Advertisment

ସ୍ପଷ୍ଟ କଲେ ଆଇନ୍‌ ମନ୍ତ୍ରୀ; ଏଥର ହେବନି ଛାତ୍ର ସଂସଦ ନିର୍ବାଚନ

ଆଇନମନ୍ତ୍ରୀଙ୍କଠାରୁ ସ୍ପଷ୍ଟ ଚିତ୍ର ମିଳିବା ପରେ ଏବର୍ଷକୁ ମିଶାଇ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ କଲେଜ ଇଲେକ୍ସନ ସ୍ଥଗିତ ରହିଛି। ଶେଷଥର ପାଇଁ ୨୦୧୭ ମସିହାରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା।

author-image
Manoranjan Sial
undefined

Utkal University

ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ। ଆର ବର୍ଷରେ ହେବ କଲେଜ ଇଲେକ୍ସନ। ଅର୍ଥାତ୍ ୨୦୨୫ ମସିହାରେ ହେବ ଛାତ୍ର ସଂସଦ ନିର୍ବାଚନ। ଯାଜପୁର ଜିଲ୍ଲା ବଡ଼ଚଣା ନୂଆହାଟ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏକଥା ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ଆଇନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ସାଧାରଣତଃ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ହୋଇଥାଏ। ହେଲେ ରାଜ୍ୟରେ ନୂଆ ସରକାର ଆସିଲା ପରେ ଏଥର କଲେଜ ଇଲେକ୍ସନ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିନି। ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଥମେ ଏବର୍ଷ ଆଗେ ସମସ୍ତ କଲେଜରେ ଆନୁଷଙ୍ଗିକ ପ୍ରସ୍ତୁତି କରାଯିବ। ସେ କାମ ସରିଲେ ଆସନ୍ତାବର୍ଷ କଲେଜ ଭୋଟ୍ ନିଶ୍ଚିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇନମନ୍ତ୍ରୀ।

ଆଇନମନ୍ତ୍ରୀଙ୍କଠାରୁ ସ୍ପଷ୍ଟ ଚିତ୍ର ମିଳିବା ପରେ ଏବର୍ଷକୁ ମିଶାଇ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ କଲେଜ ଇଲେକ୍ସନ ସ୍ଥଗିତ ରହିଛି। ଶେଷଥର ପାଇଁ ୨୦୧୭ ମସିହାରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ତା’ପର ବର୍ଷଠୁ ଅର୍ଥାତ୍ ୨୦୧୮ ପରଠୁ ଆଉ କଲେଜ ଭୋଟ୍ ହୋଇନି। ତା’ସହ ସେବେଠୁ ଛାତ୍ର ନେତା ବାହାରିବା ପ୍ରକ୍ରିୟା ଠପ୍ ହୋଇଯାଇଛି।

Advertisment

ଫଳରେ ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରି ଆଗକୁ ନେତା ହେବାର ସ୍ୱପ୍ନ ଦେଖୁଥିବା ଯୁବଗୋଷ୍ଠୀଙ୍କୁ ଝଟକା ଲାଗିଛି। ଏହାଛଡ଼ା ଛାତ୍ର ଜୀବନରେ ଭୋଟର ହୋଇ ନେତା ବାଛିବାର ଅଭିଜ୍ଞତା ଓ ଅନୁଭବ ମଧ୍ୟ ହରାଇଛନ୍ତି କଲେଜ ପିଲା। ଯେହେତୁ ବିଜେଡି ସରକାରର ପତନ ହୋଇଛି ଓ ରାଜ୍ୟର ବିଜେପି ନୂଆ ସରକାର ଗଠନ କରିଛି। ତେଣୁ ଏବର୍ଷ କ୍ୟାଂପସ ପଲିଟିକ୍ସର ଆଶା ବାନ୍ଧିଥିଲେ ବହୁ ଛାତ୍ର ସଂଗଠନ।

ସେପଟେ କଲେଜ ନିର୍ବାଚନ ବନ୍ଦ ଘୋଷଣା ଉପରେ ବିଜେଡି ଆକ୍ଷେପ କରି କହିଛି, ହାରିବା ସୁନିଶ୍ଚିତ ଜାଣି ଛାତ୍ର ସଂସଦର ନିର୍ବାଚନରୁ ପଛଘୁଞ୍ଚା ଦେଇଛି ବିଜେପି। ସେହିପରି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଏ ପ୍ରସଙ୍ଗରେ ନିଶାନା କରିଛି। ତେଣେ ଏବିଭିପି କହିଛି, ରାଜ୍ୟର ୩୬୮ କଲେଜରେ ଅଖିଳ ଭାରତୀୟ ଛାତ୍ର ବିଦ୍ୟାର୍ଥୀ ପରିଷଦ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଯେହେତୁ ଏବର୍ଷର ଶିକ୍ଷା କ୍ୟାଲେଣ୍ଡର ଆସିନାହିଁ, ତେଣୁ ସରକାର କଲେଜ ଇଲେକ୍ସନ ବନ୍ଦ ନକରିବାକୁ ପରିଷଦ ଦାବି ରଖିଛି।

BjD Odisha Collector College Election