Advertisment

ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ

ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ତାରିଖ। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ। ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନ ଇଲେକ୍ସନ ତାରିଖ ଘୋଷଣା କରିବେ।

Advertisment

ଆଜି ଇଲେକ୍ସନ କମିଶନ ଏକ୍ସ ପୋଷ୍ଟ ଯୋଗେ ଏନେଇ ସୂଚନା ଦେଇଛନ୍ତି। ନିର୍ବାଚନ ଆୟୋଗ ଏକ୍ସ ପୋଷ୍ଟରେ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅପରାହ୍ନ ୩ଟାରେ ତାରିଖ ଘୋଷଣା କରାଯିବ। ଲୋକସଭା ସହ କିଛି ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରାଯିବ।

ଇସିଆଇଙ୍କ ପୋଷ୍ଟ ଅନୁସାରେ, ଏପ୍ରିଲ୍ କିମ୍ବା ମେ ମଧ୍ୟରେ ଚାରିଟି ରାଜ୍ୟ ବିଧାନସଭା ନିର୍ବାଚନ ହେବ। ଏହି ସମୟରେ ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ସିକ୍କିମରେ ନିର୍ବାଚନ ହେବା ନେଇ ଆଶା କରାଯାଉଛି। ମହାରାଷ୍ଟ୍ର, ହରିୟାଣା ଏବଂ ଝାଡ଼ଖଣ୍ଡରେ ଚଳିତ ବର୍ଷ ଶେଷ ଆଡକୁ ମତଦାନ ହୋଇପାରେ।

Advertisment
Lok Sabha Election Election Date Polls Date
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe