Advertisment

ଶଶି ଥରୁରଙ୍କ ହାତରୁ ଯାଇପାରେ ଥିରୁଅନନ୍ତପୁରମ, ଆଗେଇ ଚାଲିଛନ୍ତି BJP ପ୍ରାର୍ଥୀ

କେରଳର ଥିରୁଅନନ୍ତପୁରମରୁ ତିନି ଥର ସାଂସଦ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ବିଜେପିର ରାଜୀବ ଚନ୍ଦ୍ରଶେଖର।

Rajeev Chandrasekhar(Lest) & Shashi Tharoor, Thiruvananthapuram Result

Rajeev Chandrasekhar(Lest) & Shashi Tharoor, Thiruvananthapuram Result

Advertisment

ଲୋକସଭା ଭୋଟ୍ ଗଣତି ମଧ୍ୟରେ କେରଳର ଥିରୁଅନନ୍ତପୁରମ ନିର୍ବାଚନମଣ୍ଡଳୀରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏଠାରୁ ତିନି ଥର ସାଂସଦ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ବିଜେପିର ରାଜୀବ ଚନ୍ଦ୍ରଶେଖର।

Advertisment

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିନ ୧୨ଟା ସୁଦ୍ଧା ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଶଶି ଥରୁର ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରଙ୍କଠାରୁ ୨୪ ହଜାର ଭୋଟ୍ ପଛରେ ଅଛନ୍ତି। ଗତ ତିନିଟି ନିର୍ବାଚନରେ ଥରୁର ବିପୁଳ ଭୋଟ୍ ବ୍ୟବଧାନଆରେ ଜିତି ଆସୁଥିବା ବେଳେ ଏଥର ଚିତ୍ର ବଦଳିବାକୁ ଯାଉଥିବା ଚର୍ଚ୍ଚା ହେଉଛି।

୨୦୦୯ ଲୋକସଭା ନିର୍ବାଚନରେ ଥରୁର ଏଠାରୁ ସିପିଆଇର ପି ରାମଚନ୍ଦ୍ରନ ନାୟାରଙ୍କୁ ପ୍ରାୟ ଏକ ଲକ୍ଷ ଭୋଟରେ ପରାସ୍ତ କରି ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ୧୬,୦୦୦ରୁ କମ୍ ଭୋଟରେ ବିଜେପିର ଓ ରାଜଗୋପାଲଙ୍କୁ ପରାସ୍ତ କରିଥିଲେ।

Advertisment

କିନ୍ତୁ ପାଞ୍ଚ ବର୍ଷ ପରେ ଅର୍ଥାତ୍ ୨୦୧୯ ଲୋକସଭା ନିର୍ବାଚନରେ ପୁଣି ଟ୍ରେଣ୍ଡକୁ ଫେରିଥିଲେ ଶଶି ଥରୁର। ଗତ ନିର୍ବାଚନରେ ସେ ଏକ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜେପିର କେ ରାଜଶେଖରନଙ୍କୁ ପରାସ୍ତ କରିଥିଲେ। 

Bjp Shashi Tharoor Lok Sabha Election Results Rajeev Chandrasekhar Thiruvananthapuram Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe