Advertisment

ବିଜୟବର୍ଗୀୟଙ୍କ ସମେତ ଶପଥ ନେଲେ ୨୮ ମନ୍ତ୍ରୀ

କୈଳାଶ ବିଜୟବର୍ଗୀୟ, ପ୍ରହ୍ଲାଦ ପଟେଲ, ପ୍ରଦ୍ୟୁମ୍ନ ସିଂହ ଓ ବିଶ୍ୱାସ ସାରଙ୍ଗଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳିଛି।

author-image
Madhupriya Mistry
MP Oath ceremony

MP Oath ceremony

ସମ୍ପ୍ରସାରଣ ହେଲା ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳ। ଶପଥ ନେଲେ ୨୮ ମନ୍ତ୍ରୀ। କୈଳାଶ ବିଜୟବର୍ଗୀୟ ଓ ପ୍ରହ୍ଲାଦ ପଟେଲଙ୍କ ସମେତ ଅନେକ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ବିଜେପି ମଧ୍ୟପ୍ରଦେଶରେ ସରକାର ଗଢ଼ିବାର ଦୀର୍ଘ ପାଖାପାଖି ମାସେ ପରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି।

Advertisment

ମୋହନ ଯାଦବଙ୍କ ମନ୍ତ୍ରିମଣ୍ଡଳରେ ୧୮ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି। କୈଳାଶ ବିଜୟବର୍ଗୀୟ, ପ୍ରହ୍ଲାଦ ପଟେଲ, ପ୍ରଦ୍ୟୁମ୍ନ ସିଂହ ଓ ବିଶ୍ୱାସ ସାରଙ୍ଗଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳିଛି। କୁଅଁର ବିଜୟ ଶାହା, ତୁଲସୀ ରାମ ସିଲାବତ ଓ ନିର୍ମଳ ଭୁରିଆଙ୍କୁ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ୨୮ ମନ୍ତ୍ରୀଙ୍କ ଲିଷ୍ଟ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଇଥିଲେ। ୧୮ ଜଣ କ୍ୟାବିନେଟ ମନ୍ତ୍ରୀ, ୪ ଜଣ ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ପ୍ରଭାରୀ ଦାୟିତ୍ୱରେ ଥିବା ୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଶ୍ୱ ସାରଙ୍ଗ, କୃଷ୍ଣ ନାଗର, ଇନ୍ଦର ସିଂହ ପରମାର, ନାଗର ସିଂ ଚୌହାନ, ପ୍ରତିମା ବାଗ୍ରି, ସାମପତିଆ ଉଇକେ ଏବଂ ରାଧା ସିଂହଙ୍କ ନାମ ସାମିଲ ଅଛି।

Advertisment

ଯେଉଁ ୨୮ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି ସେମାନଙ୍କ ମଧ୍ୟରେ ୧୨ ଜଣ ମନ୍ତ୍ରୀ ଓବିସି କୋଟାରେ ଅଛନ୍ତି। ଏହାବ୍ୟତୀତ ଜେନେରାଲ କ୍ୟାଟେଗୋରୀର ୭ ଜଣ, ଅନୁସୂଚିତ ଜାତିର ୫ ଜଣ ଓ ଅନୁସୂଚିତ ଜନଜାତିର ୪ ଜଣ ବିଧାୟକ ମନ୍ତ୍ରୀ ପଦ ପାଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ମନ୍ତ୍ରୀମଣ୍ଡଳରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେବଡା ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାବଦ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ବଡ଼ ବିଜୟ ହାସଲ କରିବା ପରେ ଆମର ଡବଲ ଇଂଜିନ ସରକାର ତାଙ୍କ ଏବଂ ଜେପି ନାଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଆଗକୁ ବଢ଼ିବ। ଗତ ମାସରେ ମଧ୍ୟପ୍ରଦେଶରେ ହୋଇଥିବା ନିର୍ବାଚନରେ ​​ବିଜେପି ୧୬୩ଟି ଆସନରେ ଜିତିଥିଲା। କଂଗ୍ରେସକୁ ମିଳିଥିଲା ୬୬ ଟି ସିଟ୍।

Madhya Pradesh Madhya Pradesh Cabinet Expansion Oath Ceremoney