକିଥିଲା ଆମ୍ବୁଲାନ୍ସ। ସେହିଠାରେ ହିଁ ଦଳର ନେତା ଓ କର୍ମୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ଦିବଂଗତ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ପରଲୋକ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।

BjD Surya Narayan Patra Deadbody.
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe