Advertisment

ଉପ ରାଜ୍ୟପାଳ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଥମେ ପ୍ରଶାସନିକ କ୍ଷମତା ଦେଇଥିଲେ। ଏହାକୁ ମାତ ଦେବାକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣିଛନ୍ତି। ଏଥିରେ ଦିଲ୍ଲୀ ବିଦ୍ୟୁତ ପ୍ରାଧିକରଣ କମିଶନଙ୍କ ନିଯୁକ୍ତି ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମ ରହିଛି।

author-image
Hemant Lenka
Delhi

Delhi

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ ରାଜ୍ୟପାଳ ଭିକେ ସକ୍ସେନା ରାଜନୀତି କଳହରୁ ଊର୍ଦ୍ଧ୍ୱରେ ରହିବା ଉଚିତ। ସେମାନେ ଲାଗି ରହିଥିବା ଅଚଳାବସ୍ଥାକୁ ମିଳିତ ଭାବେ ଦୂର କରିବା ଦରକାର ବୋଲି ଆଜି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଦାୟିତ୍ୱ ଉପ ରାଜ୍ୟପାଳଙ୍କ ହାତରେ ରଖିବା ପାଇଁ ଗୋଟିଏ ଅଧ୍ୟାଦେଶ ଆଣିଛନ୍ତି।

Advertisment

ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଥମେ ପ୍ରଶାସନିକ କ୍ଷମତା ଦେଇଥିଲେ। ଏହାକୁ ମାତ ଦେବାକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣିଛନ୍ତି। ଏଥିରେ ଦିଲ୍ଲୀ ବିଦ୍ୟୁତ ପ୍ରାଧିକରଣ କମିଶନଙ୍କ ନିଯୁକ୍ତି ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମ ରହିଛି।

ଏହାକୁ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଏହାର ଶୁଣାଣି କରିବା ବେଳେ ସର୍ବୋଚ୍ଚ ଅଦାଲତ ଅଚଳାବସ୍ଥା ଦୂର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ସର୍ବୋଚ୍ଚ ଅଦାଲତ କହିଛନ୍ତି, “ଅଚଳାବସ୍ଥା ଦୂର କରିବାକୁ ଆମେ ଗୋଟିଏ ପ୍ରସ୍ତାବ ଦେବାକୁ ଚାହୁଁଛୁ। ଉପ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏକାଠି ବସି ପାରିବେ ଓ ସହମତି ଭିତ୍ତିରେ ପ୍ରାର୍ଥୀ ଦେଇପାରିବେ? ସହମତି ଭିତ୍ତିରେ ଚୟନ ହୋଇଥିବା ବ୍ୟକ୍ତି ଦିଲ୍ଲୀ ବିଦ୍ୟୁତ ପ୍ରାଧିକରଣ କମିଶନ ପଦରେ ନିଯୁକ୍ତ ହୋଇପାରିବେ। ସବୁଠାରୁ ଭଲ ସ୍ଥିତି ହେଲା ଡିଇଆରିସି ଅଧ୍ୟକ୍ଷ ନାଁ ସହମତି ଭିତ୍ତିରେ ଚୟନ କରାଯାଉ। ଆମେ ଏଥିରେ ହସ୍ତକ୍ଷେପ କରିବାକୁ ଚାହୁଁନୁ। ଆମ ଚାହୁଁଛୁ ଯେ ଆପଣମାନେ ଏକାଠି ବସନ୍ତୁ ଓ ସମସ୍ୟାର ସମାଧାନ କରନ୍ତୁ।”

ଉପ ରାଜ୍ୟପାଳଙ୍କ ପକ୍ଷରୁ ଯୁକ୍ତି ରଖୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କୋର୍ଟଙ୍କ ପ୍ରସ୍ତାବରେ ରାଜି ଥିବା କହିଛନ୍ତି। କିନ୍ତୁ ଆପ୍‌ ସରକାରଙ୍କ ଓକିଲ ଅଭିଷେକ ମନୁସଙ୍ଘଭୀ ଦିଲ୍ଲୀ ବିଦ୍ୟୁତ ପ୍ରାଧିକରଣ କମିଶନ କ୍ଷମତା ନଥିବା ପଦ। କେନ୍ଦ୍ର ସରକାର ଏଥିରେ ହୁକୁମାତି ଚଳାନ୍ତି ବୋଲି କହିଛନ୍ତି। 

ସିଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ ଜଣାଇଛନ୍ତି ଯେ କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ଆଣିଥିବା ଅଧ୍ୟାଦେଶ ସ୍ଥାନରେ ଉପଯୁକ୍ତ ବିଲ ସଂସଦରେ ଆଣିବେ। ତେଣୁ ବିଲ୍‌ ଦ୍ୱାରା ଏହାକୁ ଆଇନରେ ପରିଣତ କରାଯିବ ବୋଲି କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଥିବା ସେ କହିଛନ୍ତି।

କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶର ଗୋଟିଏ ସେକସନରେ ଡିଇଆରସି ନିଯୁକ୍ତି ପାଇଁ ସଂକ୍ରାନ୍ତରେ ସ୍ୱତନ୍ତ୍ର ନିୟମ କରାଯାଇଛି। ଏହାକୁ ଆପ୍‌ ସରକାର ବିରୋଧ କରୁଛନ୍ତି। ଏହି ପ୍ରସଙ୍ଗରେ ଶୁଣାଣି ସୁପ୍ରିମକୋର୍ଟ କରିଛନ୍ତି।

ଏହାବାଦ ପୂରା ଅଧ୍ୟାଦେଶ ବିରୋଧରେ ହୋଇଥିବା ଆବେଦନର ମଧ୍ୟ ଶୁଣାଣି ସର୍ବୋଚ୍ଚ ଅଦାଲତ କରିଛନ୍ତି। ସମ୍ଭବତଃ ଏହି ପ୍ରସଙ୍ଗ ସାମ୍ବିଧାନିକ ଖଣ୍ଡପୀଠକୁ ଯିବ। ଆସନ୍ତା ଗୁରୁବାର ସୁପ୍ରିମକୋର୍ଟ ଏ ସମ୍ପର୍କରେ ଶୁଣାଣି କରିବେ।

Delhi Arvind Kejriwal AAP