Advertisment

୨ହଜାର ଟଙ୍କିଆ ବଦଳ ପାଇଁ ଲମ୍ବା ଧାଡ଼ି: କଂଗ୍ରେସ କହିଲା ଏସବୁ ନୋଟ୍ ବିଜେପି ଓ ବିଜେଡିର

ଯେଉଁ ୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ବଜାରରେ ଗଚ୍ଛିତ ହୋଇ ରହିଛି ତାହାର ମୂଲ୍ୟ ପ୍ରାୟ ୧୦ ହଜାର କୋଟି ଟଙ୍କା ।

Queue

Queue

Advertisment

ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଧାଡ଼ିରେ ପୁଳାପୁଳା ୨ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ରାଜନୀତି ତେଜିଛି । ଗରିବ ଲୋକଙ୍କୁ ଦୈନିକ ମଜୁରୀ ଦେଇ ବିଜେପି ଓ ବିଜେଡିର ବରିଷ୍ଠ ନେତାମାନେ ନିଜର ଏହି ୨୦୦୦ଟଙ୍କିଆ ନୋଟଗୁଡ଼ିକୁ ବଦଳ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ଭୁବନେଶ୍ୱରସ୍ଥିତ ରିଜର୍ଭବ୍ୟାଙ୍କ କାର୍ଯ୍ୟାଳୟ ସାମ୍ନାରେ ଦୈନିକ ପ୍ରାୟ ୬୦୦ ରୁ ୭୦୦ଜଣ ଅତ୍ୟନ୍ତ ଗରିବ ଶ୍ରେଣୀ ପୁଳାପୁଳା ୨୦୦୦ ଟଙ୍କିଆ ନୋଟ୍ ଧରି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହୁଛନ୍ତି । ଏଭଳି ଲମ୍ବା ଲାଇନ୍ ଅକ୍ଟୋବର ୧୪ ତାରିଖ ଠାରୁ ଆଜିକୁ ୧୮ ଦିନ ଧରି ଲାଗି ରହିଥିଲେ ମଧ୍ୟ କମିଶନରେଟ୍ ପୁଲିସ, ରାଜ୍ୟ ଅର୍ଥନୀତିକ ଅପରାଧ ଶାଖା ଓ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ନିରବ ରହିଛନ୍ତି । ଏପରିକି ଗଣମାଧ୍ୟମ ଏହି ଘଟଣାକୁ ବାରମ୍ବାର ଦେଖାଇ ପୁଳାପୁଳା ଟଙ୍କା କାହାର ବୋଲି ପ୍ରଶ୍ନ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଚିନ୍ତାଜନକ ଘଟଣା ।

୨ହଜାର ଟଙ୍କିଆ ନୋଟକୁ ବଦଳ କରିବା ପାଇଁ ଜନସାଧାରଣଙ୍କୁ ଗତ ମେ’ ମାସରୁ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ସମୟ ସରକାର ଦେଲେ । କିନ୍ତୁ ଆଶ୍ଚର୍ଯ୍ୟ କଥା, ଦୀର୍ଘ ଏତେଦିନ ପରେ ଭୁବନେଶ୍ୱରରେ କେଉଁମାନଙ୍କ ପାଖରେ ଏହି କୋଟି କୋଟି ଟଙ୍କାର ୨ହଜାର ଟଙ୍କିଆ ନୋଟ୍ ଠୁଳ ହୋଇ ରହିଥିଲା ତା’ର ଖୋଳତାଡ଼ ହେଉନାହିଁ । ସେମାନେ କାହିଁକି ଗତ ୭ ମାସ ମଧ୍ୟରେ ଏହି ନୋଟକୁ ବଦଳାଇ ପାରିଲେ ନାହିଁ ? ରିଜର୍ଭ ବ୍ୟାଙ୍କରର ତଥ୍ୟ ଅନୁସାରେ ପ୍ରଚଳିତ ଦୁଇ ହଜାର ଟଙ୍କିଆ ନୋଟ୍ ମଧ୍ୟରୁ ୯୭ ପ୍ରତିଶତ ନୋଟ୍ ବ୍ୟାଙ୍କକୁ ଫେରିଆସିଛି । ଯେଉଁ ୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ବଜାରରେ ଗଚ୍ଛିତ ହୋଇ ରହିଛି ତାହାର ମୂଲ୍ୟ ପ୍ରାୟ ୧୦ ହଜାର କୋଟି ଟଙ୍କା । ତେବେ ବିମୁଦ୍ରିକରଣ ସମୟରେ ସାଧାରଣ ଲୋକଙ୍କୁ ନୋଟ୍ ବଦଳ ପାଇଁ ଦିନଟିଏ ବି ସୟୟ ଦେଇନଥିବା ସରକାର ୨ହଜାର ଟଙ୍କିଆ ବଦଳ ପାଇଁ କାହିଁକି ସମୟ ବଢ଼ାଇଲେ । ଓଡ଼ିଶାରେ ଅକ୍ଟୋବର ୧୪ ପାଖରୁ ଜରି ଗୋଟାଳିଙ୍କଠୁ ଆରମ୍ଭ କରି ଖଟିଖିଆ ଦିନମଜୁରିଆ ଶ୍ରେଣୀର ଲୋକଙ୍କୁ ୨୦୦ରୁ ୩୦୦ଟଙ୍କା ଦୈନିକ ମଜୁରୀ ଦେଇ ଦୈନିକ ୩ରୁ ୪କୋଟି ଟଙ୍କାର ୨ହଜାର ଟଙ୍କିଆ ନୋଟ୍ ବଦଳ କରାଯାଉଛି । ଏହି ନୋଟ୍ କାହାର ଓ ସେମାନେ କିଏ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

