Advertisment

ଚନ୍ଦ୍ରବାବୁଙ୍କ ପୁଅ ଲୋକେଶ​​​​​​​ ୫୪୨ କୋଟି ଟଙ୍କାର ମାଲିକ

୪୧ ବର୍ଷୀୟ ଲୋକେଶଙ୍କ ନାଁରେ ମୋଟ ୨୪ଟି ଅପରାଧିକ ମାମଲା ଅଛି। ଏହା ମଧ୍ୟରେ ଅମରାବତୀ ଇନର ରୋଡ୍‌ ଦୁର୍ନୀତି ମାମଲା ଅନ୍ୟତମ।

author-image
Hemant Lenka
Lokesh

Lokesh

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ସମ୍ପତ୍ତି ୫ ବର୍ଷରେ ୪୫% ବଢ଼ିଛି। ଲୋକେଶ ଓ ତାଙ୍କ ପତ୍ନୀ ଏବେ ୫୪୨ କୋଟି ଟଙ୍କାର ମାଲିକ। ୨୦୧୯ରେ ଏମାନଙ୍କ ପାଖରେ ୩୭୩ କୋଟି ଟଙ୍କାର ସମ୍ପତ୍ତି ରହିଥିଲା।

Advertisment

ଲୋକେଶ ଟିଡିପି ଟିକେଟରୁ ମଙ୍ଗଳଗିରି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ସେ ଦାଖଲ କରିଥିବା ସତ୍ୟପାଠରେ ନିଜ ସମ୍ପତ୍ତିର ବିବରଣୀ ଦେଇଛନ୍ତି। ସତ୍ୟପାଠରୁ ସ୍ପଷ୍ଟ ହୋଇଛି ଯେ ୨୦୧୯ ତୁଳନାରେ ଏବେ ଲୋକେଶ, ତାଙ୍କ ପତ୍ନୀ ଓ ଛୋଟ ପୁଅ ନାଁରେ ଅଧିକ ୧୬୯ କୋଟି ଟଙ୍କାର ସମ୍ପତ୍ତ ରହିଛି।

ଏହାବାଦ ୪୧ ବର୍ଷୀୟ ଲୋକେଶଙ୍କ ନାଁରେ ମୋଟ ୨୪ଟି ଅପରାଧିକ ମାମଲା ଅଛି। ଏହା ମଧ୍ୟରେ ଅମରାବତୀ ଇନର ରୋଡ୍‌ ଦୁର୍ନୀତି ମାମଲା ଅନ୍ୟତମ।

Advertisment

ସମ୍ପତ୍ତି କଥା ବିଚାରକୁ ନେଲେ ଲୋକେଶ, ତାଙ୍କ ପତ୍ନୀ ବ୍ରହମଣି ଓ ପୁଅଙ୍କ ନାଁରେ ୩୯୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ହେରିଟେଜ ଫୁଡ୍ସ, ହେରିଟେଜ ଫିନଲୀଜ, ନିର୍ବାଣ ହୋଲ୍ଡିଂ ଓ ମେଗାବିଗ ଫାଇନ୍ସରେ ଏମାନେ ଟଙ୍କା ଲଗାଇଛନ୍ତି।

ଲୋକେଶ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୧୪୮ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ହାଇଦ୍ରାବାଦର ଜୁବଲି ହିଲ୍ସ, ମନିକୋଣ୍ଡା, ମଦିନାଗୁଡ଼ା ଓ ମାଧପୁରରେ ଏହି ସବୁ ସମ୍ପତ୍ତି ଅଛି।

ମେ’ ୧୩ ତାରିଖରେ ଆନ୍ଧ୍ର ପ୍ରଦେଶର ସମସ୍ତ ୧୭୫ ବିଧାନସଭା ଆସନ ଓ ୨୫ ଲୋକସଭା ଆସନରେ ଭୋଟ ହେବ।

Andhra Pradesh TDP