Advertisment

ଜମ୍ମୁ ଓ କଶ୍ମୀରରେ ଲୋକସଭା ନିର୍ବାଚନ- ବୁଲେଟ୍ ଉପରେ ବାଲାଟର ବିଜୟ

ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସମୟରେ ଏପରି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

CEC Rajib Kumar

CEC Rajib Kumar

Advertisment

ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସମୟରେ ଜମ୍ମୁ ଓ କଶ୍ମୀରରେ ଲୋକସଭା ନିର୍ବାଚନ କଥା ମନେ ପକାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ବୁଲେଟ୍ ଉପରେ ବାଲାଟର ବିଜୟ ବୋଲି ସେ କହିଛନ୍ତି।

Advertisment

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, "୧୯ ଏପ୍ରିଲରୁ ମେ ୨୫ ମଧ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ​​ଭୋଟରଙ୍କ ସଂଖ୍ୟା ୫୮.୫୮% ଥିଲା। ନିର୍ବାଚନ ପର୍ବରେ ଯେଉଁଭଳି ଭାବେ ବିପୁଳ ସଂଖ୍ୟାର ଭୋଟର ଅଂଶଗ୍ରହଣ କରିଥିଲେ ଏବଂ ଧାଡିରେ ଛିଡ଼ା ହୋଇ ନିଜର ମତ ସାବ୍ୟସ୍ତ କରିଥିଲେ, ସେଥିରୁ ପ୍ରମାଣିତ ଯେ ,ଲୋକମାନେ କେବଳ ପରିବର୍ତ୍ତନ ଚାହୁଁ ନାହାନ୍ତି, ବରଂ ପରିବର୍ତ୍ତନର ଏକ ଅଂଶ ହେବାକୁ ମଧ୍ୟ ଚାହୁଁଛନ୍ତି।"  

ସେ ଆହୁରି କହିଛନ୍ତି, "ସେମାନେ କେବଳ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେବାକୁ ଆସିନଥିଲେ, ସେମାନଙ୍କର ଆଶା ଏବଂ ନିଜ ପାଇଁ ଏକ ନୂତନ ଭବିଷ୍ୟତ ଲେଖିବାର ଆଗ୍ରହକୁ ପ୍ରତିପାଦିତ କରିଥିଲା। ସମସ୍ତେ ଏହି ପର୍ବରେ ଅଂଶଗ୍ରହଣ କରିବାକୁ ଚାହୁଁଥିଲେ ଏବଂ ଏହା ପ୍ରମାଣ କରିବାକୁ ଚାହୁଁଥିଲେ ଯେ ସେମାନେ କେବଳ ଭୋଟ୍ ଦେବା ପାଇଁ ନୁହେଁ ବରଂ ଏହି ଅଞ୍ଚଶଳରେ ଗଣତନ୍ତ୍ରର ବିକାଶ ପାଇଁ ଦୃଢ ସମର୍ଥନ ଜଣାଇବାକୁ ଧଡ଼ିରେ ଛିଡ଼ା ହୋଇଥିଲେ।" 

Advertisment

ଏହା ଦର୍ଶାଇଲା ଯେ, ଲୋକମାନେ କେବଳ ପରିବର୍ତ୍ତନ ଚାହୁଁ ନାହାନ୍ତି, ବରଂ ପରିବର୍ତ୍ତନର ଅଂଶ ହୋଇ ନିଜର ଭାଗ୍ୟ ଲେଖିବାକୁ ଚାହୁଁଛନ୍ତି। ଏହା ହିଁ ବୁଲେଟ୍ ଉପରେ ବାଲାଟର ବିଜୟ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି। 

ପ୍ରକାଶ ଥାଉକି ଜମ୍ମ ଓ କଶ୍ମୀର ଏବଂ ହରିୟାଣା ବିଧାସନଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଜମ୍ମୁ ଓ କଶ୍ମୀରରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ। ଜମ୍ମୁ ଓ କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ହରିୟାଣାରେ ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଦେବେ ଜନତା। ଅକ୍ଟୋବର ୪ରେ ଉଭୟ ରାଜ୍ୟର ଫଳାଫଳ ପ୍ରକାଶ ପାଇବ। 

Election J&K; Election Rajib Kumar Chief Election Commissioner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe