Advertisment

ହିସାବ ମାଗିବାରୁ ମହିଳାଙ୍କୁ ଖୋଲା ଧମକ ଦେଲେ BJD ପ୍ରାର୍ଥୀ ଲତିକା ପ୍ରଧାନ!

କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ହେଉଛନ୍ତି ଲତିକା ପ୍ରଧାନ। ମଙ୍ଗଳବାର ରାତିରେ ସେ ନିଜ ସମର୍ଥକଙ୍କ ସହ ବେଗୁନିଆପଡା ପଞ୍ଚାୟତକୁ ଯାଇଥିଲେ। ସେଠାରେ ଖୋଲା ଗାଡ଼ିରେ ବିଶାଳ ରୋଡ୍‌ ଶୋ’ କରୁଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ହିଂସ୍ର ହେଲେ ଶାସକ ବିଜେଡିର ବିଧାୟକ ପ୍ରାର୍ଥୀ ଲତିକା ପ୍ରଧାନ! ୫ ବର୍ଷର ହିସାବ ମାଗିବାରୁ ସର୍ବ ସମ୍ମୁଖରେ ମହିଳାଙ୍କୁ ଖୋଲା ଧମକ ଦେଲେ! ଉଠାଇ ନେଇ ମାଡ଼ ମାରିବାକୁ ପୁରୁଷ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ଲତିକାଙ୍କ ପୁରୁଷ ସମର୍ଥକମାନେ ଗାଁର ମହିଳାଙ୍କୁ ଠେଲାପେଲା ଓ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରୁ ଆସିଛି ଏପରି ଅଭିଯୋଗ। ତେବେ ଏଠି ପ୍ରଶ୍ନ ଉଠୁଛି, ବିଜେଡି ସରକାରରେ ମହିଳାଙ୍କୁ ଇଏ କି ପ୍ରକାର ସମ୍ମାନ? ବିଧାୟକ ପ୍ରାର୍ଥୀ ନିଜେ ଜଣେ ମହିଳା ହୋଇ ପୁରୁଷ କର୍ମୀଙ୍କ ମାଧ୍ୟମରେ ମହିଳାଙ୍କୁ ଟଣାଓଟରା କରିବା କେତେଦୂର ଯୁକ୍ତିଯୁକ୍ତ। ଏହାକୁ ନେଇ ଚଳଚଞ୍ଚଳ ହୋଇଛି ଗଞ୍ଜାମ ବିଜେଡି ରାଜନୀତି।

Advertisment

କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ହେଉଛନ୍ତି ଲତିକା ପ୍ରଧାନ। ମଙ୍ଗଳବାର ରାତିରେ ସେ ନିଜ ସମର୍ଥକଙ୍କ ସହ ବେଗୁନିଆପଡା ପଞ୍ଚାୟତକୁ ଯାଇଥିଲେ। ସେଠାରେ ଖୋଲା ଗାଡ଼ିରେ ବିଶାଳ ରୋଡ୍‌ ଶୋ’ କରୁଥିଲେ। ରୋଡ୍‌ ଶୋ’ରେ ଯାଉଥିବା ବେଳେ ଗାଁ ମଝିରେ ତାଙ୍କୁ କିଛି ମହିଳା ଅଟକାଇ ଥିଲେ। ଗତ ୫ ବର୍ଷରେ ଗାଁ ପାଇଁ କ’ଣ ବିକାଶ କାମ କରିଛ ବୋଲି ପଚାରିଥିଲେ। ହେଲେ ଏହାର ଜବାବ ଦେଇପାରିନଥିଲେ ଲତିକା। ବରଂ ମହିଳାଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ। ଧମକ ଚକମ ଦେଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

ଲତିକା ଜଣେ ମହିଳା ହୋଇଥିବାରୁ ପ୍ରତିବାଦ କରୁଥିବା ଗାଁର ମହିଳାଙ୍କ ପ୍ରଶ୍ନର ଉତ୍ତର ଦେବାକଥା। ସେ ଆଉ ଚାହିଁଥିଲେ ମହିଳାଙ୍କୁ ବୁଝାଇପାରି ଥାଆନ୍ତେ। ହେଲେ ସେମିତି କଲେନାହିଁ। ଶାସକ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବାରୁ ଅହଙ୍କାରରେ ବଶବର୍ତ୍ତୀ ହୋଇ ମହିଳାଙ୍କୁ ଘଉଡାଇବା ପାଇଁ ନିଜ ସମର୍ଥକ(ପୁରୁଷ)ଙ୍କୁ କହିଥିଲେ। ମାଡ଼ାମ୍‌ଙ୍କ ନିର୍ଦ୍ଦେଶ ପାଇବା ପରେ କର୍ମୀମାନେ ଶୋଭାଯାତ୍ରା ଆଗକୁ ଲମ୍ଫ ମାରିଥିଲେ। ବିଧାୟକଙ୍କ ଗାଡ଼ି ଆଗରେ ପ୍ରତିବାଦ କରୁଥିବା ଗାଁର ମହିଳାଙ୍କୁ ଠେଲାପେଲା। ଏପରିକି ଟଣାଓଟରା କରିଥିବା ଅଭିଯୋଗ ହୋଇଛି।

Advertisment

ଠେଲାପେଲା ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଛାୟା ବେହେରା ଓ ପିଙ୍କି ରାଉତ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଇଥିଲା। ତେବେ ଛାୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନ୍ତରିତ କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସେପଟେ ଲତିକା ଓ ତାଙ୍କ ସମର୍ଥକମାନେ ରାତିରେ ଗାଡ଼ି ନେଇ ପଳାଇ ଯାଇଥିଲେ।

ଗତକାଲି ରାତିରେ ଘଟଣା ନେଇ ଥାନାରେ କୌଣସି ମାମଲା ହୋଇନାହିଁ। ଅନ୍ୟପକ୍ଷରେ ଏନେଇ ଲତିକାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ଖଲ୍ଲିକୋର୍ଟରୁ ଶିଲୁ ବିଶ୍ୱାଳ

BjD Ganjam Ganjam Politics 2024 General Election