Advertisment

ଗୁରୁବାର କିମ୍ବା ଶୁକ୍ରବାର ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ!

ସେପ୍ଟେମ୍ବର ସୁଦ୍ଧା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

election

election

Advertisment

ଦେଶରେ ଲୋକସଭା ନିର୍ବାଚନ କେବେ ହେବ, ତା’ର ଘୋଷଣା ଭାରତୀୟ ନିର୍ବାଚନ କମିଶନ ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଘୋଷଣା କରି ପାରନ୍ତି। ସୋମବାର ଠାରୁ ବୁଧବାର ଯାଏ ମୁଖ୍ୟ ନିର୍ବାଚନ କମିଶନର ଜମ୍ମୁ-କଶ୍ମୀର ଗସ୍ତ କରିବେ।

Advertisment

ସେଠାରେ କେବେ ବିଧାନସଭା ନିର୍ବାଚନ ସହ ଲୋକସଭା ନିର୍ବାଚନ ହେବ, ତା’ର ସ୍ଥିତି ସମୀକ୍ଷା କରିବେ। ଏହି ଗସ୍ତ ଶେଷ ହେବା କ୍ଷଣି ଇସିଆଇ ଦେଶରେ ସାଧାରଣ ନିର୍ବାଚନ କେବେ ହେବ, ତା’ର ତାରିଖ ଘୋଷଣା କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ସେପ୍ଟେମ୍ବର ସୁଦ୍ଧା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କୁ ଦେଶରେ ଲୋକସଭା ନିର୍ବାଚନ ସହ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରିବ କି ନାହିଁ, ତା’ର ସମୀକ୍ଷା କରିବାକୁ କହିଥିଲେ। ଏବେ ସୋମବାର ଠାରୁ ଇସିଆଇ ଜମ୍ମୁ-କଶ୍ମୀର ଭୋଟ ଦେବାକୁ ପ୍ରସ୍ତୁତ କି ନାହିଁ, ତା’ର ସମୀକ୍ଷା କରିବେ।

Advertisment

ଜମ୍ମୁ-କଶ୍ମୀରରର ସ୍ଥିତି ସମୀକ୍ଷା ଓ ବୁଧବାର ଗସ୍ତ ଶେଷ ହେବା ପରେ କମିଶନର ଲୋକସଭା ନିର୍ବାଚନ ତାରିଖ ଗୁରୁବାର କିମ୍ବା ଶୁକ୍ରବାର ଘୋଷଣା କରିପାରନ୍ତି ବୋଲି ଇସିଙ୍କ ସୂତ୍ରରୁ ଜଣାପଡ଼ିଛି। 

ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା କ୍ଷଣି ଆଚରଣ ବିଧି ଲାଗୁ ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ରାଜନୀତିକ ଦଳଗୁଡ଼ିକ ବିଭିନ୍ନ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦଘାଟନ କରିବାରେ ଲାଗିଛନ୍ତି।

ଜମ୍ମୁ-କଶ୍ମୀରର କଥା ବିଚାରକୁ ନେଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯିବ। ଏହାପରେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ କମିଶନର ତଥ୍ୟ ଆଣିବେ।

୨୦୧୪ରେ ଶେଷଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମେହବୁବା ମୁଫତିଙ୍କ ପିଡିପି ଓ ବିଜେପି ମିଳିତ ଭାବେ ରାଜ୍ୟରେ ସରକାର ଗଠନ କରିଥିଲେ।

କିନ୍ତୁ ୨୦୧୮ରେ ବିଜେପି ଓ ପିଡିପି ଅଲଗା ହୋଇଯିବାରୁ ସରକାର ଭୁଶୁଡ଼ି ପଡ଼ିଥିଲା। ସେବେଠାରୁ ଆଉ ଜମ୍ମୁ-କଶ୍ମୀରବାସୀ ନିଜର ସରକାର ବାଛିବାକୁ ସୁଯୋଗ ପାଇ ନାହାନ୍ତି।

୨୦୧୯ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଛି ଓ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ପରିଚୟ ପାଇଛନ୍ତି।

Lok Sabha Elections Lok Sabha Elections 2024 Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe