Advertisment

ନନାଙ୍କ ବିରୋଧରେ ଲଢ଼ିବେ ଲେଖାଶ୍ରୀ

ନିକଟରେ ଲେଖାଶ୍ରୀ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Pratap Sarangi and Lekhashree

Pratap Sarangi and Lekhashree

ବାଲେଶ୍ୱର ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳ ଏଠାରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। ନିକଟରେ ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ।

Advertisment

ବିଜେପି ବାଲେଶ୍ୱରରୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଛି। ଏଣୁ ଏଥର ଏଠାରେ ପ୍ରତାପ ଷଡ଼ଙ୍ଗୀ ଓ ଲେଖାଶ୍ରୀଙ୍କ ମଧ୍ୟରେ ଲଢ଼େଇ ହେବ। କଂଗ୍ରେସ ଏଯାଏଁ ଏହି ଆସନ ପାଇଁ ତା’ର ପ୍ରାର୍ଥୀ ଘୋଷଣା କରି ନାହିଁ।

ବିଜେଡି ବାଲେଶ୍ୱରରୁ ଲେଖାଶ୍ରୀଙ୍କ ନାଁ ଘୋଷଣା କରିବା ପରେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, କାଲି ଯାଏ ସେ ଯାହାଙ୍କୁ ଗାଳି କରୁଥିଲେ, ଆଜି ତାଙ୍କ ସ୍ତବ କରୁଛନ୍ତି। ଏଠି ସେ ଆମର ସାଥୀ ଥିଲେ, ଏବେ ବିରୋଧୀ ପକ୍ଷ ହୋଇଛନ୍ତି। ନବୀନଙ୍କ ଦୁର୍ନୀତି ବିରୋଧରେ ଓ ମୋଦିଙ୍କ ସଫଳତା ନେଇ ଲଢ଼ିବୁ। ବିଜେଡି କଳା ଟଙ୍କା, ଖଣି, ପାଣି, ଚିଟ୍‌ଫଣ୍ଡ ଟଙ୍କାରେ ନିର୍ବାଚନ ଲଢ଼ିବ।

Advertisment

ପ୍ରତାପ ଷଡ଼ଙ୍ଗୀ ୨୦୧୯ରେ ଏହି ଆସନରେ ପ୍ରାର୍ଥୀ ହୋଇ ୪ ଲକ୍ଷ ୮୩ ହଜାର ୮୫୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରବୀନ୍ଦ୍ର କୁମାର ଜେନାଙ୍କୁ ୪ ଲକ୍ଷ ୭୦ ହଜାର ୯୦୨ ଖଣ୍ଡ ଭୋଟ୍ ମିଳିଥିଲା। କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କୁ ୧ ଲକ୍ଷ ୭୯ ହଜାର ୪୦୩ ଖଣ୍ଡ ଭୋଟ୍ ମିଳିଥିଲା। 

BjD Bjp Odisha Assembly Election 2024