Advertisment

ଇଣ୍ଡିଆ ଏକତାକୁ ‘ବାମ’ ଝଟକା!

ଦୁଇ ରାଜ୍ୟରେ ସିପିଆଇ-ଏମର ସିଧାଲଢ଼େଇ ଯଥାକ୍ରମେ ମମତା ବାନାର୍ଜୀଙ୍କ ଟିଏମସି ଓ କଂଗ୍ରେସ ସହ ହେଉଛି।

author-image
Hemant Lenka
INDIA

INDIA

ବିଜେପି ବିରୋଧରେ ଏକାଠି ହୋଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆ ଏକତାକୁ ଶକ୍ତ ଝଟକା। ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ-ଏମ ବଡ଼ ପଦକ୍ଷେପ ନେଇଛି। ବେଙ୍ଗଲ ଓ କେରଳରେ ସିପିଆଇ-ଏମ ମେଣ୍ଟ ବିରୋଧରେ ଯିବାକୁ ନିଷ୍ପତ୍ତି ନେଇଛି।

Advertisment

ଏହି ଦୁଇ ରାଜ୍ୟରେ ସିପିଆଇ-ଏମର ସିଧାଲଢ଼େଇ ଯଥାକ୍ରମେ ମମତା ବାନାର୍ଜୀଙ୍କ ଟିଏମସି ଓ କଂଗ୍ରେସ ସହ ହେଉଛି। ଏହି ଦୁଇ ଦଳ ଇଣ୍ଡିଆ ମେଣ୍ଟରେ ଅଛନ୍ତି। ସିପିଆଇ-ଏମ ମଧ୍ୟ ମେଣ୍ଟର ସଦସ୍ୟ। ତଥାପି ସିପିଆଇ-ଏମ ବେଙ୍ଗଲ ଓ କେରଳରେ ଏକାକୀ ଲଢ଼ିବାକୁ ଯୋଜନା କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟିରେ ମଧ୍ୟ ସିପିଆଇ-ଏମ ନିଜକୁ ସାମିଲ କରିନାହିଁ। ବେଙ୍ଗଲରେ ସିପିଆଇ-ଏମ ଉଭୟ ଟିଏମସି ଓ ବିଜେପି ଠାରୁ ବେଙ୍ଗଲରେ ସମଦୂରତା ଅବଲମ୍ବନ କରିବ। ସେହିପରି କେରଳରେ ମଧ୍ୟ ବାମ ଦଳ କଂଗ୍ରେସ ବିରୋଧରେ ପ୍ରାର୍ଥୀ ଦେବ।

Advertisment

ବାମ ଦଳର ଏପରି ନିଷ୍ପତ୍ତି ବିରୋଧୀ ଏକତା ପ୍ରତି ଶକ୍ତ ଝଟକା। କାରଣ ଆସନ୍ତା ଲୋକସଭା ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ଏକ ଅଛନ୍ତି ବୋଲି ଦେଖାଇବାକୁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ବାମ ଦଳର ଏପରି ପଦକ୍ଷେପ ଇଣ୍ଡିଆ ମେଣ୍ଟକୁ ଅଡ଼ୁଆରେ ପକାଇଛି।

ନିକଟରେ ସିପିଆଇ-ଏମ ପକ୍ଷରୁ ଦିଲ୍ଲୀରେ ବୈଠକ ହୋଇଥିଲା। ଏହି ବୈଠକରେ ହିଁ ବେଙ୍ଗଲ ଓ କେରଳରେ ଦଳ କାହା ସହ ମେଣ୍ଟ କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଇଣ୍ଡିଆ ମେଣ୍ଟରେ ମତପାର୍ଥକ୍ୟ ରହିଛି ଓ ଏହା ପ୍ରକୃତ ସତ ବୋଲି ବୈଠକରେ ସାମିଲ ହୋଇଥିବା ଜଣେ ନେତା ମତ ରଖିଛନ୍ତି।

ସେ କହିଛନ୍ତି, “ଇଣ୍ଡିଆ ମେଣ୍ଟର ବେଙ୍ଗାଲୁରୁ ବୈଠକ ପୂର୍ବରୁ ସୀତାରାମ ୟେଚୁରୀ ସ୍ପଷ୍ଟ କରି ସାରିଥିଲେ ଯେ ପଶ୍ଚିମବଙ୍ଗରେ ଆମର ଲଢ଼େଇ ବିଜେପି ଓ ଟିଏମସି ସହ ହେବ। ସେହିପରି କେରଳରେ ୟୁଡିଏଫ ଓ ଏଲଡିଏଫ ମଧ୍ୟରେ ଟକ୍କର ହେବ। ଆମେ ଜାତୀୟ ସ୍ତରରେ କୌଣସି ପ୍ରକାରର ନିର୍ବାଚନୀ ବୁଝାମଣା କରିପାରିବୁ ନାହିଁ।”

ନିକଟରେ ଇଣ୍ଡିଆ ମେଣ୍ଟର ୧୪ ଜଣିଆ ସମନ୍ୱୟ କମିଟି ବୈଠକ ବସିଥିଲା। ଏଥିରେ ବାମଦଳର କେହି ବି ଯୋଗ ଦେଇ ନଥିଲେ।

India Opposition