Advertisment

'ଭାରତ ରତ୍ନ'ରେ ସମ୍ମାନିତ ହେବେ ଲାଲକୃଷ୍ଣ ଆଡଭାନୀ

ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ'।

author-image
Debibandita Barick
ଅଦ୍ୟତନ ହୋଇଛି
LK Advani

LK Advani

'ଭାରତ ରତ୍ନ'ରେ ସମ୍ମାନିତ ହେବେ ଲାଲକୃଷ୍ଣ ଆଡଭାନୀ। ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ'। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। 

Advertisment

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନିତ କରାଯିବା ନେଇ ଶେଆର କରି ଖୁବ୍ ଖୁସିବ୍ୟକ୍ତ କରିଛନ୍ତି।  'ଆଡଭାନୀଜୀଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିବା' ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆମ ସମୟର ସବୁଠୁ ସମ୍ମାନନୀୟ ରାଷ୍ଟ୍ରନେତା ହେଉଛନ୍ତି ଲାଲକୃଷ୍ଣ ଆଡଭାନୀ। ଭାରତର ପ୍ରଗତି ପାଇଁ ତାଙ୍କର ଯୋଗଦାନ ସ୍ମରଣୀୟ। ସେ ତୃଣମୂଳ ସ୍ତରରୁ ଯାତ୍ରା ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ହୋଇଥିଲେ। ସ୍ୱରାଷ୍ଟ୍ର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ମାଧ୍ୟ କାର୍ଯ୍ୟ କରିଛନ୍ତି।"

ରାଜନୈତିକ କ୍ଷେତ୍ରରେ ସେ ଏକ ଆଦର୍ଶ। ଜାତୀୟ ଏକତା ଏବଂ ସଂସ୍କୃତିର ପୁନରୁଦ୍ଧାର କ୍ଷେତ୍ରରେ ତାଙ୍କର ଉଦ୍ୟମ ଅତୁଳନୀୟ। ସେ ଭାରତ ରତ୍ନ ପାଇବାକୁ ଯାଉଥିବା ଘୋଷଣା କରିବା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ତାଙ୍କ ସହ କାମ କରିବା, ତାଙ୍କଠାରୁ ଅନେକ କିଛି ଶିଖିବାର ସୁଯୋଗ ପାଇଛି, ଯାହାକୁ ମୁଁ ମୋର ସୌଭାଗ୍ୟ ବୋଲି ମନେକରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଆଡଭାନୀଙ୍କ ଜୀବନୀ
୯୬ ବର୍ଷୀୟ ଏହି ବରିଷ୍ଠ ରାଜନେତା ୮ ନଭେମ୍ବର ୧୯୨୭ରେ ପାକିସ୍ତାନର କରାଚିରେ ଜନ୍ମଗ୍ରହଣ କରିଥିଲେ। ଏହାପରେ ବିଭାଜନ ସମୟରେ ବମ୍ବେରେ ଅବସ୍ଥାପିତ ହୋଇଥିଲେ। ଏହିଠାରୁ ହିଁ ପାଠପଢା ସମାପ୍ତ କରିଥିଲେ। ୧୯୪୧ରେ ମାତ୍ର ୧୪ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆରଏସଏସ)ରେ ଯୋଗ ଦେଇଥିଲେ ଆଡଭାନୀ। ସେବେଠାରୁ ରାଷ୍ଟ୍ର ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଆସିଛନ୍ତି। ସେ ଭାରତୀୟ ଜନତା ପାର୍ଟି (ବିଜେପି)ର ଅନ୍ୟତମ ସହପ୍ରତିଷ୍ଠାତା ଥିଲେ। ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସପ୍ତମ ଉପପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।  

ସେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଦୀର୍ଘ ସମୟ କାର୍ଯ୍ୟ କରିଥିବା ଗୃହମନ୍ତ୍ରୀ। ଏଥିସହ ଲୋକସଭାରେ ମଧ୍ୟ ସର୍ବାଧିକ ସମୟ ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ କରିଛନ୍ତି। ୨୦୦୯ ସାଧାରଣ ନିର୍ବାଚନ ସମୟରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ ଲାଲକୃଷ୍ଣ ଆଡଭାନୀ। 

Bharat Ratna LK Advani