Advertisment

ବିଜେଡି ନେତ୍ରୀଙ୍କ ଦ୍ୱାରା ପରିଚାଳିତ ଢାବାରେ ଲାଗିଲା ଲଟ୍‌କା

ନେଉଳପୁରରେ ରହି ଧର୍ମଶାଳା ଭବନ। ସରକାରୀ, ବିଧାୟକ ଓ ସାଂସଦ ପାଣ୍ଠିରେ ଏହି ଭବନ ତିଆରି କରାଯାଇଥିଲା। ରାଜସ୍ୱ ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ଭବନ ନିର୍ମାଣ କରାଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Dhaba

Dhaba

ବିଜେଡିର ଜଣେ ଆଗଧାଡ଼ିର ନେତ୍ରୀଙ୍କ ଦ୍ୱାରା ପରିଚାଳିତ ବଲ୍ଲେ ବଲ୍ଲେ ଢାବାରେ ଲାଗିଲା ଲଟ୍‌କା। ବିଡିଓଙ୍କ ନିର୍ଦ୍ଦେଶରେ ଲଟକା ଲଗାଇଛନ୍ତି ବ୍ଲକ୍‌ ପଞ୍ଚାୟତ ଅଧିକାରୀ। ଏହାକୁ ନେଇ ଯାଜପୁର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏହା ପରେ ବିଜେଡି ବିଧାୟକଙ୍କ ହାତବାରିସୀ ସାଜିଥିବା ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଛନକା ପଶିଛି।

Advertisment

ନେଉଳପୁରରେ ରହିଛି ଧର୍ମଶାଳା ଭବନ। ସରକାରୀ, ବିଧାୟକ ଓ ସାଂସଦ ପାଣ୍ଠିରେ ଏହି ଭବନ ତିଆରି କରାଯାଇଥିଲା। ରାଜସ୍ୱ ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ଭବନ ନିର୍ମାଣ କରାଯାଇଥିଲା। ହେଲେ ଏହାର ରକ୍ଷାବେକ୍ଷଣା ଦାୟିତ୍ୱ କାହା ପାଖରେ ରହିଛି, ସେ ସମ୍ପର୍କରେ ବ୍ଲକ ପ୍ରଶାସନ ପାଖରେ ଖବର ନଥିଲା। ଏପରିକି ଧର୍ମଶାଳା ଭବନ ପରିସରରେ ଥିବା ବେଆଇନ ଢ଼ାବାକୁ ଜଣେ ବିଜେଡି ନେତ୍ରୀଙ୍କ ହାତକୁ ଟେକି ଦିଆଯାଇଥିଲା। ସେ ସେଠାରେ ହାଇଫାଇ ଢାବା ଚାଲିଥିଲା। ଆଜି ସେହି ରଙ୍ଗୀଲା ଢାବାରେ ଲାଗିଛି ଲଟ୍‌କା। ଧର୍ମଶାଳା ବିଡିଓଙ୍କ ନିର୍ଦ୍ଦେଶରେ ଲଟ୍‌କା ଲଗାଇଛି ପ୍ରଶାସନ। ସେହି ସମୟରେ ଢାବାରେ କୌଣସି କର୍ମଚାରୀ ନଥିବା ଦେଖିବାକୁ ମିଳିଛି।

ସୂଚନାରୁ ପ୍ରକାଶ, ୨୪ ତାରିଖରେ ଧର୍ମଶାଳା ବିଧାୟକରେ ସମୀକ୍ଷା ବୈଠକ ବସିଥିଲା। ବୈଠକରେ ନବନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇଥିଲେ। ଏଥିରେ ବିଡିଓ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଧର୍ମଶାଳା ବ୍ଲକ ଅଧୀନରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ ବିଧାୟକ। ଯେମିତି ଧର୍ମଶାଳା ଭବନ, ଜାରକା ଷ୍ଟାଡିୟମ ଓ ଷ୍ଟାଡିୟମ ପରିସରରେ ବେଆଇନ ଭାବେ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିଡ଼ିଓଙ୍କୁ ବିଧାୟକ ପଚାରିଥିଲେ। ହେଲେ ବିଡିଓ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ। ଏହାକୁ ଶୀଘ୍ର ବନ୍ଦ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ତେବେ ବିଧାୟକଙ୍କ ଅଭିଯୋଗ ଆଧାରରେ ତଦନ୍ତ କରାଯିବ ବୋଲି ଧର୍ମଶାଳା ବିଡ଼ିଓ କହିଛନ୍ତି। ଅନ୍ୟପଟେ ଏ ସମ୍ପର୍କରେ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ଯାଜପୁରରୁ ଗୁଲାମ ଗସ

BjD Bjp Jajpur