Advertisment

ମୋଦି ୩.୦ ସରକାର : ଆସିଲା ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ତାଲିକା

ମୋଦି ୩.୦ ସରକାରରେ କେଉଁମାନେ ସବୁ ମନ୍ତ୍ରୀ ହେବେ, ତା’ର ଏକ ସମ୍ଭାବ୍ୟ ତାଲିକା ସାମ୍ନାକୁ ଆସିଛି।

PM Modi

PM Modi

Advertisment

ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ। ସନ୍ଧ୍ୟା ୭.୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ।

Advertisment

ମୋଦିଙ୍କ ସହ ଏକାଧିକ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଆଜି ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ବିଜେପି ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ନଥିବାରୁ ମୋଦି ୩.୦ରେ ସହଯୋଗୀଙ୍କ ଗୁରୁତ୍ୱ ବଢ଼ି ଯାଇଛି। ତେଣୁ ସହଯୋଗୀମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିବାକୁ ବିଜେପି ନେତୃବୃନ୍ଦ ଉଦ୍ୟମ କରିଛନ୍ତି।

୨୦୧୪ରେ ମୋଦି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସମୟରେ ତାଙ୍କ ସହ ୧୮ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ଏମାନଙ୍କ ମଧ୍ୟରେ ୧୫ ଜଣ ବିଜେପି ସାଂସଦ ରହିଥିଲେ। ୨୦୧୯ରେ ମୋଦିଙ୍କ ସହ ୨୫ ଜଣ ସାଂସଦ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ଏଥିରେ ମଧ୍ୟ ମାତ୍ର ୩ ଜଣ ଅଣ ବିଜେପି ସାଂସଦ ରହିଥିଲେ। ଏଥର କିନ୍ତୁ ବିଜେପି ବ୍ୟତୀତ ଏକାଧିକ ସହଯୋଗୀ ଦଳର ସାଂସଦ ଶପଥ ପାଠ କରିପାରନ୍ତି।

Advertisment

ମୋଦି ୩.୦ ସରକାରରେ କେଉଁମାନେ ସବୁ ମନ୍ତ୍ରୀ ହେବେ, ତା’ର ଏକ ସମ୍ଭାବ୍ୟ ତାଲିକା ସାମ୍ନାକୁ ଆସିଛି। ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ସହ ମଧ୍ୟ ମୋଦି ଆଜି ଚା’ ପେ ଚର୍ଚ୍ଚା କରିଛନ୍ତି। ଏଥିରେ ୫୨ ଜଣ ସାଂସଦ ରହିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ମୋଦି ୩.୦ରେ ମନ୍ତ୍ରୀ ହେବେ। ମୋଦ ୨.୦ରେ ମନ୍ତ୍ରୀ ଥିବା ଏକାଧିକ ଲୋକସଭା ଓ ରାଜ୍ୟସଭା ସାଂସଦ ଏଥର ପୁଣି ମନ୍ତ୍ରୀ ହେବେ। ସେହିପରି କିଛି ଯୁବ ଓ ନୂଆ ମୁହଁଙ୍କୁ ମଧ୍ୟ ୩.୦ ସରକାରରେ ଦେଖିବାକୁ ମିଳିପାରେ।

ସମ୍ଭାବ୍ୟ ମନ୍ତ୍ରୀ ତାଲିକା

ଅମିତ ଶାହ- ବିଜେପି

ରାଜନାଥ ସିଂହ- ବିଜେପି

ନୀତୀନ ଗଡକରୀ – ବିଜେପି

ଜ୍ୟୋତିରାଦିତ୍ୟ ସିନ୍ଦିଆ – ବିଜେପି

ଅର୍ଜୁନ ରାମ ମେଘୱାଲ- ବିଜେପି

ରକ୍ଷା ଖଡସେ- ବିଜେପି

ଜିତେନ୍ଦ୍ର ସିଂହ – ବିଜେପି

କିରଣ ରିଜିଜୁ – ବିଜେପି

ମନସୁଖ ମାଣ୍ଡଭୀୟ- ବିଜେପି

ଅଶ୍ୱିନୀ ବୈଷ୍ଣବ – ବିଜେପି

ହରଦୀପ ସିଂହ ପୁରୀ- ବିଜେପି

ଜି କିଶନ ରେଡ୍ଡୀ – ବିଜେପି

ଶିବରାଜ ସିଂହ ଚୌହାନ – ବିଜେପି

ରାଓ ଇନ୍ଦରଜିତ ସିଂହ – ବିଜେପି

ଶାନ୍ତନୁ ଠାକୁର – ବିଜେପି

ବାନ୍ଦି ସଞ୍ଜୟ – ବିଜେପି

ବିଏଲ ଶର୍ମା – ବିଜେପି

ଶୋଭା କରନ୍ଦାଜେ- ବିଜେପି

ରବନୀତ ସିଂହ ବିଟ୍ଟୁ- ବିଜେପି

ସର୍ବାନନ୍ଦ ସୋନୋୱାଲ – ବିଜେପି

ମନୋହର ଲାଲ ଖଟ୍ଟର- ବିଜେପି

ହର୍ଷ ମାଲହୋତ୍ରା – ବିଜେପି

ନିତ୍ୟାନନ୍ଦ ରାଏ –ବିଜେପି

ଅଜୟ ତମତା – ବିଜେପି

ସାବିତ୍ରୀ ଠାକୁର- ବିଜେପି

ଧର୍ମେନ୍ଦ୍ର ପ୍ରଧାନ- ବିଜେପି

ନିର୍ମଳା ସୀତାରମଣ- ବିଜେପି

ଜୁଏଲ ଓରାମ- ବିଜେପି

କେ ଆନ୍ନାମଲାଇ –ବିଜେପି

ରାମ ମୋହନ ନାଇଡୁ କିଞ୍ଜରାପ୍ପୁ- ଟିଡିପି

ଚନ୍ଦ୍ର ଶେଖର ପେମ୍ମାସାନି –ବିଜେପି

ରାମଦାସ ଅଠୱାଲେ – ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ(ଏ)

ଅନୁପ୍ରିୟା ପଟେଲ – ଆପନା ଦଳ

ଜୟନ୍ତ ଚୌଧୁରୀ – ଆରଏଲଡି

ଜିତନ ରାମ ମଞ୍ଝୀ – ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା

ରାମ ନାଥ ଠାକୁର – ଜେଡିୟୁ

ଚିରାଗ ପାଶୱାନ – ଲୋକ ଜନଶକ୍ତି ପାର୍ଟି(ରାମ ବିଲାଶ)

ଏଚଡି କୁମାରସ୍ୱାମୀ –ଜେଡିଏସ

ପ୍ରତାପରାଓ ଯାଦବ- ଶିବସେନା

PM Modi Nda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe