Advertisment

ରାଜ୍ୟ କେଉଁଠୁ ପାଇଲା ଅକ୍ସିଜେନ: ଲେଖାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଓ ମହାରାଷ୍ଟ୍ର ପରି ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସାରେ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଅକ୍ସିଜେନ୍‌ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏପରି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‌ ପଠାଇଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ବହୁ ବାହା ବାହା ନେଉଛନ୍ତି। ଆଜି ପ୍ରସଙ୍ଗରେ ନବୀନ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଅକ୍ସିଜେନ୍‌କୁ ଓଡ଼ିଶା ସରକାର ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ […]

ଅଦ୍ୟତନ ହୋଇଛି
ରାଜ୍ୟ ସରକାରଙ୍କୁ କଳାପାହାଡ଼ ଆଖ୍ୟା ଦେଲେ ଲେଖାଶ୍ରୀ

Lekhasri Samantsinghar

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଓ ମହାରାଷ୍ଟ୍ର ପରି ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସାରେ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଅକ୍ସିଜେନ୍‌ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁଛି।ଏପରି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‌ ପଠାଇଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ବହୁ ବାହା ବାହା ନେଉଛନ୍ତି। ଆଜି ପ୍ରସଙ୍ଗରେ ନବୀନ ସରକାରଙ୍କ ଉପରେ ବର୍ଷିଛି ବିଜେପି।

Advertisment

ଅକ୍ସିଜେନ୍‌କୁ ଓଡ଼ିଶା ସରକାର ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି-“ଅକ୍ସିଜେନ ଉତ୍ପାଦନ ଲାଗି ରାଜ୍ୟ ସରକାରଙ୍କ କୌଣସି କାରଖାନା ବା ପ୍ଲାଣ୍ଟ ନାହିଁ। ତାହାହେଲେ ରାଜ୍ୟ ସରକାର କେଉଁଠୁ ପାଇଲେ ଅକ୍ସିଜେନ? ଯଦି କିଣିଲେ, ତାହାହେଲେ କେଉଁଠୁ କେତେ ପଇସାରେ କିଣିଲେ ଅକ୍ସିଜେନ? ତାହା ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ। ସାଧାରଣତଃ କେନ୍ଦ୍ର ଓ ବିଭିନ୍ନ ଘରୋଇ ଇସ୍ପାତ କାରଖାନାରୁ ଉତ୍ପାଦିତ ହୋଇଥାଏ ଅକ୍ସିଜେନ। ଅସଲ କଥା ହେଲେ ଓଡ଼ିଶା ସରକାର କାହାରିକୁ ଅକ୍ସିଜେନ୍‌ ଦେଉନାହାନ୍ତି। ପ୍ରକୃତ କଥା ହେଉଛି, ଅକ୍ସିଜେନ୍‌ ଅଭାବ ପୂରଣ କରିବା ପାଇଁ ୪ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ ସଂସ୍ଥା ଗୁଡ଼ିକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଅକ୍ସିଜେନ ଯୋଗାଉଛନ୍ତି ଶିଳ୍ପ ସଂସ୍ଥା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟବସ୍ଥା ହୋଇଛି। ଅକ୍ସିଜେନ ଯୋଗାଣ ନିୟନ୍ତ୍ରଣ PMOରୁ ହେଉଛି। CMOରୁ ନୁହେଁ। ରାଜ୍ୟ ସରକାରଙ୍କ ଦାୟିତ୍ୱ କେବଳ ଅକ୍ସିଜେନ୍‌କୁ ସୀମାନ୍ତରେ ପହଞ୍ଚାଇବା।”

Lekhashree Samantsinghar Oxygen Demand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe