Advertisment

୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ

ଆସନ୍ତା ଜୁନ ୨୬ ତାରିଖରେ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ।

author-image
Hemant Lenka
Parliament

Parliament

ମୋଦି ୩.୦ ଶାସନ ସମୟରେ କିଏ ହେବେ ଲୋକସଭା ବାଚସ୍ପତି? ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏସବୁ ଭିତରେ ଆସନ୍ତା ଜୁନ ୨୬ ତାରିଖରେ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଏନେଇ ଆଜି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିଛନ୍ତି। ୨୦୧୪ ଓ ୨୦୧୯ରେ ବିଜେପି ଏକାକୀ କ୍ଷମତା ଦଖଲ କରିଥିଲା। ହେଲେ ଏଥର ଦଳ ମେଣ୍ଟ ସରକାର ଗଠନ କରିଛି।

ସରକାର ଗଠନ କରିବା ପରେ ସଂସଦର ପ୍ରଥମ ଅଧିବେଶନ ଜୁନ ୨୪ରେ ବସିବ। ପ୍ରଥମ ଦିନରେ ସଂସଦର ଉଭୟ ସଦନକୁ ରାଷ୍ଟ୍ରପତି ସମ୍ବୋଧନ କରିବେ। ସେହିପରି ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଅସ୍ଥାୟୀ ବାଚସ୍ପତିଙ୍କୁ ନିଯୁକ୍ତ କରିବେ। ସାଂସଦମାନେ ଶପଥ ନେବା ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ।

Advertisment

ମୋଦି ୩.୦ ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ହୋଇଥିବା କିରଣ ରିଜିଜୁ କହିଛନ୍ତି, ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ଯାଏ ଚାଲିବ। ପ୍ରଥମ ୨ରୁ ୩ ଦିନ ନୂଆ ସଦସ୍ୟମାନେ ଶପଥ ନେବେ। ଶପଥ ପାଠ ପରେ ବାଚସ୍ପତି ନିର୍ବାଚନ ହେବ। ଅଧିବେଶନ ଜୁଲାଇ ୩ରେ ଶେଷ ହେବ।

Parliament Lok Sabha Session Lok Sabha Speaker