Advertisment

ମହିଳା ସଂରକ୍ଷଣ ବିଲ: ଖଡଗେ ଓ ସୀତାରମଣଙ୍କ ମଧ୍ୟରେ କଥା କଟାକଟି

ଖଡଗେ ଅଭିଯୋଗ କରିଥିଲେ ଯେ ଏପରି ସଂରକ୍ଷଣ ବ୍ୟବସ୍ଥାକୁ ରାଜନୀତିକ ଦଳଗୁଡ଼ିକ ହେରଫେର କରି କେବଳ ନିରକ୍ଷର ଓ ପ୍ରଭାବହୀନ ମହିଳାଙ୍କୁ ଚୟନ କରିବେ।

author-image
Hemant Lenka
ଅଦ୍ୟତନ ହୋଇଛି
Kharge

Kharge

ଲୋକସଭାରେ ଆଗତ ହୋଇଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ବା ମହିଳା ସଂରକ୍ଷଣ ବିଲ୍‌କୁ ନେଇ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଓ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟର ଜୋରଦାର କଥା କଟାକଟି ଦେଖିବାକୁ ମିଳିଛି। ନୂଆ ସଂସଦ ଭବନରେ ଆଜି ଠାରୁ ଅଧିବେଶନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖଡଗେ ନିଜର ପକ୍ଷ ରାଜ୍ୟସଭାରେ ରଖିଥିଲେ।

Advertisment

ସେ ଅଭିଯୋଗ କରିଥିଲେ ଯେ ଏପରି ସଂରକ୍ଷଣ ବ୍ୟବସ୍ଥାକୁ ରାଜନୀତିକ ଦଳଗୁଡ଼ିକ ହେରଫେର କରି କେବଳ ନିରକ୍ଷର ଓ ପ୍ରଭାବହୀନ ମହିଳାଙ୍କୁ ଚୟନ କରିବେ। ଏହା ଠିକ ନୁହେଁ। ତେବେ ଏହାକୁ କାଉଣ୍ଟର କରି ଦୃଢ଼ ଜବାବ ଦେଇଛନ୍ତି ନିର୍ମଳା ସୀତାରମଣ।

ରାଜ୍ୟସଭାର ବିରୋଧୀ ଦଳ ନେତା ଖଡଗେ ଆଜି କହିଛନ୍ତି ଯେ “ ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ମହିଳାଙ୍କ ସ୍ୱାକ୍ଷର ହାର ବହୁତ କମ। ରାଜନୀତିକ ଦଳଗୁଡ଼ିକ ଜାଣିଶୁଣି ସେଭଳି ମହିଳମାନଙ୍କୁ ଚୟନ କରିବାରେ ଅଭ୍ୟସ୍ତ ହୋଇଗଲେଣି। ସେମାନେ କେବେହେଲେ ଶିକ୍ଷିତ ଓ ଲଢ଼େଇ କରିବାର କ୍ଷମତା ରଖିଥିବା ମହିଳାଙ୍କୁ ଚୟନ କରୁନାହାନ୍ତି।”

Advertisment

ଏହାକୁ ସରକାରୀ ବେଞ୍ଚ ପକ୍ଷରୁ ବିରୋଧ କରାଯାଇଥିଲା। ଏହାର ଜବାବ ଦେଇ ଖଡଗେ କହିଥିଲେ, “ଅଧା ଟିକେଟ କ’ଣ? ଆମେ ଏକ ତୃତୀୟାଂଶ ଟିକେଟ ବିଷୟରେ କଥା ହେଉଛେ। ବସନ୍ତୁ ଓ ଚୁପ ରୁହନ୍ତୁ। ପଛୁଆ ବର୍ଗ, ଅନୁ ସୂଚିତ ଜାତି ଓ ଜନଜାତିଙ୍କୁ କେମିତି ଦଳଗୁଡ଼ିକ ଚୟନ କରିବେ, ତା’ର ଗୋଟିଏ ଉପାୟ ମୋ ପାଖରେ ଅଛି।”

ଖଡଗେଙ୍କୁ କାଉଣ୍ଟର କରି ନିର୍ମଳା କହିଥିଲେ, “ଆମେ ବିରୋଧୀ ଦଳର ନେତାଙ୍କୁ ସମ୍ମାନ କରୁଛୁ। କିନ୍ତୁ ସବୁ ରାଜନୀତିକ ଦଳ ପ୍ରଭାବହୀନ ମହିଳାଙ୍କୁ ଚୟନ କରୁଥିବା ଭଳି ବୟାନ ଦେବା ଆଦୌ ଗ୍ରହଣୀୟ ନୁହେଁ। ଆମେ ସମସ୍ତେ ଆମ ଦଳ ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଶକ୍ତ ହୋଇଛୁ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ସଶକ୍ତ ମହିଳା। ଆମ ଦଳର ସବୁ ସାଂସଦ ମଧ୍ୟ ଜଣେ ଜଣେ ସଶକ୍ତ ମହିଳା। କଂଗ୍ରେସର ସଭାପତି ଜଣେ ମହିଳା ଥିଲେ ମଧ୍ୟ ଏହି ବ୍ୟବସ୍ଥା ତାଙ୍କ ଦଳ ପାଇଁ ସମ୍ଭବତଃ ଲାଗୁ ହେଉଥିବ। କିନ୍ତୁ ସେ ସବୁ ଦଳକୁ ଏକାଠି କରି ବୟାନ ଦେବା ଘଟଣାକୁ ମୁଁ ବିରୋଧ କରୁଛି।”

ଖଡଗେ କହିଥିଲେ. “ଆପଣ ଯେଉଁ ସବୁ ସୁଯୋଗ ପାଇଛନ୍ତି ସେଭଳି ସୁବିଧା ସୁଯୋଗ ପଛୁଆ ବର୍ଗ, ଅନୁସୂଚିତ ଜନଜାତିର ମହିଳାଙ୍କୁ ମିଳୁ ନାହିଁ।”

ସୀତାରମଣ ଜବାବ ଦେଇଥିଲ ଯେ “ରାଷ୍ଟ୍ରପତି କିଏ? ବିରୋଧୀ ଦଳ ନେତା ଲୋକଙ୍କୁ ଏଭଳି ଅପମାନିତ କରିପାରିବେ ନାହିଁ। ମହିଳାଙ୍କ ମଧ୍ୟରେ ସେ ପାର୍ଥକ୍ୟ ସୃଷ୍ଟି କରିପାରିବେ ନାହିଁ।”

Nirmala Sitharaman Mallikarjun Kharge New Parliament Building New Parliament House