Advertisment

କାହାର ସ୍ୱାର୍ଥରେ ଏହି ଗରିବ ଲୋକମାନଙ୍କ ମାଧ୍ୟମରେ ନୋଟ୍ ବଦଳ କରାଯାଉଛି? ଗରିବ ଲୋକମାନେ ଯେଉଁ ଟଙ୍କା ବଦଳାଇବାକୁ ଆଣିଛନ୍ତି ତାହା ସେମାନଙ୍କ ନୁହେଁ ବୋଲି କହିବା ପରେ ବି ଏହି ଟଙ୍କା ବଦଳ କରିବାର ସୁଯୋଗ କାହିଁକି ସରକାର ଦେଉଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହା କ'ଣ ବିଜେପି ଓ ବିଜେଡ଼ି ଦଳର ବରିଷ୍ଠ ନେତୃବର୍ଗଙ୍କ ଟଙ୍କା କି ? ଯେଉଁଥିପାଇଁ ରାଜ୍ୟର ଅର୍ଥନୀତିକ ଅପରାଧ ଶାଖା ଓ ପୁଲିସ ଅଫିସରଙ୍କ ସମେତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚୁପ୍ ବସିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏବେ କଳାଧନ କିଏ ମହଜୁଦ୍ କରି ରଖିଥିଲା, ତାହା ରାଜ୍ୟବାସୀଙ୍କୁ ଆଉ ଅଛପା ନାହିଁ । ନିର୍ବାଚନ ପୂର୍ବରୁ ସାରା ଭାରତ ବର୍ଷରେ ଏ ଟଙ୍କାକୁ ବଦଳାଇବା ପାଇଁ ଯେଉଁ ଅଭିନବ ଉପାୟ ଚାଲିଛି, ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଜେପି ଦଳର ନେତୃବୃନ୍ଦଙ୍କ ସଂପୃକ୍ତି ବିନା ଏହା ସମ୍ଭବ ହେବନାହିଁ । ବିଜେଡି ମଧ୍ୟ ସହଯୋଗ କରୁଛି ।

ତେଣୁ ନୋଟ୍ ବଦଳାଉଥିବା ଗରିବ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରି ଯେଉଁ ବ୍ୟକ୍ତିମାନଙ୍କର ଏହି କଳାଟଙ୍କାକୁ ଧଳା କରିବାକୁ ପ୍ରୟାସ ହେଉଛି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କଂଗ୍ରେସ ଦାବି କରୁଛି । ତା’ଛଡ଼ା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେବଳ ବିରୋଧି ଦଳର ନେତୃବର୍ଗଙ୍କ ପାଇଁ ଅଛି ନା ସମସ୍ତ ଅର୍ଥନୈତିକ ଅପରାଧିମାନଙ୍କୁ ଧରିବା ପାଇଁ ଅଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

BjD State Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe