୬ରେ ରାଜ୍ୟ ନିର୍ବାଚନ କମିଟି ବୈଠକ ପରେ ଆସିବ ଓଡ଼ିଶାର ପ୍ରାର୍ଥୀ ତାଲିକା: ମନମୋହନ

ଆସନ୍ତା ୬ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ। ଏହି ବୈଠକ ପରେ କେନ୍ଦ୍ରକୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପଠାଯିବ । ଅନୁମୋଦନ ମିଳିଲା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ(ଫାଇଲ ଫଟୋ)

  • Published: Saturday, 02 March 2024
  • , Updated: 02 March 2024, 09:12 PM IST

ସାଧାରଣ ନିର୍ବାଚନ ପାଇଁ ଆଜି ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କାହାରି ନାଁ ନରହିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟୀକରଣ ଦେଇଛନ୍ତି । ଆସନ୍ତା ୬ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ପରେ ପ୍ରାର୍ଥୀ ତାଲିକା ଆସିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଆସନ୍ତା ୬ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ। ଏହି ବୈଠକ ପରେ କେନ୍ଦ୍ରକୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପଠାଯିବ । ଅନୁମୋଦନ ମିଳିଲା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ପ୍ରାର୍ଥୀଙ୍କୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଦଳର ସଂସଦୀୟ କମିଟି ବୈଠକରେ ଆଲୋଚନା ହୋଇଛି । ଖୁବଶୀଘ୍ର ଓଡ଼ିଶାର ଇଲେକ୍ସନ କମିଟି ବୈଠକ ବସିବ । ଆସନ୍ତାକାଲି ସୁଦ୍ଧା ଉଭୟ ରାଜ୍ୟର ସମସ୍ତ ବିଧାନସଭା ଓ ଲୋକସଭା ପାଇଁ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କ ରିପୋର୍ଟ ଆସିବ । ୬ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସି କେନ୍ଦ୍ରକୁ ପଠାଯିବ । କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ନାଁଗୁଡ଼ିକୁ ଅନୁମୋଦନ ମିଳିବା ପରେ ଓଡ଼ିଶାର ଲୋକସଭା ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଆଜି ନିଜର ୧୯୫ଜଣ ପ୍ରାର୍ଥୀଙ୍କ ନାଁ ଆଗୁଆ ଘୋଷଣା କରିଛି । ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ପ୍ରଦେଶର ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ଓଡ଼ିଶା ସାମିଲ ନାହିଁ । ପ୍ରାର୍ଥୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ମୋଟ ୩୪ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ରହିଛି । ଓଡ଼ିଶାର କୌଣସି ସଂସଦୀୟ କ୍ଷେତ୍ର  ନିମନ୍ତେ ବିଜେପି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି ।

Related story