Advertisment

ଭୋଟ୍ ଦେଲେ ରାଷ୍ଟ୍ରପତି ଓ ବିଶିଷ୍ଟ ରାଜନେତା; ସକାଳ ୯ଟା ସୁଦ୍ଧା ବେଙ୍ଗଲରେ ସର୍ବାଧିକ ଭୋଟିଂ

ସକାଳ ୯ଟା ସୁଦ୍ଧା ୧୦.୮୨ ପ୍ରତିଶତ ଭୋଟିଂ ହୋଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
President Murmu

President Murmu

ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନରେ ଆଜି ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ। ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ଜନତା ମତସାବ୍ୟସ୍ତ କରୁଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର, ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଭୋଟ୍ ଦେଇଛନ୍ତି। 

Advertisment

ରିପୋର୍ଟ ଅନୁସାରେ ସକାଳ ୯ଟା ସୁଦ୍ଧା ୧୦.୮୨ ପ୍ରତିଶତ ଭୋଟିଂ ହୋଇଥିଲା। ଦିଲ୍ଲୀରେ ୮.୯୪% ମତଦାନ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ସର୍ବାଧିକ ୧୬.୫୪% ମତଦାନ ହୋଇଛି।

ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ମୋଟ ୫୮ଟି ଆସନ ପାଇଁ ମତଦାନ ଚାଲିଛି। ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ୧୧ କୋଟିରୁ ଅଧିକ ଭୋଟର। ଏହି ପର୍ଯ୍ୟାୟରେ ବହୁ ବିଶିଷ୍ଟ ନେତା ପ୍ରାର୍ଥୀ ଅଛନ୍ତି।

Advertisment

ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଓ ଇନ୍ଦରଜିତ ସିଂହ, ବିଜେପିର ମେନକା ଗାନ୍ଧି, ସମ୍ବିତ ପାତ୍ର, ମନୋହର ଖଟ୍ଟର ଓ ମନୋଜ ତିୱାରୀ, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(PDP)ର ମେହବୁବା ମୁଫତି ଏବଂ କଂଗ୍ରେସର କହ୍ନେୟା କୁମାର ଅଛନ୍ତି। ଜୁନ ୧ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ। 

Sisth Phase Election President Caste Vote Rahul Gandhi General Election Sonia Gandhi Lok Sabha Polls