Advertisment

ରାହୁଲ ଗାନ୍ଧିଙ୍କୁ ଏସ ଜୟଶଙ୍କରଙ୍କ କଟାକ୍ଷ, ଜୀବନ 'ଖଟା-ଖଟ' ନୁହେଁ

ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧିଙ୍କ 'ଖଟା-ଖଟ' ପ୍ରତିଶୃତିକୁ କଟାକ୍ଷ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।

author-image
Debibandita Barick
ଅଦ୍ୟତନ ହୋଇଛି
S Jaishankar & Rahul Gandhi

S Jaishankar & Rahul Gandhi

ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧିଙ୍କ 'ଖଟା-ଖଟ' ପ୍ରତିଶୃତିକୁ କଟାକ୍ଷ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଜେନେଭାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି, ଜୀବନ 'ଖଟା-ଖଟ' (ଏତେ ସହଜ) ନୁହେଁ, ଜୀବନ ପାଇଁ କଠିନ ପରିଶ୍ରମ ଦରକାର। 

Advertisment

ଭିତ୍ତିଭୂମି ନିର୍ମାଣ ପାଇଁ ମାନବ ସମ୍ବଳର ଆବଶ୍ୟକତା ଉପରେ ଆଲୋକପାତ କରି ସେ କହିଛନ୍ତି, ଯେଉଁମାନେ କାମ କରିଛନ୍ତି ସେମାନେ କଠିନ ପରିଶ୍ରମ ଏବଂ ନିଷ୍ଠାର ମହତ୍ତ୍ୱ ବୁଝନ୍ତି।

"ଯେପର୍ଯ୍ୟନ୍ତ ଆମେ ମାନବ ସମ୍ବଳର ବିକାଶ କରିନାହୁଁ, ସେପର୍ଯ୍ୟନ୍ତ କଠିନ ପରିଶ୍ରମ ଦରକାର। ତେଣୁ ଜୀବନ 'ଖଟା-ଖଟ' ନୁହେଁ। ଜୀବନ କଠିନ ପରିଶ୍ରମ, ଜୀବନ ନିଷ୍ଠା। ଯେଉଁମାନେ ଚାକିରି କରିଛନ୍ତି ଏବଂ ଏଥିପାଇଁ ପରିଶ୍ରମ କରିଛନ୍ତି, ସେମାନେ ଏହା ଜାଣନ୍ତି। ତେଣୁ ଆପଣଙ୍କୁ ମୋର ବାର୍ତ୍ତା, ଯେ ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିବ।"

Advertisment

ମ୍ୟାନୁଫ୍ୟାକଚରିଂ ବିନା ଏକ ଦେଶ ବିଶ୍ୱରେ ପ୍ରମୁଖ ଶକ୍ତି ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, "ଯେଉଁମାନେ କୁହନ୍ତି ଯେ ଆମେ ଏଥିପ୍ରତି ଅକ୍ଷମ, ତେଣୁ ଆମେ ଏହି କାମ କରିବା ପାଇଁ ଚେଷ୍ଟା କରିବା ମଧ୍ୟ ଉଚିତ୍ ନୁହେଁ। ସେମାନେ ବର୍ତ୍ତମାନ ନିଜକୁ ପଚାରନ୍ତୁ, ମ୍ୟାନୁଫ୍ୟାକଚିରିଂ ବିନା ଦୁନିଆରେ ଏକ ପ୍ରମୁଖ ଶକ୍ତି ହୋଇପାରିବେ କି? କାରଣ ଏକ ପ୍ରମୁଖ ଶକ୍ତି ଟେକ୍ନୋଲୋଜି ଆବଶ୍ୟକ କରେ। ମ୍ୟାନୁଫ୍ୟାକଚରିଂ ବିକାଶ ନକରି କେହି ଟେକ୍ନୋଲୋଜିର ବିକାଶ କରିପାରିବେ ନାହିଁ।"

ପ୍ରକାଶ ଥାଉକି, ଲୋକସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧି କହିଥିଲେ କଂଗ୍ରେସ କ୍ଷମତାକୁ ଆସିଲେ 'ଖଟା-ଖାଟ' ସମସ୍ୟାର ସମାଧାନ କରିଦେବ। 

Rahul Gandhi S Jaishankar Geneva Khata Khat