Advertisment

ବିଜେଡି ନେତ୍ରୀ ଲତିକାଙ୍କ ବିସ୍ଫୋରକ ବୟାନ: ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଥଲେ ରଂଜିତା

ଲତିକା ପ୍ରଧାନ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ରଞ୍ଜିତା ସାହୁ।

ଅଦ୍ୟତନ ହୋଇଛି
latika pradhan

latika pradhan

Advertisment

ଚରମ ସୀମାରେ ପହଞ୍ଚିଛି ବିଜେଡି କଳି। ପରାଜୟକୁ ନେଇ ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠ ସମସ୍ତେ ମୁହଁ ଖୋଲୁଛନ୍ତି। ସିଧା ସୁପ୍ରିମୋଙ୍କ ନିକଟରେ ପରାଜୟ ପାଇଁ କିଛି ନେତାଙ୍କୁ ଦାୟୀ କରୁଛନ୍ତି। ସେହିପରି ଭାବରେ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଆସିକା ସଂସଦୀୟ କ୍ଷେତ୍ରରେ ବିଜେଡିର ପରାଜୟ ପାଇଁ  ଆସ୍କାର ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ଦାୟୀ କରିଛନ୍ତି। 

Advertisment

ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ବିଭୀଷଣ ବୋଲି କହିଛନ୍ତି। ନିର୍ବାଚନ ସମୟରେ ବିଭୀଷଣ ସାଜି ରଂଜିତା ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି ବୋଲି ନବୀନଙ୍କୁ ଅବଗତ କରିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ଆସିଥିବା କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଗଣମାଧ୍ୟମ ଆଗରେ ଆଜି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି।

ଲତିକା କହିଛନ୍ତି, ନିର୍ବାଚନ ସମୟରେ ରଞ୍ଜିତା ସାହୁ ବିଭୀଷଣ ଭୂମିକା ନିର୍ବାହ କରିଥିଲେ। ବେଇମାନି କରିବା ସହିତ ନିର୍ବାଚନରେ ବିଜେପି ସହ ସାଲିସ୍ କରି କାମ କରିଥିଲେ। ଏବେ ମଧ୍ୟ ସେହି କାମ କରୁଛନ୍ତି। ମୁଁ ଦଳର ସଭାପତିଙ୍କୁ ଭେଟି ଏ ସଂପର୍କରେ ଅବଗତ କରିଛି। ତାଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନଷ୍ଠାନ ନେବା ପାଇଁ ଅନୁରୋଧ କରିଛି। ଯଦି ଦଳର ସଭାପତି କାର୍ଯ୍ୟାନୁଷ୍ଠାନ ନ ନେବେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ।

Advertisment

ସେ ଆହୁରି କହିଛନ୍ତି, ସ୍ୱର୍ଗତ ବିଜୁ ବାବୁଙ୍କ ସମୟରୁ ଆସିକା ସଂସଦୀୟ କ୍ଷେତ୍ର ଅନ୍ୟ କାହା ହାତକୁ ଯାଇ ନଥିଲା। ଏଭିଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆସିକା ସିଟ୍‌ ପଳାଇଲା। ରଞ୍ଜିତାଙ୍କ ନିର୍ବାଚନ ପରିଚାଳନା ତ୍ରୁଟି ଯୋଗୁ ଆମେ ସବୁ ସିଟ୍‌ ହରାଇଲୁ। ସେ ବିଭୀଷଣ ସାଜି ଦଳ ବିରୋଧୀ କାମ କରିଛନ୍ତି। ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି। ଏବେ ମଧ୍ୟ ସେ ସେହି କାମ କରୁଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଭାପତିଙ୍କୁ ଅନୁରୋଧ କରିଛି। 

ରଞ୍ଜିତା ବିଜେପି ଏଜେଣ୍ଟଙ୍କ ସହ ମିଶି ମୋତେ ହରାଇବା ପାଇଁ ପ୍ଲାନ କରିଥିଲେ। ବିଭୀଷଣ ଭାବେ କାମ କରିବା ଦଳ ପାଇଁ କ୍ଷତିକାରକ। ଦଳର ସଭାପତିଙ୍କ ଉପରେ ମୋର ବହୁତ ବିଶ୍ୱାସ ରହିଛି। ସେ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଲତିକା କହିଛନ୍ତି।

ନିର୍ବାଚନ ପରଠୁ ଦଳ ତାଙ୍କୁ କିଛି ଦାୟିତ୍ୱ ଦେଇ ନାହିଁ। ଦଳ ମୋତେ ସବୁ ଦାୟିତ୍ୱ ଦେଇଛି। ମୁଁ ମୋର ଦାୟିତ୍ୱ ସଠିକ୍ ଭାବରେ ତୁଲାଉଛି। ବାକି ନିଷ୍ପତ୍ତି ସଭାପତିଙ୍କ ଉପରେ ଛାଡ଼ି ଦିଆଯାଇଛି। ସଭାପତି ଯାହ ନିଷ୍ପତ୍ତି ନେବେ ଆମେ ତାକୁ ମାନିନେବୁ ବୋଲି ଲତିକା କହିଛନ୍ତି।

ଲତିକା ପ୍ରଧାନ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ରଞ୍ଜିତା ସାହୁ। ସେ କହିଛନ୍ତି, ଏହା ଦଳ ଭିତର କଥା, ଆମେ ସୁପ୍ରିମୋଙ୍କୁ ଜଣାଇବୁ। ମୁଁ ବିଜେଡି ସଦସ୍ୟ। ନିର୍ବାଚନରେ ମୁଁ ବିଜେଡିର ପ୍ରାର୍ଥୀ ହୋଇଥଲି। ମୋ ଉପରେ ଆସିଥିବା ଆରୋପ ଠିକ୍‌ ନୁହେଁ। ଦଳ କିଭଳି ସୁଦୃଢ଼ ହେବ ସେ ନେଇ ଆମେ କାମ କରୁଛୁ କହିଛନ୍ତି ରଂଜିତା।

BjD Naveen Patnaik Latika Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe