Advertisment

ଇତିହାସ ରଚିଲା ବିଜେପି: ୩୧ ବର୍ଷ ପରେ ଏହି ମୁସଲିମ ବହୁଳ ଆସନରେ ଜିତିଲା

କୁଣ୍ଡାର୍କି ଗୋଟିଏ ମୁସଲିମ ବହୁଳ ଅଞ୍ଚଳ। ଏଠାରେ ୧୧ ଜଣ ମୁସଲିମ ପ୍ରାର୍ଥୀ ଉପ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଏକମାତ୍ର ହିନ୍ଦୁ ରାମବୀରଙ୍କୁ ଟିକେଟ ଦେଇଥିଲା।

author-image
Hemant Lenka
Election

Election

ଉତ୍ତର ପ୍ରଦେଶର ବିଧାନସଭା ଉପ ନିର୍ବାଚନରେ କମାଲ କରିଛି ବିଜେପି। ୯ଟି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ୬ଟିରେ ବାଜିମାତ କରିଛି। ସେହିପରି ସହଯୋଗୀ ନିଶାଦ ପାର୍ଟି ମଧ୍ୟ ଗୋଟିଏ ଆସନରେ ଜିତିଛି। ସମାନବାଦୀ ପାର୍ଟି ୨ଟି ଆସନ ଦଖଲ କରିବାକୁ ସକ୍ଷମ ହୋଇଛି।

Advertisment

ତେବେ ବିଜେପିକୁ ମୋରଦାବାଦ ଜିଲ୍ଲାରେ ଥିବା କୁଣ୍ଡାର୍କି ବିଧାନସଭା ଉପ ନିର୍ବାଚନରେ ସବୁଠାରୁ ବଡ଼ ସଫଳତା ମିଳିଛି। ବିଜେପି ଏଠାରେ ଇତିହାସ ରଚିଛି। ଦୀର୍ଘ ୩୧ ବର୍ଷ ପରେ ବିଜେପି ପାଖକୁ ଏହି ଆସନ ଫେରିଛି। ଏଠାରେ ବିଜେପି ପ୍ରାର୍ଥୀ ରାମବୀର ସିଂହ ସମାଜବାଦୀ ପାର୍ଟିର ମହମ୍ମଦ ରିଜୱାନଙ୍କୁ ୧,୪୩,୧୯୨ ଖଣ୍ଡ ଭୋଟରେ ପରାସ୍ତ କରି ଦେଇଛନ୍ତି।

କୁଣ୍ଡାର୍କି ଗୋଟିଏ ମୁସଲିମ ବହୁଳ ଅଞ୍ଚଳ। ଏଠାରେ ୧୧ ଜଣ ମୁସଲିମ ପ୍ରାର୍ଥୀ ଉପ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଏକମାତ୍ର ହିନ୍ଦୁ ରାମବୀରଙ୍କୁ ଟିକେଟ ଦେଇଥିଲା। ରାମବୀର ମଧ୍ୟ ଦଳକୁ ନିରାଶ କରି ନାହାନ୍ତି। ୩୧ ବର୍ଷ ପରେ କୁଣ୍ଡାର୍କି ବିଧାନସଭା ଆସନରେ ଏହା ହେଉଛି ବିଜେପିର ପ୍ରଥମ ବିଜୟ। ୧୯୯୩ ମସିହାରେ ଚନ୍ଦ୍ର ବିଜୟ ସିଂହ ଏଠାରେ ବିଜେପିରୁ ଜିତିଥିଲେ।

Advertisment

ନିର୍ବାଚନ ପ୍ରଚାର ବେଳେ ରାମବୀର ୫୦ ହଜାରରୁ ଅଧିକ ଭୋଟରେ ଜିତିବେ ବୋଲି ଦମ୍ଭୋକ୍ତି କରିଥିଲେ। ହେଲେ ତାଙ୍କୁ ୮୦% ଲୋକ ଭୋଟ ଦେଇଛନ୍ତି। କୁଣ୍ଡାର୍କି ବିଧାନସଭା ନିର୍ବାଚନମଣ୍ଡଳୀରେ ମୁସଲିମଙ୍କ ଜନସଂଖ୍ୟା ୬୦%। ତଥାପି ବିଜେପି ଏଠାରେ ବଡ଼ ବ୍ୟବଧାନରେ ଜିତି ନୂଆ ଇତିହାସ ସୃଷ୍ଟି କରିଛି।

କୁଣ୍ଡାର୍କି ସମାଜବାଦୀ ପାର୍ଟିର ଗଡ଼। ଏଠାରେ ଦଳ ପକ୍ଷରୁ ମହମ୍ମଦ ରିଜୱାନଙ୍କୁ ପ୍ରାର୍ଥୀ କରାଯାଇଥିଲା। ତାଙ୍କୁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ଅନ୍ୟ ଦଳଗୁଡ଼ିକ ମଧ୍ୟ ସମର୍ଥନ କରିଥିଲେ। ରିଜୱାନଙ୍କ ପାଖରେ ୪୦ ବର୍ଷର ରାଜନୀତିକ ଅଭିଜ୍ଞତା ରହିଛି।

ରିଜୱାନ ୨୦୦୨ରେ ପ୍ରଥମଥର ଏଠାରେ ଜିତିଥିଲେ। କିନ୍ତୁ ୨୦୦୭ରେ ତାଙ୍କୁ ବିଏସ୍‌ପିର ଆକବର ହୁସେନଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ପୁଣି ସେ ୨୦୧୨ ଓ ୨୦୧୭ରେ ଏଠାରୁ ବିଜୟୀ ହୋଇଥିଲେ। ୨୦୨୨ ଏଠାରେ ସପାର ଜିଆ ଉର ରହମାନ ଜିତିଥିଲେ। କିନ୍ତୁ ୨୦୨୪ରେ ଲୋକସଭା ନିର୍ବାଜଚନ ଜିତିବାରୁ ଏଠାରେ ଉପ ନିର୍ବାଚନ ହୋଇଥିଲା।

Bjp Uttar Pradesh