Advertisment

ଅବକି ପାର୍‌ କିସକି ସରକାର? ଏଥର ମୋଦି ସରକାର ନା ବାଜି ମାରିବ INDIA ବ୍ଲକ୍‌

ମୋଦି ପୁଣି ଥରେ ହାଟ୍ରିକ ମାରି ସରକାର ଗଠନ କରିବେ ନା ଇଣ୍ଡିଆ ବ୍ଲକ୍‌ ବାଜି ମାରିବ ତାହା ଜାଣିବାକୁ ସମଗ୍ର ଦେଶବାସୀ ବେଶ୍‌ ଉତ୍ସାହିତ ଅଛନ୍ତି।

Narendra Modi & Rahul Gandhi

Narendra Modi & Rahul Gandhi

Advertisment

ସମଗ୍ର ଦେଶରେ ସାତ ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ଆଜି ହେଉଛି ରେଜଲ୍ଟ ଆସିବାର ଦିନ । କେନ୍ଦ୍ରରେ କିଏ ସରକାର ଗଢ଼ିବ ତାହା ଆଜି ସ୍ପଷ୍ଟ ହୋଇଯିବ । ମୋଦି ପୁଣି ଥରେ ହାଟ୍ରିକ ମାରି ସରକାର ଗଠନ କରିବେ ନା ଇଣ୍ଡିଆ ବ୍ଲକ୍‌ ବାଜି ମାରିବ ତାହା ଜାଣିବାକୁ ସମଗ୍ର ଦେଶବାସୀ ବେଶ୍‌ ଉତ୍ସାହିତ ଅଛନ୍ତି।

Advertisment

NDA ଏଥର ବାଜି ମାରିଲେ ରେକର୍ଡ କରିବେ ନରେନ୍ଦ୍ର ମୋଦି। କାରଣ ଜବାହାରଲାଲ ନେହେରୁଙ୍କ ପରେ ସେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେବେ ଯିଏ କି ହାଟ୍ରିକ୍‌ ମାରିବେ। ବିଭିନ୍ନ ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ ବିଜେପି ନେତୃତ୍ୱାଧୀନ NDA ସରକାର ଏଥର କ୍ଲିନ୍‌ସୁଇପ୍‌ କରିବ । ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ପ୍ରଦେଶର ୫୪୩ ସିଟ୍‌ରେ ଆଜି ସକାଳ ୮ଟାରୁ ଗଣତି ଆରମ୍ଭ ହେବ ।

ଚଳିତ ନିର୍ବାଚନ ପ୍ରକ୍ରିୟା ୪୬ ଦିନ ପର୍ଯ୍ୟନ୍ତ ଚାଲୁ ରହିଥିଲା। ମତଗଣନା ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଛି । କାଉଣ୍ଟି ପାଇଁ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଉଛି । ସେମାନଙ୍କୁ ଭିତରକୁ ମୋବାଇଲ ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିଜିଟାଲ ଡିସପ୍ଲେ ଜରିଆରେ ମତଦାନ କେନ୍ଦ୍ର ବାହାରେ ଉପସ୍ଥିତ ଲୋକେ ଅପଡେଟ୍‌ ରେଜଲ୍ଟ ପାଇ ପାରିବେ।

Advertisment

ଆଜି ଲୋକସଭା ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ଗଣତି ହେବ । ଗତ ୨ ତାରିଖରେ ସିକ୍କିମ ଓ ଅରୁଣାଚଳ ବିଧାନସଭା ଫଳାଫଳ ପ୍ରକାଶ ପାଇ ସାରିଛି।

୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ୩୭୦ ପାର ଓ NDA ୪ଶହ ପାର୍‌ ଲକ୍ଷ୍ୟ ରଖିଥିଲା। ଏଥର କିନ୍ତୁ ବିଜେପି ୪ଶହ ପାର୍‌ ନାରା ଦେଇଛି। ୧୯୮୪ ମସିହାରେ କଂଗ୍ରେସର ରାଜୀବ ଗାନ୍ଧି ସରକାର ୪ଶହ ପାର୍‌ କରିଥିଲା । ମାତ୍ର ସେତେବେଳେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ରାଜୀବ ଗାନ୍ଧିଙ୍କୁ ସହାନୁଭୂତି ଭୋଟ ମିଳିବାରୁ ସେ ଏହି ସଂଖ୍ୟା ପାର୍‌ କରି ପାରିଥିବା ରାଜନୈତିକ ବିଶେଷଜ୍ଞ ମତ ରଖିଥିଲେ।

ଏକଜିଟ୍‌ ପୋଲ ରିପୋର୍ଟ ଅନୁଯାୟୀ, ବିଜେପି ନିଜ ଦମ୍‌ରେ ଚଳିତ ଥର ୩୪୦ ସିଟ୍‌ ପାର୍‌ କରିବ । ଦେଶର ସବୁଠୁ ପୁରୁଣା ରାଜନୈତିକ ପାର୍ଟି କଂଗ୍ରେସ ମାତ୍ର ଦୁଇ ଅଙ୍କରେ ସୀମିତ ରହିପାରେ ବୋଲି ଅନୁମାନ କରାଯାଉଛି। INDIA ମେଣ୍ଟଠୁ ଅଧିକ ଭୋଟ ଏଥର ବିଜେପି ହାତେଇ ନେବ ବୋଲି ବିଭିନ୍ନ ଏକଜିଟ ପୋଲ୍‌ ରିପୋର୍ଟରେ ସାମନାକୁ ଆସିଛି।

2024 General Election Election Results Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe