/odisha-reporter/media/post_attachments/uploadimage/library/16_9/16_9_0/BJD_1703674417.jpeg)
BJD
ବିଜେଡି କାର୍ଯ୍ୟକ୍ରମରେ ଅଣ୍ଡାମାଡ଼। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ଲୋକନାଥ ମହାବିଦ୍ୟାଳୟରେ।
Advertisment
ଆଜି ନୂଆ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ଅଣ୍ଡାମାଡ଼ କରିଥିବା ସୂଚନା ମିଳିଛି।
ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ଟାର୍ଗେଟ କରି ଅଣ୍ଡାମାଡ଼ କରାଯାଇଥିବା ସୂଚନା ମିଳିଛି। ସଭା ଚାଲିଥିବା ସମୟରେ ଷ୍ଟେଜ ସମ୍ମୁଖରେ ବସିଥିବା କିଛି ବ୍ୟକ୍ତିଙ୍କ ଉପରେ ଅଣ୍ଡା। ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ କୁଦାନଗରୀ ଥାନା ପୁଳିସ ପହଞ୍ଚି ପରିସ୍ଥିତି ଆୟତ୍ତ କରିଥିଲା।
Advertisment
ଅନ୍ୟପଟରେ ସାମ୍ବାଦିକଙ୍କ ପ୍ରଶ୍ନରେ ସଞ୍ଜୟ ଅଗ୍ରୱାଲ କହିଛନ୍ତି, ସଭା ସମ୍ମୁଖରେ କିଛି ଛୋଟଛୋଟ ଝିଅମାନେ ବସିଥିଲେ, କିଏ ଆସି ଅଣ୍ଡା ମାଡ଼ କରି ପଳାଇ ଯାଇଛି। ଆମକୁ କେହି ଅଣ୍ଡା ମାଡ଼ କରିନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
