/odisha-reporter/media/post_attachments/uploadimage/library/16_9/16_9_0/IMAGE_1751632301.jpg)
Santosh Khatua and Lekhasri Samantsinghar
ଭୁବନେଶ୍ୱର ମହିଳା ଥାନାର ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଦେଲେ ଏତଲା। ବିଜେଡିର କିଛି ନେତ୍ରୀମାନଙ୍କ ସହ ଆସି ଦେଲେ ଏତଲା। ତାଙ୍କ ପ୍ରତି ବିଧାୟକ ଶ୍ରୀ ଖଟୁଆ ଅଶୋଭନୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଏତଲା ଦେଇଛନ୍ତି ଲେଖାଶ୍ରୀ। ବିଧାୟକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ଲେଖାଶ୍ରୀ କହିଛନ୍ତି, ମହିଳାଙ୍କ ସମ୍ମାନ ସହ ସାଲିସ ହେବା କଥା ନୁହେଁ। କର୍ମକ୍ଷେତ୍ରରେ ଥିବା ମହିଳା, ଯେଉଁମାନେ କାମ ପାଇଁ ବାହାରକୁ ଆସୁଛନ୍ତି, ସେମାନଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ଵ। ମୁଁ ବିଜୁ ଜନତା ଦଳର ମୁଖପାତ୍ର। ତା’ ସହିତ ବାଲେଶ୍ୱରର ସାଂସଦ ପ୍ରାର୍ଥୀ। ମୁଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲି। ହାତୀ ଦାନ୍ତ କାରବାର ଓ ଜମି ଜବରଦଖଲରେ ବିଧାୟକ ସନ୍ତୋଷ ଖଟୁଆଙ୍କ ସଂପୃକ୍ତି ନେଇ ଏଥିରେ କହିଥିଲି। ହେଲେ ତଥ୍ୟ ପ୍ରମାଣ ଦେଇ ଏହାକୁ କାଉଣ୍ଟର ନ କରି ବିଧାୟକ ମୋ ବିଷୟରେ ଅଶାଳୀନ ଓ ଅସଭ୍ୟ ମନ୍ତବ୍ୟ ଦେଲେ। ଏହା ଦ୍ୱାରା ମୁଁ ମାନସିକ ଭାବେ ଆଘାତ ପାଇଛି। ମୋ ପରିବାର, ମୋ ବନ୍ଧୁ ଓ ପ୍ରିୟଜନଙ୍କ ସମ୍ମୁଖରେ ମୋତେ ଛୋଟ କରିବାକୁ ସେ ଚେଷ୍ଟା କରିଛନ୍ତି। ତେଣୁ ଆଇନ ଅନୁସାରେ ମୋ ପ୍ରତି ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ଭୁବନେଶ୍ୱର ମହିଳା ଥାନାରେ ଏଫଆଇଆର ଦେଇଛି। ଆଶା କରୁଛି ଆଇନ ଅନୁସାରେ ପୁଲିସ ତଦନ୍ତ କରିବା ପରେ ପଦକ୍ଷେପ ନେବ। ଆମେ ଭିଡିଓ ପ୍ରମାଣ ଦେଇଛୁ। ତେଣୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମୁଁ ଆଶା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
