Advertisment

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ

ତେବେ କିଏ ଏହି ହତ୍ୟା ଧମକ ଦେଇଛି ସେ ନେଇ କିଛି ସ୍ପଷ୍ଟ ହୋଇ ପାରି ନାହିଁ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

 ବିଜେପି ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଛି । ମନ୍ତ୍ରୀ ନବ ଦାସଙ୍କ ଭଳି ଅବସ୍ଥା ଜୟ ପଣ୍ଡାଙ୍କର କରାଯିବ ବୋଲି ଶ୍ରୀ ପଣ୍ଡାଙ୍କର ସହାୟକଙ୍କୁ କେହି ଜଣେ ଫୋନ୍ ମାଧ୍ୟମରେ ଧମକ ଦେଇଛି । ଏହି ଧମକପୂର୍ଣ୍ଣ କଲ୍ ଘଟଣାରେ ଦିଲ୍ଲୀ ପୁଲିସରେ ଏତଲା ରୁଜୁ ହୋଇଛି ଓ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

Advertisment

ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ଏକଜ୍ୟୁଟିଭ ସେକ୍ରେଟେରୀ ରାଜେଶ୍ୱର ଅରୋରା ଏକ ପ୍ରେସ୍ ରିଲିଜ୍ ଜାରି କରି ଏହି ହତ୍ୟା ଧମକ ଦିଆଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେପି ଜାତୀୟ ଉପସଭାପତି ଶ୍ରୀ ପଣ୍ଡାଙ୍କ ସହାୟକଙ୍କୁ କେହି ଜଣେ କଲ୍ କରି ଏହି ଧମକ ଦେଇଛି । ‘ନବ ଦାସଙ୍କ ଅବସ୍ଥା ଯାହା ହେଲା ତାହା ଜୟ ପଣ୍ଡାଙ୍କର ହେବ’ ବୋଲି ଧମକ ଦେଇଛି ।

ଅପର ପାର୍ଶ୍ୱର ବ୍ୟକ୍ତିଜଣକ ହିନ୍ଦୀ ଭାଷାରେ ଧମକ ଦେଉଥିବା ବେଳେ ସେ  କେଉଁଠିକାର ବାସିନ୍ଦା ତାହା ସ୍ପଷ୍ଟ ହୋଇ ପାରିନି। ତେବେ ଏହା ବ୍ୟକ୍ତିଗତ ଆକ୍ରୋଶ ନା ଏହା ପଛରେ ଆଉ କିଏ ଅଛି ତାହା ବି ଜଣାପଡ଼ିନି ।

Advertisment

ଓଡ଼ିଶାର କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ଚଳିତବର୍ଷ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିଲା । ଶ୍ରୀ ଅରୋରା କହିଛନ୍ତି ଯେ ଏହି ଧମକ ବାସ୍ତବରେ ନା କେହି ଜଣେ ପିଲାଙ୍କ ଭଳି ପ୍ରାଙ୍କ୍ କରିଛି ତାହା ଜାଣିବା ସମ୍ଭବପର ନୁହେଁ । ଯେହେତୁ ଏଭଳି ସନ୍ଦେଶକୁ ହାଲକା ଭାବେ ନେବା କଥା ନୁହେଁ ତେଣୁ ସମସ୍ତ ତଥ୍ୟ ସହ ଦିଲ୍ଲୀ ପୁଲିସ ପାଖରେ ଗତକାଲି ଏକ ଏତଲା ରୁଜୁ ହୋଇଛି, ଯାହାର ତଦନ୍ତ ସେମାନେ କରୁଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ଏବେ ବିଜେପିର ଜାତୀୟ ଉପସଭାପତି ଭାବେ କାର୍ଯ୍ୟ କରିବା ସହ ଦଳର ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଆସାମ ଓ ଦିଲ୍ଲୀ ଦାୟିତ୍ୱରେ ମଧ୍ୟ ଅଛନ୍ତି ।

Bjp Baijayant Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe