Advertisment

ବିଧାୟକ ଅରୁଣ ସାହୁଙ୍କ ମନ୍ତବ୍ୟ ‘ପାଗଳର ପ୍ରଳାପ’ ସଦୃଶ: ବିଜେପି

ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ବିଧାୟକ ଅରୁଣ ସାହୁ ଗଣମାଧ୍ୟମରେ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ପ୍ରତି ‘ପାଗଳ\', ‘ମତିଭ୍ରମ' ଭଳି କଦର୍ଯ୍ୟ ଭାଷା ବ୍ୟବହାର ସହ ବ୍ୟକ୍ତିଗତ ଆକ୍ଷେପ କରିବା ନିହାତି ଲଜ୍ଜାଜନକ

Lekha Samantsinghar

Lekha Samantsinghar

Advertisment

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତି ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ କଦର୍ଯ୍ୟ ଭାଷା ଓ ବ୍ୟକ୍ତିଗତ ଆକ୍ଷେପ କରିବାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିଧାୟକ ଶ୍ରୀ ସାହୁ ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟ ‘ପାଗଳର ପ୍ରଳାପ’ ସଦୃଶ ବୋଲି ବିଜେପି କହିବା ସହ ‘କିଏ ପାଗଳ’ ତାହା ବିଜେଡି ଆତ୍ମସମୀକ୍ଷା କରୁ ବୋଲି କହିଛି ।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବିଜେଡିର ନେତା ଓ ମନ୍ତ୍ରୀମାନେ ଶାଳିନତାର ସମସ୍ତ ସୀମା ଉଲ୍ଲଂଘନ କରିସାରିଛନ୍ତି । ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ବିଧାୟକ ଅରୁଣ ସାହୁ ଗଣମାଧ୍ୟମରେ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ପ୍ରତି ‘ପାଗଳ\', ‘ମତିଭ୍ରମ' ଭଳି କଦର୍ଯ୍ୟ ଭାଷା ବ୍ୟବହାର ସହ ବ୍ୟକ୍ତିଗତ ଆକ୍ଷେପ କରିବା ନିହାତି ଲଜ୍ଜାଜନକ । ଏପରିକି ଅହଙ୍କାର ଓ କ୍ଷମତାର ନିଶାରେ ବୁଡ଼ି ରହିଥିବା ଶାସକ ବିଜେଡିର ନେତାମାନେ ସାମ୍ବିଧାନିକ ପଦ ଓ ମର୍ଯ୍ୟାଦାର ଅସମ୍ମାନ କରିବାକୁ ମଧ୍ୟ ପଛାଉନାହାନ୍ତିା ରାଜନୀତିରେ ଏଭଳି ଶବ୍ଦ ଓ ଭାଷାର ବ୍ୟବହାର କରି ଶ୍ରୀ ସାହୁ ସାଢେ ଚାରି କୋଟି ଓଡ଼ିଆଙ୍କୁ ଲଜ୍ଜିତ କରିଛନ୍ତି ।

ଓଡ଼ିଶା ଓ ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ଲଢେଇ କରୁଥିବା ଲୋକଙ୍କୁ ପାଗଳ ବୋଲି କହି ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ କେବଳ ଯେ ନିଜ ହୀନ ମାନସିକତାର ପରିଚୟ ଦେଉନାହାନ୍ତି ବରଂ ତାଙ୍କ ଉପରେ ଥିବା ଦୋଷକୁ ଅନ୍ୟ ମୁଣ୍ଡ ଉପରେ ଲଦି ଦେବାର ପ୍ରୟାସ ମଧ୍ୟ ଜାରି ରଖିଛନ୍ତିି । ଯେଉଁମାନେ ରାଜ୍ୟ ସରକାରଙ୍କ ବିକାଶ ବିହୀନ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ଉଠାଇବେ ତାଙ୍କୁ ସେମାନେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ଏବେ ରାଜ୍ୟରେ ଦେଖାଯାଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବିରୋଧୀଙ୍କୁ ଦମନ କରାଯିବାର ଅପଚେଷ୍ଟା, ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ ଦାବି, ପକ୍କା ଘର ଆବଂଟନରେ ବ୍ୟାପକ ଦୁର୍ନୀତି ଭଳି ଜନବିରୋଧୀ ପ୍ରସଙ୍ଗରୁ ରାଜ୍ୟବାସୀଙ୍କ ନଜର ହଟାଇବା ପାଇଁ ଶାସକ ବିଜେଡିର ନେତାମାନେ ଡ୍ରାମାବାଜି ଆରମ୍ଭ କରିଦେଇଛନ୍ତି ।

Advertisment

ସର୍ବଦା ଦୋମୁହାଁ ରାଜନୀତି କରୁଥିବା ବିଜେଡି ମୂଳ ପ୍ରସଙ୍ଗରୁ ଓହରି ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଏବେ ଅଭ୍ୟାସରେ ପରିଣତ କରିସାରିଛିି । ସେହିପରି ନବ ଦାସ ହତ୍ୟା ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସକୁ ମଧ୍ୟ ‘ପାଗଳ’ ସଜାଇବାକୁ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ କରିଥିଲେ, ହେଲେ କୋର୍ଟ ଏହାକୁ ଖଣ୍ଡନ କରିଦେଲେ । ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଅନ୍ୟକୁ ପାଗଳ ବୋଲି କହୁଥିବା ବିଧାୟକ ଶ୍ରୀ ସାହୁଙ୍କ ସମେତ ଅନ୍ୟ ବିଜେଡି ନେତା ଓ ମନ୍ତ୍ରୀମାନେ ପ୍ରଥମେ ନିଜ ଦଳ ଏବଂ ଦଳର ନେତାମାନଙ୍କୁ ଦେଖନ୍ତୁ ।  ସାଧାରଣ ସଭା, ଗାଡି ଭିତରେ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରେ ତାଙ୍କ ଦଳର ନେତୃତ୍ୱ ଯେଉଁ ଭଳି ବିକଟ ରୂପ ଦେଖାଉଛନ୍ତିି, ତାହା ଗଣମାଧ୍ୟମରେ ପ୍ରକାଶ ପାଇଛି । ପରୀ ନିଖୋଜର ୮ ମାସ ପରେ ପୋଖରୀରୁ ଲେଗିଙ୍ଗସ୍ ମିଳିବା, ଜାମୁ କୋଳି, ପାଇଖାନାରୁ ଚିଠି ଭଳି ଗପମାନ କହି ସରଳ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଥିବା ଲୋକମାନଙ୍କୁ ପାଗଳ ଛଡ଼ା ଆଉ କିଛି କୁହାଯାଇନପାରେ ବୋଲି ଲେଖାଶ୍ରୀ କହିଛନ୍ତି ।

Bjp BjD Lekhashree Samantsinghar Arun Sahu Bjd Leader State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe