Advertisment

୧୦ ମାସରେ ଲକ୍ଷ୍ମୀ ବସ୍‌ ପାଇଁ କ୍ଷତି ହେଲାଣି ୩୭୪ କୋଟି ଟଙ୍କା

ଲକ୍ଷ୍ମୀ ବସ ପାଇଁ ରାଜ୍ୟ ସରକାର ୩୭୪ କୋଟି ୮ ଲକ୍ଷ ୫୮ ହଜାର ଟଙ୍କା କ୍ଷତିରେ ଅଛନ୍ତି। ୨୦୨୩ ମସିହା ଅକ୍ଟୋବର ୧୨ ତାରିଖରୁ ୨୦୨୪ ଅଗଷ୍ଟ ୧୯ ତାରିଖ ଯାଏଁ ମାତ୍ର ୧୦ ମାସରେ ଏହି କ୍ଷତି ସହିଛନ୍ତି ସରକାର।

author-image
Manoranjan Sial
Laxmi Bus

Laxmi Bus

ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା। ମାତ୍ର ୧୦ ମାସ ମଧ୍ୟରେ ଲକ୍ଷ୍ମୀ ବସ୍‌ ପରିଚାଳନାରେ କ୍ଷତି ହେଲାଣି ୩୭୪ କୋଟି ଟଙ୍କା। ଆଖି ତରାଟିଲା ଭଳି ଏହି ତଥ୍ୟ ସାମନାକୁ ଆସିଛି ବିଧାନସଭାରେ ପରିବହନ ମନ୍ତ୍ରୀଙ୍କ ଉତ୍ତରରୁ। ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ଆରମ୍ଭ କରିଥିବା ଏହି ବସ୍ ସେବା, ଏବେ ସରକାରଙ୍କ ପାଇଁ ଏକ ପ୍ରକାର ବୋଝ ପାଲଟିଛି। ଯାହାକୁ ନେଇ ଘନେଇଛି ରାଜନୀତି।

Advertisment

ଲକ୍ଷ୍ମୀ ବସ ପାଇଁ ରାଜ୍ୟ ସରକାର ୩୭୪ କୋଟି ୮ ଲକ୍ଷ ୫୮ ହଜାର ଟଙ୍କା କ୍ଷତିରେ ଅଛନ୍ତି। ୨୦୨୩ ମସିହା ଅକ୍ଟୋବର ୧୨ ତାରିଖରୁ ୨୦୨୪ ଅଗଷ୍ଟ ୧୯ ତାରିଖ ଯାଏଁ ମାତ୍ର ୧୦ ମାସରେ ଏହି କ୍ଷତି ସହିଛନ୍ତି ସରକାର। ବିଧାନସଭାରେ ଏକ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ। ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ୧୩୪୦ଟି ବସ୍ ଚାଲିଛି। ଏ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ଟଙ୍କା।

ସରକାରୀ ତହବିଲରୁ କୋଟି କୋଟି ଅର୍ଥ ଖର୍ଚ୍ଚ ହୋଇ କାହା ସ୍ୱାର୍ଥ ଲାଗି ଏହି କ୍ଷତିକୁ ସହିଥିଲେ ସେତେବେଳର ବିଜେଡ ସରକାର? ଏହାକୁ ନେଇ ତେଜିଛି ରାଜନୀତି। କଂଗ୍ରେସ କହିଛି, ଏହା ତତକାଳୀନ ବିଜେଡି ସରକାରର ନିର୍ବାଚନୀ ଥୋପ ଥିଲା। ଏବେ ସରକାର ବସ୍ ସେବାକୁ ନେଇ କି ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା। ବିଜେଡି କହିଛି ଲୋକଙ୍କ ସୁବିଧା ପାଇଁ subsidized ମୂଲ୍ୟରେ ବିଜେଡି ସରକାର ଲକ୍ଷ୍ମୀ ବସ ସେବା ଯୋଗାଇ ଦେଇଥିଲେ।

Advertisment

ବିଜେଡି ସରକାର ଲକ୍ଷ୍ମୀ ବସ୍ ଚଳାଚଳ ପାଇଁ ବାହାର ରାଜ୍ୟର ୮ଟି କଂପାନୀ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ। ସେ ସବୁ ସଂସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ ଯୋଜନାର ନାଁ ବଦଳି ହୋଇ ମୁଖ୍ୟମନ୍ତ୍ରୀ ବସ୍ ସେବା। କ୍ଷତିରେ ଚାଲିଥିବା ଏହି ଯୋଜନାର ଭବିଷ୍ୟତ ରୂପରେଖ କଣ ହେବ, ତା ଉପରେ ନଜର ସମସ୍ତଙ୍କର ରହିଛି।

BjD Bjp Laxmi Bus