Advertisment

ସାଂସଦଙ୍କ ଆଚରଣକୁ ନେଇ ବାଚସ୍ପତି କ୍ଷୁବ୍ଧ, ସଂସଦକୁ ଆସିଲେନି

ସାଂସଦମାନଙ୍କ ଏପରି ଆଚରଣରେ ଲୋକସଭା ବାଚସ୍ପତି ଓମ ବିର୍ଲା ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି। ଏଥିପାଇଁ ସେ ଆଜି ଗୃହ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି।

Omm Birla

Omm Birla

Advertisment

ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ମଣିପୁର ତାତି ଦେଖିବାକୁ ମିଳିଛି। ମଣିପୁର ପ୍ରସଙ୍ଗରେ ଗୃହ କାର୍ଯ୍ୟ ଠିକ ଭାବେ ଚାଲିପାରୁନି। ଲୋକସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦମାନେ ମଣିପୁର ପ୍ରସଙ୍ଗରେ ମୁହାଁମୁହିଁ ହେଉଥିବାରୁ ଗୃହକୁ ବାରମ୍ବାର ମୁଲତବୀ କରାଯାଉଛି।

Advertisment

ସାଂସଦମାନଙ୍କ ଏପରି ଆଚରଣରେ ଲୋକସଭା ବାଚସ୍ପତି ଓମ ବିର୍ଲା ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି। ଏଥିପାଇଁ ସେ ଆଜି ଗୃହ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ଏଥିସହ ଗୃହର ମର୍ଯ୍ୟାଦା ଅନୁସାରେ ସାଂସଦମାନେ ଆଚରରଣ ପ୍ରଦର୍ଶନ ନ କରିବା ଯାଏ ସେ ଲୋକସଭାର କାର୍ଯ୍ୟରେ ସାମିଲ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।

ଆଜି ଲୋକସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବାଚସ୍ପତି ଓମ ବିର୍ଲା ଆସି ନଥିଲେ। ତାଙ୍କ ସ୍ଥାନରେ ପିଭି ମିଧୁନ ରେଡ୍ଡୀ ଗୃହର ଅଧ୍ୟକ୍ଷତା କରିଥିଲେ। କିନ୍ତୁ ମଣିପୁର ଓ ଦିଲ୍ଲୀ ବିଲ୍‌କୁ ନେଇ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ଗୃହକୁ ସେ ଦିନ ୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

Advertisment

ସୂତ୍ର ଅନୁସାରେ, ବାଚସ୍ପତି ଓମ ବିର୍ଲା ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦଙ୍କ ଉପରେ କ୍ଷୁବ୍ଧ ରହିଛନ୍ତି। ବିର୍ଲା ଉଭୟ ପକ୍ଷଙ୍କୁ କହିଛନ୍ତି ଯେ ଗୃହର ମର୍ଯ୍ୟାଦା ଅନୁସାରେ ସାଂସଦମାନେ ଆଚରଣ ପ୍ରଦର୍ଶନ ନ କରିବା ଯାଏ ସେ ଲୋକସଭାକୁ ଆସିବେ ନାହିଁ।

ତାଙ୍କର ଏପରି ତାଗିଦ ସତ୍ତ୍ୱେ ଆଜି ବି ଲୋକସଭା ଆରମ୍ଭରୁ ନାରାବାଜୀ ଓ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପ୍ରଥମେ ଦିନ ୨ଟା ପରେ ଆଜି ଦିନକ ପାଇଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଥିଲା।

Parliament Parliament Monsoon Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe