Advertisment

ରାଜ୍ୟସଭା ଅଧ୍ୟକ୍ଷକଙ୍କ ‘ଦାଗୀ ଦିନ’ ବୟାନକୁ ନେଇ ଚର୍ଚ୍ଚା

ବିରୋଧୀ ଦଳ ନେତାଙ୍କ ସମେତ ଏକାଧିକ ସଦସ୍ୟ ଗୃହର ମଧ୍ୟଭାଗକୁ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

author-image
Hemant Lenka
NEET

NEET

ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନକର ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡେଗଙ୍କ ମଧ୍ୟରେ ତୀବ୍ର ବାକଯୁଦ୍ଧ ଦେଖିବାକୁ ମିଳିଛି। ନିଟ-ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତା ଉପରେ ବିତର୍କ ପାଇଁ ବିରୋଧୀ ଦାବି କରୁଥିବା ବେଳେ ଏଥିପାଇଁ ଅନୁମତି ମିଳୁନାହିଁ।

Advertisment

ଏହାକୁ ନେଇ ଆଜି ଉଚ୍ଚ ସଦନରେ ନାରାବାଜୀ ଓ ହୋହାଲ୍ଲା ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତାଙ୍କ ସମେତ ଏକାଧିକ ସଦସ୍ୟ ଗୃହର ମଧ୍ୟଭାଗକୁ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ତେବେ ବିରୋଧୀ ଦଳ ନେତା ଖଡଗେଙ୍କ ଏଭଳି ଆଚରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଧନକର। ସେ କହିଛନ୍ତି, “ମାନୀୟ ସଦସ୍ୟଗଣ ଆଜିର ଦିନ ଭାରତୀୟ ସଂସଦର ଇତିହାସରେ ଏତେ ଦାଗୀ ବା କଳଙ୍କିତ ହୋଇଯାଇଛି ଯେ ବିରୋଧୀ ଦଳର ନେତା ଗୃହର ମଧ୍ୟଭାଗକୁ ଚାଲି ଆସିଛନ୍ତି।

Advertisment

ଏମିତି କେବେ ବି ହୋଇ ନଥିଲା। ମୁଁ ଅତ୍ୟନ୍ତ ମାର୍ମାହତ ଓ ବ୍ୟଥିତ ଏବଂ ଚକିତ। ଭାରତୀୟ ସଂସଦୀୟ ପରମ୍ପରାରେ ଏତେ ତଳକୁ ଖସି ଯାଇଛି ଯେ ବିରୋଧୀ ଦଳର ନେତା ଗୃହର ମଧ୍ୟ ଭାଗକୁ ଆସିବେ?”

ସେ ଆହୁରି କହିଛନ୍ତି, “ଏଭଳି ଆଭିମୁଖ୍ୟ, ଅସଭ୍ୟ ପଦକ୍ଷେପ ନିଶ୍ଚିତ ପ୍ରତ୍ୟେକ ଭାରତୀୟଙ୍କୁ କଷ୍ଟ ଦେବ। ସଂସ୍ଥାକୁ ଲଜ୍ଜିତ କରିବ। ଆମେ ଏଠାକୁ ନିର୍ବାଚିତ ହୋଇ ଆସିଛେ। ଉଚ୍ଚ ସଦନର ସଦସ୍ୟ ଭାବେ ସମ୍ମାନ ପାଉଛେ। ଏହା ବରିଷ୍ଠଙ୍କ ଗୃହ। ଯଦି ଗୃହରେ ଆମେ ଏଭଳି ବିଶୃଙ୍ଖଳା ଆଚରଣ କରିବା, ତା’ହେଲେ ଏହା ନିଶ୍ଚିତ ଦୁଭାର୍ଗ୍ୟଜନକ।”

ଘଟଣା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଖଡଗେ ନିଜର ଆଚରଣକୁ ଠିକ ବୋଲି ଦର୍ଶାଇଛନ୍ତି। ଗୃହରେ ଅଧ୍ୟକ୍ଷ ତାଙ୍କୁ କହିବାକୁ ସୁଯୋଗ ଦେଇ ନଥିଲେ ଓ ମାଇକ ସୁଇଚ ବନ୍ଦ କରି ଦେଇଥିବାରୁ ଖଡଗେ ଏପରି କରିଥିବା କହିଛନ୍ତି। ସେ କହିଛନ୍ତି,“ଏହା ତାଙ୍କର ଭୁଲ ଥିଲା। ମୁଁ ତାଙ୍କ ଧ୍ୟାନଆକର୍ଷଣ କରିବାକୁ ଗୃହର ମଧ୍ୟ ଭାଗକୁ ଯାଇଥିଲି।

ତଥାପି ସେ ଧ୍ୟାନ ଦେଇ ନଥିଲେ। ମୁଁ ତାଙ୍କ ଧ୍ୟାନ ଆକର୍ଷଣ କରୁଥିଲି। ସେ କେବଳ ଶାସକ ଦଳକୁ ଚାହିଁ ରହିଥିଲେ। ରୁଲ୍ସ ଅନୁସାରେ ମୁଁ ତାଙ୍କର ଧ୍ୟାନ ଆକର୍ଷଣ କରିବା ବେଳେ ସେ ମୋତେ ଦେଖିବାର ଥିଲା। ସେ ଜାଣିଶୁଣି ମୋତେ ଅଣଦେଖା କରି ଅପମାନିତ କରିଛନ୍ତି। ତେଣୁ ମୋ ପାଖରେ ଆଉ କ’ଣ ଉପାୟ ରହିଥିଲା?”

Jagdeep Dhankar Mallikarjun Kharge Rajya Sabha