Advertisment

ହାତ ଧରିଲେ ଅଭିନେତା ମନୋଜ ମିଶ୍ର

ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Manoj Mishra

Manoj Mishra

Advertisment

ହାତ ଧରିଲେ ଅଭିନେତା ମନୋଜ ମିଶ୍ର । ମନୋଜ ମିଶ୍ର ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ଓଡ଼ିଶାରେ ଆଞ୍ଚଳିକତାବାଦ ସହ ଓଲିଉଡରେ ଭେଦଭାବ ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ଅଭିନେତା ମନୋଜ ମିଶ୍ର ।

Advertisment

କଂଗ୍ରେସରେ ମିଶିବା ପରେ ମନୋଜ କହିଛନ୍ତି, ମୁଁ ନେତା ନୁହେଁ ସେବକ ହେବାକୁ ଚାହୁଁଛି। ମୁଁ ଲୋକଙ୍କ ଦୁଃଖ ଦେଖିଛି, ତାକୁ ଆଉ ସହି ପାରୁନି। ମୁଁ ପଶ୍ଚିମ ଓଡ଼ିଶାକୁ ଆଗକୁ ଆଣିବାକୁ ଚାହୁଁଛି। ସଂଘର୍ଷ କରିବାକୁ ହେଲେ କ୍ଷମତା ଦରକାର । ଏଥିପାଇଁ କଂଗ୍ରେସକୁ ଆସିଛି। କାରଣ କଂଗ୍ରେସର ଆଗାମୀ ଭବିଷ୍ୟତ ବେଶ୍‌ ଉଜ୍ଜ୍ୱଳ ଅଛି।

ସେ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ଏବେ ଅନେକ ସମସ୍ୟା ରହିଛି । ସରକାର ଏହା ପ୍ରତି ଦୃଷ୍ଟି ଦେଉନାହାନ୍ତି । ତେଣୁ ଲୋକଙ୍କ ସ୍ୱର ଉଠାଇବାକୁ ମୁଁ କଂଗ୍ରେସରେ ସାମିଲ ହୋଇଛି । ମୁଁ ସିନେମା କରିବି, ତା’ ସହ ଲୋକଙ୍କ ନିକଟକୁ ଯିବି। 

Advertisment

ଓଡ଼ିଆ ସିନେମା ପାଇଁ ମୁହଁ ଖୋଲିଲି ବୋଲି ଏବେ ଓଡ଼ିଆ ସିନେମାରେ କିଛି ପରିବର୍ତ୍ତନ ଆସିଛି । ନିର୍ବାଚନ ଲଢିବି କି ନାହିଁ ତାହା ପରବର୍ତ୍ତୀ ସମୟରେ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ଓଲିଉଡର ଏହି ଜଣାଶୁଣା ଅଭିନେତା ।

କଂଗ୍ରେସର ପୁରୁଖା ନେତା ସବୁବେଳେ ପଶ୍ଚିମ ଓଡ଼ିଶାର ବିକାଶ କଥା କୁହନ୍ତି। ଏଥିପ୍ରତି ମୁଁ ଖୁବ୍‌ ଆକୃଷ୍ଟ ହୋଇଥିଲି। ସେମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛି ବୋଲି କହିଛନ୍ତି ମନୋଜ ମିଶ୍ର।  

ମନୋଜ ମିଶ୍ର କଂଗ୍ରେସରେ ଯୋଗ ଦେବା ପରେ ଦଳର ପ୍ରମୁଖ ନେତା ନରସିଂହ ମିଶ୍ର କହିଛନ୍ତି, ମନୋଜ ମିଶ୍ର ଓଡ଼ିଶାର ଜଣେ ଆଗଧାଡ଼ିର ବିଶିଷ୍ଟ କଳାକାର। ସେ ଲୋକଙ୍କ ସେବା କରିବାକୁ ଚାହୁଁଥିଲେ । ତେଣୁ ଆମ ଦଳର ନେତାମାନେ ତାଙ୍କ ସହ ଆଲୋଚନା କରିଥିଲେ। ଆମ ସହ ସେ ସହମତ ହୋଇଥିଲେ। ଅବହେଳିତ ଅଞ୍ଚଳର ଉନ୍ନତି ସହ ଆଞ୍ଚଳିକ ବୈଷ୍ଣବ ଦୂର କରିବାକୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। 

କିଛି ମାସ ପୂର୍ବେ ଅଭିନେତା ମନୋଜ ମିଶ୍ରଙ୍କୁ କିଛି ପ୍ରଯୋଜକ ବାସନ୍ଦ ଦେବା ପ୍ରସଙ୍ଗକୁ ନେଇ ବଢ଼ିଥିଲା ଓଲିଉଡ ବିବାଦ। ଏହି ବିବାଦରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏଣ୍ଟ୍ରି ମାରିବା ସହ ମନୋଜଙ୍କ ସପକ୍ଷରେ ମତ ରଖିଥିଲେ। ମନୋଜଙ୍କ ଉପରୁ ବାସନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ବି ସେ ମତ ରଖିଥିଲେ।

Odisha Congress Manoj Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe