Advertisment

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ ୬୨୨ କୋଟି ଟଙ୍କାର ମାଲିକ

ସବୁଠୁ ଗରିବ ପ୍ରାର୍ଥୀଙ୍କ ପାଖରେ ଅଛି ମାତ୍ର ୫୦୦ ଟଙ୍କା...

author-image
Debibandita Barick
Venkataramane Gowda

Venkataramane Gowda

ଆଜି ଗଣତନ୍ତ୍ରର ମହାନ ପର୍ବ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ୍ ଦେଉଛନ୍ତି ମତଦାତା। ଦ୍ୱିତୀୟ ପର୍ଯ୍ୟାୟରେ ୮୯ଟି ଆସନରେ ଭୋଟିଂ ହେବାର ଥିଲା, କିନ୍ତୁ ମଧ୍ୟପ୍ରଦେଶ ବେତୁଲର ବହୁଜନ ସମାଜ ପାର୍ଟି ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଏଠାରେ ମେ ୭ରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ। ଫଳରେ ଆଜି 88 ଆସନରେ ପଡୁଛି ଭୋଟ୍।

Advertisment

ତେବେ ମତଦାନ ମଧ୍ୟରେ ନିର୍ବାଚନ ମୈଦାନରେ ଧନୀ ପ୍ରାର୍ଥୀଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ କର୍ଣ୍ଣାଟକର କଂଗ୍ରେସ ନେତା ଭେଙ୍କଟରମଣେ ଗୌଡା ସବୁଠୁ ଧନୀ ପ୍ରାର୍ଥୀ, ଯାହାଙ୍କ ସମ୍ପତ୍ତି ମୂଲ୍ୟ ୬୨୨ କୋଟି ଟଙ୍କା। ସେ ଏଚଡି କୁମାରସ୍ୱାମୀଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି। 

ସେହିପରି ବର୍ତ୍ତମାନର କର୍ଣ୍ଣାଟକ କଂଗ୍ରେସ ସାଂସଦ ଡି.କେ ସୁରେଶ ହେଉଛନ୍ତି ଦ୍ୱିତୀୟ ଧନୀ ପ୍ରାର୍ଥୀ। ତାଙ୍କ ସମ୍ପତ୍ତି ମୂଲ୍ୟ ୫୯୩ କୋଟି ଟଙ୍କା। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ସାନଭାଇ ହେଉଛନ୍ତି ଡି.କେ ସୁରେଶ। ମଥୁରା ଲୋକସଭା ଆସନରୁ ପୁନର୍ବାର ଲଢୁଥିବା ବିଜେପି ସାଂସଦ ହେମା ମାଳିନୀ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ତୃତୀୟ ଧନୀ ପ୍ରାର୍ଥୀ। ତାଙ୍କ ପାଖରେ ୨୭୮ କୋଟି ଟଙ୍କାର ସମ୍ପତ୍ତି ରହିଛି।

Advertisment

ମଧ୍ୟପ୍ରଦେଶ କଂଗ୍ରେସ ନେତା ସଞ୍ଜୟ ଶର୍ମା ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ୨୩୨ କୋଟି ଟଙ୍କା ସମ୍ପତ୍ତିର ମାଲିକ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି ଏବଂ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୨୧୭.୨୧ କୋଟି ଟଙ୍କା।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୨୦୨୪: ସର୍ବନିମ୍ନ ସମ୍ପତ୍ତି ଥିବା ୫ ପ୍ରାର୍ଥୀ 
ସ୍ୱାଧୀନ ଭାବରେ ମହାରାଷ୍ଟ୍ରର ନନ୍ଦେଡରୁ ଲୋକସଭା ନିର୍ବାଚନ ଲଢୁଥିବା ଲକ୍ଷ୍ମଣ ନାଗୋରାଓ ପାଟିଲ ଦ୍ୱିତୀୟ ପର୍ଯ୍ୟାୟରେ ସବୁଠୁ ଗରିବ ପ୍ରାର୍ଥୀ। ନାଗୋରାଓ ପାଟିଲଙ୍କ ନିର୍ବାଚନ ସତ୍ୟପାଠ ଅନୁସାରେ, ତାଙ୍କ ପାଖରେ ମାତ୍ର ୫୦୦ ଟଙ୍କା ଅଛି। ସେହିପରି ଆନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ରାଜେଶ୍ୱରୀ କେ.ଆରଙ୍କ ପାଖରେ ୧,୦୦୦ ଟଙ୍କା ଅଛି। ସେ କେରଳର କାସାରଗୋଡରୁ ନିର୍ବାଚନ ଲଢୁଛନ୍ତି।

ଗରିବ ପ୍ରାର୍ଥୀ ତାଲିକାର ତୃତୀୟରେ ଅଛନ୍ତି ଅମରାବତିରୁ ନିର୍ବାଚନ ଲଢୁଥିବା ପୃଥ୍ୱୀସମ୍ରାଟ ମୁକିନ୍ଦରାଓ ଦୀପୱାନ୍ସ। ତାଙ୍କ ପାଖରେ ୧,୪୦୦ ଟଙ୍କା ଅଛି। ସେହିପରି ଗରିବ ପ୍ରାର୍ଥୀ ତାଲିକାର ଚତୁର୍ଥ ଓ ପଞ୍ଚମରେ ଅଛନ୍ତି ଦଳିତ କ୍ରାନ୍ତି ଦଳ ନେତା ଶାହନାଜ ବାନୋ ଓ ଭିପି କଚୁମୋନ। ଉଭୟଙ୍କ ପାଖରେ ଯଥାକ୍ରମେ ୨,୦୦୦ ଓ ୨,୨୩୦ ଟଙ୍କା ଅଛି। 

ଶେହବାଜ ବାନୋ ରାଜସ୍ଥାନ ଜୋଧପୁରରୁ ନିର୍ବାଚନ ଲଢୁଥିବା ବେଳେ ଭିପି କୋଚୁମୋନ କେରଳ କୋଟ୍ଟାୟମରୁ ନିର୍ବାଚନ ଲଢୁଛନ୍ତି। 

Election Lok Sabha Polls Richest Candidates Election 2024