Advertisment

କଥା ରଖିଲେ: ପବନ କଲ୍ୟାଣଙ୍କୁ ହରାଇ ନ ପାରିବାରୁ ନାଁ ବଦଳାଇଲେ

ଜନସେନା ମୁଖ୍ୟ ପବନ କଲ୍ୟାଣଙ୍କୁ ଆନ୍ଧ୍ର ପ୍ରଦେଶ ନିର୍ବାଚନରେ ପରାସ୍ତ କରିବାକୁ ପଦ୍ମନାଭମ ପ୍ରତିଜ୍ଞା କରିଥିଲେ।

author-image
Hemant Lenka
YSRCP

YSRCP

ନିର୍ବାଚନରେ ଜନସେନା ମୁଖ୍ୟ ପବନ କଲ୍ୟାଣଙ୍କୁ ହରାଇ ନ ପାରିବାରୁ ୱାଇଏସ୍‌ଆର କଂଗ୍ରେସର ବରିଷ୍ଠ ନେତା ମୁଦ୍ରାଗଡ଼ା ପଦ୍ମନାଭମ ନିଜ ନାଁକୁ ବିଧିବଦ୍ଧ ଭାବେ ବଦଳାଇଛନ୍ତି। ଏବେ କୋର୍ଟ ସତ୍ୟପାଠ ଜରିଆରେ ନିଜ ନାଁ ପଦ୍ମନାଭମ ରେଡ୍ଡୀ କରି ଦେଇଇଛନ୍ତି।

Advertisment

ଜନସେନା ମୁଖ୍ୟ ପବନ କଲ୍ୟାଣଙ୍କୁ ଆନ୍ଧ୍ର ପ୍ରଦେଶ ନିର୍ବାଚନରେ ପରାସ୍ତ କରିବାକୁ ପଦ୍ମନାଭମ ପ୍ରତିଜ୍ଞା କରିଥିଲେ। ଯଦି ପବନ କଲ୍ୟାଣ ଜିତି ଯିବେ, ତା’ହେଲେ ସେ ତାଙ୍କ ନାଁ ବଦଳାଇ ଦେବେ ବୋଲି ପ୍ରଚାର ବେଳେ କଥା ଦେଇଥିଲେ।

ନିର୍ବାଚନରେ ପବନ କଲ୍ୟାଣ ଜିତି ଯିବାରୁ ପଦ୍ମନାଭମ ନିଜ ନାଁକୁ ମଧ୍ୟ ବଦଳାଇଛନ୍ତି। ପଦ୍ମନାଭମ ଓ ପବନ କଲ୍ୟାଣଙ୍କ ମଧ୍ୟ ସିଧାସଳଖ ଲଢ଼େଇ ହେଉ ନଥିଲା। ପିଠାପୁରମ ନିର୍ବାଚନ ମଣ୍ଡଳୀରେ ପବନ କଲ୍ୟାଣଙ୍କ ବିରୋଧରେ ଜଗନ ମୋହନ ରେଡ୍ଡୀଙ୍କ ଦଳ ଭାଙ୍ଗା ଗୀତାଙ୍କୁ ପ୍ରାର୍ଥୀ କରିଥିଲା। ଗୀତାଙ୍କ ପ୍ରାର୍ଥିତ୍ୱକୁ ପଦ୍ମନାଭମ ସମର୍ଥନ କରିଥିଲେ। 

Advertisment

ପ୍ରଚାର ବେଳେ ୱାଇଏସ୍‌ଆର କଂଗ୍ରେସର ଏହି ନେତା ଜଣଙ୍କ ଦମ୍ଭୋକ୍ତି କରି ପବନ କଲ୍ୟାଣଙ୍କ ପରାଜୟ ସୁନିଶ୍ଚିତ। ଯଦି ସେ ଗୀତାଙ୍କୁ ହରାଇ ଦେବେ, ତା’ହେଲେ ନିଜ ନାଁ ବଦଳାଇ ଦେବେ ବୋଲି କହିଥିଲେ। ପବନ ୭୦ ହଜାର ଭୋଟରେ ବିଜୟ ହେବାରୁ ପଦ୍ମନାଭମଙ୍କୁ ନିଜ କଥା ରଖିବାକୁ ପଡ଼ିଛି। 

ପଦ୍ମନାଭମ ରେଡ୍ଡୀ ହେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ “କେହି ବି ମୋତେ ନାଁ ବଦଳାଇବାକୁ ବାଧ୍ୟ କରି ନାହାନ୍ତି। ମୁଁ ନିଜ ଆଡ଼ୁ ଦେଇଥିବା କଥା ଅନୁସାରେ ନାଁ ବଦଳାଇଛି।” ନିର୍ବାଚନ ପରାଜୟ ପରେ ପବନ କଲ୍ୟାଣଙ୍କ ଫ୍ୟାନ୍ସ ଓ ସମର୍ଥକମାନେ ତାଙ୍କୁ ନିୟମିତ ଦୁର୍ବ୍ୟବହାର କରି ଚାଲିଥିବା ସେ ଅଭିଯୋଗ କରିଛନ୍ତି।

ପଦ୍ମନାଭମ କହିଛନ୍ତି, “ଯେଉଁ ଯୁବକମାନେ ଆପଣଙ୍କୁ(ପବନ କଲ୍ୟାଣ) ଭଲ ପାଆନ୍ତି, ସେମାନେ ଏବେ ଅତ୍ୟନ୍ତ ଅଶୋଭନୀୟ ମେସେଜ ପଠାଉଛନ୍ତି। ମୋ ମତରେ ଏହା ଠିକ ନୁହେଁ। ଦୁର୍ବ୍ୟବହାର କରିବା ଅପେକ୍ଷା ଆମ ସମସ୍ତଙ୍କୁ(ପରିବାର ସଦସ୍ୟ) ଶେଷ କରି ଦିଅନ୍ତୁ।”

କାପୁ ସଂପ୍ରଦାୟର ନେତା ଭାବେ ପରିଚିତ ପଦ୍ମନାଭମ କାପୁ ସଂରକ୍ଷଣ ପାଇଁ ଏକଦା ଲଢ଼େଇ କରୁଥିଲେ।

Andhra Pradesh Pawan Kalyan YSRCP