Advertisment

‘ରତ୍ନଭଣ୍ଡାରରେ ନାହିଁ ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ’

୧୯୭୮ ମସିହାରେ ରତ୍ନ ଭଣ୍ଡାରରେ ଥିବା ରତ୍ନାଳଙ୍କାର ଗଣତି ମଣତି ହୋଇଥିଲା। ସେହି ଡାଟାବେସ୍ ଅନୁଯାୟୀ ଅଳଙ୍କାର ଗୁଡ଼ିକ ମେଳକ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Prithiviraj Harichandan

Prithiviraj Harichandan

ରତ୍ନଭଣ୍ଡାର ଭିତରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ପ୍ରାୟତଃ ନାହିଁ। ପ୍ରାଥମିକ ଆଲୋଚନାରୁ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନ ଥିବା ଜଣାପଡ଼ିଛି। ରତ୍ନଭଣ୍ଡାର ସଂପର୍କରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି।

Advertisment

ଆଇନ ମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର ଭିତରେ ଫାଟ ଗୁଡ଼ିକ ଥିବା ଜଣାପଡ଼ିଛି। ସେହି ଫାଟ ଗୁଡ଼ିକୁ ମରାମତି କରାଯିବ। ମରାମତି ପାଇଁ ପ୍ରାୟ ଦେଢ଼ ମାସ ସମୟ ଲାଗିବ। ସର୍ଭେ ରିପୋର୍ଟ ଆସିବାକୁ ସମୟ ଲାଗୁଛି। ଅଫିସିଆଲି ସର୍ଭେ ରିପୋର୍ଟ ଆସିବା ପରେ ତୁରନ୍ତ ମରାମତି କାମ ଆରମ୍ଭ କରାଯିବ। ରତ୍ନଭଣ୍ଡାର ମରାମତି ପାଇଁ ASI ପ୍ରସ୍ତୁତ ଅଛି। ଏଏସ୍‌ଆଇ ରତ୍ନଭଣ୍ଡାର ମରାମତି କାମ କରି ସାରିବା ପରେ ଗଣତି ମଣତି କରିବାକୁ ଯେତେ ଶୀଘ୍ର ଚେଷ୍ଟା କରିବୁ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ରହିଛି। କାର୍ତ୍ତିକ ପୂର୍ଣ୍ଣମୀ ପରେ ମରାମତି କାମ ଆରମ୍ଭ କରାଯିବ।

ରତ୍ନଭଣ୍ଡାର ମରାମତି କାମ ସରିବା ପରେ ଅସ୍ଥାୟୀ ରତ୍ନ ଭଣ୍ଡାରରୁ ଅଳଙ୍କାର ଗୁଡ଼ିକ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ତା’ପରେ ରତ୍ନ ଭଣ୍ଡାର ଭିତରେ ଗଣତିମଣତି କରାଯିବ। ୧୯୭୮ ମସିହାରେ ରତ୍ନ ଭଣ୍ଡାରରେ ଥିବା ରତ୍ନାଳଙ୍କାରର ଗଣତି ମଣତି ହୋଇଥିଲା। ସେହି ଡାଟାବେସ୍ ଅନୁଯାୟୀ ଅଳଙ୍କାର ଗୁଡ଼ିକ ମେଳକ କରାଯିବ। ଯାହା ପୂର୍ବରୁ ଥିଲା ଏବେ ତାହା ଅଛି କି ନାହିଁ ମେଳ କରାଯିବ। ପ୍ରାୟ ଗୋଟିଏ ସପ୍ତାହ ଭିତରେ ଗଣତି ମଣତି ପ୍ରକ୍ରିୟା ସରିଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ବାହାର ଓ ଭିତର ରତ୍ନ ଭଣ୍ଡାର ଖୋଲାଯିବା ପରେ ମାଟି ତଳେ କିମ୍ବା କାନ୍ଥ ଭିତରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ଥିବା ଚର୍ଚ୍ଚା ହେଉଥିଲା।  

Ratna Bhandar Puri Srimandir Prithiviraj Harichandan