Advertisment

ଓଡ଼ିଶାରେ ମାଫିଆମାନେ ସରକାର ଚଲାଉଛନ୍ତି: ବୈଜୟନ୍ତ ପଣ୍ଡା

‘ଓଡ଼ିଶାରେ ଅପରାଧ ବଢ଼ି ଚାଲିଛି। ଦୁଷ୍କର୍ମ, ହତ୍ୟା, ଦୁର୍ନୀତିରେ ଖୋଦ ସରକାରୀ ଦଳର ନେତା ସାମିଲ ଅଛନ୍ତି। ଓଡ଼ିଶାରେ ଅପରାଧ ଗତ ୧୦ ବର୍ଷ ଭିତରେ ବଢ଼ିଛି।’

author-image
Manoranjan Sial
ଅଦ୍ୟତନ ହୋଇଛି
Baijayant Panda

Baijayant Panda

ରାଜ୍ୟ ସରକାରରେ ବସିଛନ୍ତି ମାଫିଆମାନେ। ଉତ୍ତରପ୍ରଦେଶରେ ମାଫିଆମାନଙ୍କୁ ବିଜେପି ସରକାର ହଟାଉଥିବା ବେଳେ ଓଡ଼ିଶାରେ ମାଫିଆମାନେ ସରକାର ଚଲାଉଛନ୍ତି। ଆଜି କିଛି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ ବିଜେପି ପାଇଁ ମାରାଥନ ନିର୍ବାଚନ ପ୍ରଚାର ବେଳେ ବୈଜୟନ୍ତ ପଣ୍ଡା କହିଛନ୍ତି, ଗୋଟିଏ ପଟେ ଭାରତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଗକୁ ବଢ଼ୁଛି। ହେଲେ ଏଠି ୨୩ ବର୍ଷ ହେଲା ଗୋଟିଏ ସରକାର କ’ଣ କରୁଛି? ମୋଦି ସରକାରଙ୍କ ଯୋଜନାକୁ ଲାଗୁ ନକରି ଏଠି ଲୁଟ୍‌ କରାଯାଉଛି। ୨୩ ବର୍ଷ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ, ୩୩% ଜଳସେଚନ କରିବେ। କେତେ ପ୍ରତିଶତ ଜମି ପାଇଁ ଜଳସେଚନ ହୋଇଛି ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି। 

ସେ ଆହୁରି କହିଛନ୍ତି, ଓଡ଼ିଶାରେ ଅପରାଧ ବଢ଼ି ଚାଲିଛି। ଦୁଷ୍କର୍ମ, ହତ୍ୟା, ଦୁର୍ନୀତିରେ ଖୋଦ ସରକାରୀ ଦଳର ନେତା ସାମିଲ ଅଛନ୍ତି। ଓଡ଼ିଶାରେ ଅପରାଧ ଗତ ୧୦ ବର୍ଷ ଭିତରେ ବଢ଼ିଛି। ଝାରସୁଗୁଡ଼ାରେ ଖୋଦ ସରକାରୀ ଦଳ ମନ୍ତ୍ରୀ ସୁରକ୍ଷିତ ନାହାନ୍ତି। ତେଣୁ ସାଧାରଣଲୋକ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ। ସେ କହିଛନ୍ତି, ଝାରସୁଗୁଡ଼ାରେ ଡାକ୍ତର ନାହାନ୍ତି, ପାନୀୟ ଜଳ ମିଳୁନି, ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନି। ଲୋକେ ବୁଝି ସାରିଲେନି ପରିବର୍ତ୍ତନ ଝାରସୁଗୁଡ଼ାରୁ ଆରମ୍ଭ ହେବ। 

Advertisment

ଆଜି ବିଜେପି ପାଇଁ ପ୍ରଚାର ମଙ୍ଗ ଧରିଥିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ଲଇକେରା ଓ କୋଲାବିରା ବ୍ଲକରେ ମାରାଥନ ପ୍ରଚାର କରିଛନ୍ତି। ଲୋକଙ୍କ ସହ ଆଲୋଚନା କରିବା ସହ ସେ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍‌ ମାଗିଛନ୍ତି। ସାଧାରଣ ସଭା ସହ ଡୋର ଟୁ ଡୋର କ୍ୟାମ୍ପେନ ମଧ୍ୟ କରିଛନ୍ତି। ।

ସେପଟେ ବୈଜୟନ୍ତ ପଣ୍ଡାଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ଅନ୍ୟପକ୍ଷରେ ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ବେଳେ ବିଜେଡି ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଫେରାଦ ହୋଇଛି ବିଜେପି ପ୍ରତିନିଧି ଦଳ। ବିଜେପି ଅଭିଯୋଗ କରିଛି, ବିଜେଡି ହିଂସା କରି ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି। ଗତକାଲି ଝାରସୁଗୁଡ଼ା ମଙ୍ଗଳାବଜାରଠାରେ ବିଜେଡି କର୍ମୀମାନେ ବିଜେପି ପ୍ରଚାର ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିବା ସହ କର୍ମୀଙ୍କୁ ଅଶାଳୀନ ବ୍ୟବହାର ସହିତ ମାଡ଼ ମାରିଥିଲେ।

ୟଏନେଇ ସ୍ଥାନୀୟ ଏସପି ଓ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ FIR ଦିଆଯିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠନ ହୋଇନି। ତେଣୁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି। 

ବିଜେପିର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

BjD State Bjp Jharsuguda Jharsuguda Bypoll