Advertisment

'କଂଗ୍ରେସ ଶାସନ ଅଧୀନରେ ହନୁମାନ ଚାଳିଶା ଶୁଣିବା ବି ଅପରାଧ'

ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

PM Modi

PM Modi

Advertisment

ହନୁମାନ ଯୟନ୍ତୀ ଅବସରରେ ରାଜସ୍ଥାନରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ଉପରେ ଆରୋପ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସ ଶାସନ ଅଧୀନରେ ହନୁମାନ ଚାଳିଶା ଶୁଣିବା ବି ଅପରାଧ ହୋଇଛି ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଦଳର ଶାସନ ଅଧୀନରେ ନିଜର ଆସ୍ଥାକୁ ଅନୁସରଣ କରିବା କଷ୍ଟସାଧ୍ୟ।

Advertisment

ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "କଂଗ୍ରେସ ରାମ ନବମୀ ଉତ୍ସବକୁ ନିଷେଧ କରିଛି। ଏହାର ଭୁକ୍ତଭୋଗୀ ହେଉଛନ୍ତି ରାଜସ୍ଥାନ ବାସିନ୍ଦା। କଂଗ୍ରେସ ଶାସନ ଅଧୀନରେ ହନୁମାନ ଚଳିଶା ଶୁଣିବା ମଧ୍ୟ ଅପରାଧରେ ପରିଣତ ହୋଇଛି। କଂଗ୍ରେସ ଶାସନ ହଟିବା ପରେ ପ୍ରଥମ ଥର ରାଜସ୍ଥାନରେ ରାମ ନବମୀ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଛି।"

ସେ ଆହୁରି କହିଛନ୍ତି ଯେ, ରାଜସ୍ଥାନ ଭଳି ରାଜ୍ୟରେ ଯେଉଁଠାରେ ଲୋକମାନେ ରାମ-ରାମ ଜପ କରୁଛନ୍ତି, କଂଗ୍ରେସ ସେଠାରେ ରାମ ନବମୀକୁ ବାରଣ କରିଛି।

Advertisment

ଏହି ସମୟରେ ମୋଦି କର୍ଣ୍ଣାଟକର ଜଣେ ଦୋକାନୀଙ୍କ ପ୍ରସଙ୍ଗ ମଧ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, "ଏ ଖବର ଗଣମାଧ୍ୟମରେ ପ୍ରସାରିତ ହୋଇନଥାଇପାରେ, କିନ୍ତୁ ନିକଟରେ କର୍ଣ୍ଣାଟକରେ ଜଣେ ଦୋକାନୀ ଦୋକାନ ଭିତରେ ହନୁମାନ ଚାଳିଶା ପଢିବାରୁ ତାଙ୍କୁ ବାଡେଇ ଲହୁ-ଲୁହାଣ କରିଦେଇଥିଲେ। କଂଗ୍ରେସ ଶାସନ ଅଧୀନରେ ହନୁମାନ ଚାଳିଶା ପଢିବା ବି ଅପରାଧ।"  

PM Modi Election Rally PM Modi In Rajasthan Hanuman Chalisa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe