ବିଜେପି ସହ ହାତ ମିଳାଇଥିବା ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଆଜି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ କେବଳ ଉତ୍ତର ପ୍ରଦେଶର ବିଜନୌର ଓ ବାଘପତ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ନାଁ ନାହିଁ। ଏହାକୁ ନେଇ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଆରଏଲଡିର ଘୋଷଣା ଅନୁଯାୟୀ, ବିଜନୌର ଆସନରୁ ଚନ୍ଦନ ଚୌହାନ ଓ ବାଘପତ ଆସନରୁ ଡ. ରାଜକୁମାର ସାଙ୍ଗୱାନ ଆରଏଲଡି ଟିକେଟରେ ନିର୍ବାଚନ ଲଢ଼ିବେ। ଏହାବାଦ ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ମଧ୍ୟ ଆରଏଲଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଯୋଗେଶ ଚୌଧୁରୀ ବିଧାନ ପରିଷଦ ନିର୍ବାଚନର ପ୍ରାର୍ଥୀ ହୋଇଛନ୍ତି।
ଗତ ସପ୍ତାହରେ ଆରଏଲଡି ବିଧିବଦ୍ଧ ଭାବେ ଏନଡିଏରେ ସାମିଲ ହୋଇଥିଲା। ପୂର୍ବରୁ ଦଳ ବିରୋଧୀ ମେଣ୍ଟ ଇଣ୍ଡିଆରେ ରହିଥିଲା। କେନ୍ଦ୍ର ସରକାର ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦେବାରୁ ଜୟନ୍ତ ଚୌଧୁରୀ ପଟ ପରିବର୍ତ୍ତନ କରି ଏନଡିଏରେ ସାମିଲ ହୋଇଛନ୍ତି।
ଜୟନ୍ତ ଚୌଧୁରୀଙ୍କ ସହ ଉଠାଇଥିବା ଫଟୋକୁ ମଧ୍ୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଶେୟାର କରି ଆରଏଲଡୁ ସ୍ୱାଗତ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।