Advertisment

‘ଓଡ଼ିଶା ପୁଲିସ୍‌ ଆଈ ମାଆ କାହାଣୀ କହୁଛି’

ଓଡ଼ିଶାରେ ଆଇନଶୃଙ୍ଖଳା ଆଉ ନାହିଁ। ପୂରା ଧ୍ୱଂସ ପାଇଗଲାଣି। ପୁଲିସକୁ ଏଠାରେ ଦଳୀୟ କାମରେ ବ୍ୟବହାର କରାଯାଉଛି। ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

ରାଜ୍ୟ ସରକାରଙ୍କ ଉପରେ ପୁଣି ହାମ୍‌ଲା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବର୍ଷିଛନ୍ତି। ପୁଲିସ୍‌ର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୁଣି ଥରେ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଆଉ ପୁଲିସ୍‌କୁ ଆକ୍ଷେପ କରି ସେ କହିଛନ୍ତି, ଦୈନିକ ନୂଆ ନୂଆ ଆଈ ମାଆ କାହାଣୀ ଶୁଣାଅନି।

Advertisment

ନବ ଦାସ ହତ୍ୟାକାଣ୍ଡକୁ ନେଇ ଜୟନାରାୟଣ ମିଶ୍ର କହିଛନ୍ତି, ଓଡ଼ିଶା ପୁଲିସ୍‌ ଆଈ ମାଆ କାହାଣୀ କହୁଛି। ଆମେ ଆଈ ମାଆ କାହାଣୀରେ କାହିଁକି ଯିବା? ଯେଉଁଠି ରାଜ୍ୟ ସରକାରଙ୍କ ଉପରେ ଆକ୍ଷେପ ଆସିବ, ସେଠି ମାମଲାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା କରିବ। ଏହା ଆମ ସଙ୍ଘୀୟ ବ୍ୟବସ୍ଥାରେ ରହିଛି। ‘ଆଇନ୍‌ ତା’ ବାଟରେ ଯିବ’ କଥା କହୁଥିବା ରାଜ୍ୟ ସରକାର ସେହି ଅନୁସାରେ ଯାଆନ୍ତୁ। ଯଦି ଓଡ଼ିଶା ପୁଲିସ୍‌ ନାଁରେ ଅଭିଯୋଗ ରହିଛି, ତାହାହେଲେ କେନ୍ଦ୍ରୀୟ ସଂସ୍ଥା ସିବିଆଇ ତଦନ୍ତ କରୁ। ସେହି ବ୍ୟବସ୍ଥା ଅନୁସାରେ ମାମଲାର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ। ତାହା ନକରି ପ୍ରତିଦିନ ନୂଆ ନୂଆ କାହାଣୀ ତିଆରି କରୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି।

ସେ ଆହୁରି କହିଛନ୍ତି, ପାଇଖାନରେ ଗୋଟିଏ କାଗଜ ପକାଇ ଫ୍ଲାସ୍‌ କରିଦେବାର ଘଣ୍ଟାଏ ପରେ ଦେଖିଲେ କାଗଜର ଅବସ୍ଥା ନଥିବ। ଏମାନେ ୪ ଦିନ ପରେ କାଗଜ ବାହାର କରୁଛନ୍ତି। ତାହା ପୁଣି ଠିକ୍‌ ଅଛି ବୋଲି କହୁଛନ୍ତି। ଆଉ ଏମିତିକା ଆଈ ମାଆ କାହାଣୀ କେତେ କହିବେ? ଓଡ଼ିଶାରେ ଆଇନଶୃଙ୍ଖଳା ଆଉ ନାହିଁ। ପୂରା ଧ୍ୱଂସ ପାଇଗଲାଣି। ପୁଲିସକୁ ଏଠାରେ ଦଳୀୟ କାମରେ ବ୍ୟବହାର କରାଯାଉଛି। ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Advertisment

ପୁଲିସ୍‌ ମହାସଂଘ ଆଣିଥିବା ଅଭିଯୋଗ ନେଇ ଜୟନାରାୟଣ ମିଶ୍ର କହିଛନ୍ତି, ବିରୋଧୀ ଦଳ ନେତା ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର ପାଇଁ କହିବାର ଅଧିକାର ପୁଲିସ ମହାସଂଘର ରହିଛି କି? ଏଇଟା ବିଶୃଙ୍ଖଳିତ ପୁଲିସ୍‌ର ବିଶୃଙ୍ଖଳିତ ଆଚରଣ। ଏମାନଙ୍କ ମୁହଁ ବହୁତ ବଢ଼ି ଯାଇଛି। ନବୀନ ପଟ୍ଟନାୟକଙ୍କ ସରକାରରେ ବହୁତ ମୁହଁ ବଢ଼ି ଯାଇଛି। ସେଥିପାଇଁ ସେମାନେ ଏପରି ବିଶୃଙ୍ଖଳିତ କାମ କରୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି।

BjD State Bjp