Advertisment

ଲୋକସଭା ନିର୍ବାଚନ: ଆରଏଲଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ନାହିଁ ଜୟନ୍ତଙ୍କ ନାଁ

ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ନାଁ ନାହିଁ।

jayant chaudhary

jayant chaudhary

Advertisment

ବିଜେପି ସହ ହାତ ମିଳାଇଥିବା ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଆଜି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ କେବଳ ଉତ୍ତର ପ୍ରଦେଶର ବିଜନୌର ଓ ବାଘପତ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ନାଁ ନାହିଁ। ଏହାକୁ ନେଇ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ଆରଏଲଡିର ଘୋଷଣା ଅନୁଯାୟୀ, ବିଜନୌର ଆସନରୁ ଚନ୍ଦନ ଚୌହାନ ଓ ବାଘପତ ଆସନରୁ ଡ. ରାଜକୁମାର ସାଙ୍ଗୱାନ ଆରଏଲଡି ଟିକେଟରେ ନିର୍ବାଚନ ଲଢ଼ିବେ। ଏହାବାଦ ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ମଧ୍ୟ ଆରଏଲଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଯୋଗେଶ ଚୌଧୁରୀ ବିଧାନ ପରିଷଦ ନିର୍ବାଚନର ପ୍ରାର୍ଥୀ ହୋଇଛନ୍ତି।

ଗତ ସପ୍ତାହରେ ଆରଏଲଡି ବିଧିବଦ୍ଧ ଭାବେ ଏନଡିଏରେ ସାମିଲ ହୋଇଥିଲା। ପୂର୍ବରୁ ଦଳ ବିରୋଧୀ ମେଣ୍ଟ ଇଣ୍ଡିଆରେ ରହିଥିଲା। କେନ୍ଦ୍ର ସରକାର ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦେବାରୁ ଜୟନ୍ତ ଚୌଧୁରୀ ପଟ ପରିବର୍ତ୍ତନ କରି ଏନଡିଏରେ ସାମିଲ ହୋଇଛନ୍ତି।

Advertisment

ଜୟନ୍ତ ଚୌଧୁରୀଙ୍କ ସହ ଉଠାଇଥିବା ଫଟୋକୁ ମଧ୍ୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଶେୟାର କରି ଆରଏଲଡୁ ସ୍ୱାଗତ କରିଥିଲେ।

Uttar Pradesh Lok Sabha Lok Sabha Elections Lok Sabha Election Lok Sabha Elections 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe