Advertisment

ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲେ ଲକ୍ଷ୍ମଣ ମୁଣ୍ଡା

ଶୂନ୍ୟକାଳରେ ମଧ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମାନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ।

Laxman Munda

Laxman Munda

Advertisment

କୋଇଡା ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗକୁ ନେଇ ଗୃହରେ ଝଡ଼। ପ୍ରଶ୍ନକାଳ ଆରମ୍ଭରୁ ବଣାଇର CPM ବିଧାୟକ ଲକ୍ଷ୍ମଣ ମୁଣ୍ଡା ଗୃହ ମଧ୍ୟଭାଗକୁ ଆସି ବିଡିଓଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣାନ୍ତୁ ବୋଲି ଦାବି କରିଥିଲେ। ଲକ୍ଷ୍ମଣଙ୍କ ସମର୍ଥନରେ କଂଗ୍ରେସ ଓ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ୍‌ ତଳେ ହୋହଲା ସହ ନାରାବାଜି ଦେଇଥିଲେ। ଫଳରେ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି।

Advertisment

ଶୂନ୍ୟକାଳରେ ମଧ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମାନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ପ୍ରବଳ ହଟ୍ଟଗୋଳ ହେବାରୁ ଗୃହ ପୁଣି ଅପରାହ୍ନ ୪ଟା ଯାଏ ମୁଲତବୀ ହୋଇଥିଲା। ପରାହ୍ନରେ କୋଇଡା BDOଙ୍କ ବିରୋଧରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଆଣିଥିବା ଅଭିଯୋଗ ନେଇ ବିବୃତି ରଖିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି।

ସରକାର ଏହାକୁ ଗୁରୁତର ସହ ବିଚାର କରିଛନ୍ତି। ବିହିତ ପଦକ୍ଷେପ ନେବାକୁ ଚିନ୍ତା କରାଯାଉଛି ବୋଲି ମନ୍ତ୍ରୀ ବିବୃତି ରଖିବା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

Advertisment
Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe