Shashi Tharoor
କେରଳର ଥିରୁଅନନ୍ତପୁରମ ଆସନ ବଜାୟ ରଖିଲେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର। ସେ ଏଠାରୁ ଚତୁର୍ଥ ଥର ପାଇଁ ସାଂସଦ ଭାବେ ନିର୍ବଚିତ ହୋଇଛନ୍ତି।
ବିଜେପି ପ୍ରାର୍ଥୀଙ୍କୁ 16 ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରି ସଂସଦକୁ ନିର୍ବାଚିତ ହୋଇଛନ୍ତି ଥରୁର। ପୂର୍ବରୁ ଏହି ଆସନରୁ ତିନି ଥର ବିଜୟୀ ହୋଇଥିବା ଥରରୁ ଏଥର ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ କଡ଼ା ମୁକାବିଲା ମଧ୍ୟରେ ଶେଷରେ ବିଜୟ ହାସଲ କରିଛନ୍ତି।
ପ୍ରାରମ୍ଭିକ ଭୋଟ୍ ଗଣତି ଅନୁସାରେ ଆଗରେ ଥିଲେ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖର। କିନ୍ତୁ ପରବର୍ତ୍ତୀ ସମୟରେ ଥରୁର ତାଙ୍କୁ ପଛରେ ପକାଇ ଆଗେଇ ଚାଲିଥିଲେ।
ଅନ୍ତିମ ପର୍ଯ୍ୟାୟ ଫଳାଫଳ ସୁଦ୍ଧା ଥରୁର ଚନ୍ଦ୍ରଶେଖରଙ୍କୁ ମାତ୍ ଦେଇ ପୁଣି ଥରେ ନିର୍ବାଚିତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1717501029.jpg)