Advertisment

ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ: ଶିବରାଜ ସିଂହ

ମଧ୍ୟପ୍ରଦେଶରେ ବିଜେପିର ବଡ଼ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୁହଁକୁ ନେଇ ଚର୍ଚ୍ଚା ଚାଲିଛି।

author-image
Madhupriya Mistry
Shivraj singh Chouhan

Shivraj singh Chouhan

କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ? ଏନେଇ ସସ୍‌ପେନ୍ସ ଜାରି ରହିଛି। ମଧ୍ୟପ୍ରଦେଶରେ ବିଜେପିର ବଡ଼ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୁହଁକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦେଇଛନ୍ତି ଏକ ବଡ଼ ବୟାନ।

Advertisment

ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ। ପୂର୍ବରୁ ଏହି ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଁ ଦାବିଦାର ନଥିଲି କି ଆଜି ମଧ୍ୟ ନାହିଁ। ମୁଁ କେବଳ ଦଳର ଜଣେ କର୍ମୀ। ଦଳ ଯାହା ବି କାମ ଦେବ ତାକୁ ସମ୍ପୂର୍ଣ୍ଣ କ୍ଷମତା ଓ ସଚ୍ଚୋଟତାର ସହ କରିବି ବୋଲି ଶିବରାଜ ସିଂହ କହିଛନ୍ତି।

ଏକ ଭିଡିଓ ବାର୍ତ୍ତାରେ ଶିବରାଜ ଆହୁରି କହିଛନ୍ତି, 'ମୋଦିଜୀ ଆମର ନେତା। ତାଙ୍କ ସହ କାମ କରି ମୁଁ ସର୍ବଦା ଗର୍ବ ଓ ଆନନ୍ଦ ଅନୁଭବ କରିଛି। ରାଜ୍ୟବାସୀଙ୍କୁ ମୁଁ ପୁଣିଥରେ ଧନ୍ୟବାଦ ଜଣାଉଛି।' ମଧ୍ୟପ୍ରଦେଶରେ ସରକାର ଗଠନ ପ୍ରକ୍ରିୟା ଓ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ଶିବରାଜଙ୍କ ଏଭଳି ବାର୍ତ୍ତା ସାମ୍ନାକୁ ଆସିଛି।

Advertisment

ଏଥର ବିଜେପି ଶିବରାଜ ସିଂହ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିନାହିଁ। ଦଳ ତିନିଜଣ ମନ୍ତ୍ରୀଙ୍କ ସମେତ ୭ ଜଣ ସାଂସଦ ଏବଂ ବହୁ ବରିଷ୍ଠ ନେତାଙ୍କୁ ନିର୍ବାଚନୀ ମୌଦାନକୁ ଓହ୍ଲାଇଥିଲା। ସେବେଠାରୁ ଅନୁମାନ କରାଯାଉଛି ଯେ ବିଜେପି ଏଥର ରାଜ୍ୟରେ ନେତୃତ୍ୱ ବଦଳାଇପାରେ। ତେବେ ଏଠି ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ସେନେଇ ବିଜେପି ପକ୍ଷରୁ କୌଣସି ସ୍ପଷ୍ଟ ହୋଇନାହିଁ।

ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ବିଜେପି ଏଥର ମଧ୍ୟପ୍ରଦେଶରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ୨୩୦ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୧୬୩ଟି ଆସନରେ ଜିତିଛି। କଂଗ୍ରେସକୁ ମାତ୍ର ୬୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ଏଭଳି ପରିସ୍ଥିତିରେ ଶିବରାଜ ସିଂହ ଚୌହାନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଆକଳନ କରାଯାଉଥିଲା। ରାଜନୈତିକ ବିଶ୍ଳେଷକ ତଥା ବିଜେପି ସୂତ୍ରରୁ ପ୍ରକାଶ ଯେ ଚୌହାନ ଏହି ମୁଖ୍ୟମନ୍ତ୍ରୀ ଦୌଡରେ ସବୁଠାରୁ ଆଗେରେ ଅଛନ୍ତି।

Bjp Madhya Pradesh Shivraj Singh Chouhan